ସାମ୍ନାକୁ ଆସିଲା କିଶୋର ମଟନ ହୋଟେଲ ଭାଙ୍ଗିବାର ମୁଖ୍ୟ କାରଣ, BMC ନିଜେ ପ୍ରକାଶ କଲା, ଦେଖନ୍ତୁ କଣ ରହିଛି କାରଣ

କିଛିଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା ଭୁବନେଶ୍ବରର ଦୂରଦର୍ଶନ ଅଫିସ ନିକଟସ୍ଥ କିଶୋର ମଟନ ହୋଟେଲ । ରାଜଧାନୀରେ ବିଏମସି ତରଫରୁ ବିଭିନ୍ନ ସ୍ଥାନରେ ଖାଦ୍ଯର ମାନ ଯାଞ୍ଚ ଅଭିଯାନ ଚାଲିଥିବା ବେଳେ କିଶୋର ଭାଇଙ୍କ ମଟନ ହୋଟେଲ ଉପରେ ଛଡାଉ କରିଥିଲା ବିଏମସି । ଖାଦ୍ଯର ମାନ ନିମ୍ନ ଥିବା ସହ ଖାଦ୍ଯରେ ଏକ୍ସପାରି ସସ୍ ଓ ରଙ୍ଗ ମିଶା ଯାଉଥିବା ଅଭିଯୋଗ ମଧ୍ୟ ବିଏମସି ଆଣିଥିଲା । ଏହାପରେ ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଆସି କିଶୋର ଭାଇଙ୍କ ମଟନ ହୋଟେଲ ଭାଙ୍ଗି ଦେଇଥିଲେ ।

ହେଲେ ହୋଟେଲ ଭାଙ୍ଗିବା ନେଇ କୌଣସି ନୋଟିସ ମିଳି ନଥିବା କଥା କହିଥିଲେ କିଶୋର ଭାଇ । ତେଣୁ ତାଙ୍କୁ କିଛିଦିନ ସମୟ ଦିଆଯାଇ ତା’ପରେ ହୋଟେଲ ଭାଙ୍ଗିଥିଲେ ଭଲ ହୋଇଥାନ୍ତା ବୋଲି ସାଧାରଣରେ ଲୋକେ ଚର୍ଚ୍ଚା କରିଥିଲେ । ଦୀର୍ଘ ୨୦ ବର୍ଷ ଧରି ଗ୍ରାହକମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ହୋଟେଲକୁ ମଟନ ଖାଇବାକୁ ଆସନ୍ତି । କିଶୋର ପ୍ରତିଦିନ ୨୦୦କେଜି ସ୍ଵାଦିଷ୍ଟ ମଟନ ରୋଷେଇ କରି ଖୁବ ନାଁ କମାଇଥିଲେ ।

ତାଙ୍କ ଦୋକାନ ଭାଙ୍ଗିବା ପରେ ମଟନ ପ୍ରେମୀ ଲୋକଙ୍କୁ ମଧ୍ୟ ଏହା ଆଘାତ ଦେଇଛି । ତେବେ କିଶୋରଙ୍କ ମଟନ ହୋଟେଲ ଭାଙ୍ଗିବାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି । ବିଏମସି ନିଜେ ଏକଥା ପ୍ରକାଶ କରିଥିବା କଥା କୁହାଯାଉଛି । ତେବେ ବିଏମସି କିଶୋର ମଟନ ହୋଟେଲ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି, କିଶୋର ଭାଇ ଦହିବରା ଓ ଗୁପ୍ଚୁପ ବିକ୍ରି କରିବାର ଲାଇସେନ୍ସ ରଖି ପୁରା ହୋଟେଲ ଚଳାଉଥିଲେ ।

ଏହାସହ ସେ ମଟନ ହୋଟେଲ କରିଥିବା ସ୍ଥାନରେ ଲୋକଙ୍କର ଖୁବ ଭିଡ ମଧ୍ୟ ଜମୁଥିଲା, ଯାହାଫଳରେ ସେହି ସ୍ଥାନରେ ଟ୍ରାଫିକ ସମସ୍ଯା ଦେଖିବାକୁ ମିଳୁଥିଲା । କିଶୋର ଯେଉଁ ସ୍ଥାନରେ ମଟନ ହୋଟେଲ କରିଥିଲେ ସେହି ସ୍ଥାନରେ ଭିଡ ଯୋଗୁଁ ଏବଂ ରାସ୍ତାକଡ ହୋଇଥିବା ଯୋଗୁଁ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା । ଟ୍ରାଫିକ ସମସ୍ଯା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା ।

ଅନ୍ୟପଟେ ଏକ୍ସପାରି ସସ୍ ଓ ରଙ୍ଗ ମଧ୍ୟ ମଟନରେ ମିଶା ଯାଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା କଥା କହିଥିଲା ବିଏମସି । ଯାହାପରେ ତାଙ୍କ ଦୋକାନ ସିଲ୍ କରିବା ସହ ପରେ କିଶୋର ହୋଟେଲକୁ ଭାଙ୍ଗି ଦେଇଥିଲା ବିଏମସି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।