କଣ ଡାଇନୋସୋର ମାନେ ପୃଥିବୀରେ ସତରେ ଥିଲେ ? କେମିତି ହୋଇଥିଲା ଜନ୍ମ ଓ କଣ ପାଇଁ ଲୋପ ପାଇଗଲେ ? ଜାଣନ୍ତୁ 100% ବୈଜ୍ଞାନିକ ତଥ୍ୟ

ପୃଥିବୀରେ ଜୀବନ ଆରମ୍ଭ ହେବା ପୂର୍ବରୁ ଏହା ନିଆଁ ପିଣ୍ଡୁଳା ଭଳି ଥିଲା ବୋଲି କୁହାଯାଏ । ପୃଥିବୀରେ ପ୍ରଥମ ଥର ପାଇଁ ମାଇକ୍ରୋବଜ ଜନ୍ମ ନେବା ପରେ ସମୁଦ୍ର ଓ ମହାସାଗର ଦେଇ ସେମାନେ ବ୍ୟାପିବାକୁ ଲାଗିଲେ । ସୂର୍ଯ୍ୟକିରଣ ପଡିବା ପରେ ଏହି ଏହି ଜୀବମାନେ କାର୍ବନ ଡାଇଅକ୍ସଡାଇଡକୁ ପାଣି ଓ ଗ୍ଲୁକୋଜରେ ପରିଣତ କରିବାକୁ ସକ୍ଷମ ହେଲେ । ଏହାଦ୍ବାର ଜୀବନର ଅନ୍ଯତମ ଆଧାର ଅକ୍ସିଜେନ ଜନ୍ମ ନେଲା । ଅକ୍ସିଜେନ ପାଣିରୁ କ୍ରମେ ଉପରକୁ ଉଠି ବାଷ୍ପ ହେବା, ମେଘ ସୃଷ୍ଟି ହେବା ଓ ବର୍ଷା ହେବା ପ୍ରକ୍ରିୟା ଆରମ୍ଭ ହେଲା ।

ଏହିସବୁ ହେବା ପାଇଁ ଦୁଇ ବିଲିଅନ ବର୍ଷ ବିତିଗଲା । ଏହାପରେ ଅକ୍ସିଜେନ ଯୋଗୁଁ ଧୀରେ ପୃଥିବୀର ବାୟମଣ୍ଡଳର ସ୍ତର ଓ ପୃଥିବୀର ପରିକ୍ରମଣ ବେଗରେ ଏକ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ହୋଇଗଲା । ଏସବୁ ଭିତରେ ପୃଥିବୀରେ ଲାଭା ଉତ୍ପନ୍ନ ହେବାର ମାତ୍ର ସାମାନ୍ଯ କମି ଯାଇଥିଲା । ପୂର୍ବରୁ ପୃଥିବୀର ଭୂଭାଗ ଗୁଡିକ ଯୋଡି ହୋଇ ରହିଥିଲା । କିନ୍ତୁ ଏହିସବୁ ପରିବର୍ତ୍ତନ ଫଳରେ ସେସବୁ କ୍ରମେ ଅଲଗା ହୋଇ ପ୍ଳେଟ ଗୁଡିକ ଧକ୍କା ହେବା ଫଳରେ ପୃଥିବୀର ତାପମାତ୍ରା 50 ଡିଗ୍ରୀ ତଳକୁ ଖସିଗଲା ।

ଏହାପରେ ପୃଥିବୀ ଚାରିପାଖେ ବରଫ ଆଚ୍ଛାଦିତ ହୋଇ ରହିଲା । କିନ୍ତୁ ଯେହେତୁ ପୃଥିବୀ ମଧ୍ୟରେ ଲାଭା ଥିଲା ତେଣୁ ଏହା ଯୋଗୁଁ ଅନେକ ଅରଫ ତରଳିଗଲା ଓ ହିମଯୁଗର ଶେଷ ହେଲା । ବରଫ ଗୁଡିକ କିନ୍ତୁ ପୃଥିବୀରୁ ସଂପୂର୍ଣ୍ଣ ଭାବେ ଗଲା ନାହିଁ । ହିମଯୁଗରେ ଅନେକ ଜୀବନ ନଷ୍ଟ ହୋଇ ଯାଇଥିବା ବେଳେ ଯେଉଁମାନେ ଅନେକ ବର୍ଷରୁ ଗଭୀର ଜଳରେ ରହିଥିଲେ ସେମାନେ ହିଁ ତିଷ୍ଠି ରହିପାରିଲେ ।

ସେତେବେଳେ ମାଟିରେ କୌଣସି ଜୀବନ ସୃଷ୍ଟି ହୋଇ ନଥିଲା, କିନ୍ତୁ ଅଚାନକ ପାଣିରେ ଏମିତି ଏକ ଜୀବର ସୃଷ୍ଟି ହେଲା ଯେଉଁଠୁ ପୃଥିବୀରେ ଜୀବଜନ୍ତୁଙ୍କ ବିକାଶ ଆରମ୍ଭ ହେଲା । ଟିକଟୋଲିକ ନାମକ ଏକ ମାଛ ପ୍ରଜାତିର ଜୀବ ପାଣିରେ ଜନ୍ମ ନେଲା । ସେ ଧୀରେ ଧୀରେ ପାଣିରୁ ବାହାରି ନିଜ ମେରୁଦଣ୍ଡ ବାହାର କରି ମାଟି ଆଡକୁ ଆସିବାକୁ ଚେଷ୍ଟା କଲା । ମାଟି ଉପରେ ଏହାର ଅଙ୍ଗପ୍ରତ୍ୟଙ୍ଗ ବିକଶିତ ହେବାକୁ ଲାଗିଲା ଓ କେଉଁ ଉପାୟରେ ସେ ମାଟି ଉପରେ ପହଞ୍ଚି ପାରିବ ଏହାର ଉପାୟ ସେ ଖୋଜିଲା ।

ଏମିତି ଧୀରେ ଧୀରେ ଟିକଟୋଲିକ ଟେରାପସରେ ଅର୍ଥାତ ଚାରୋଟି ଗୋଡ ଥିବା ଜୀବରେ ପରିଣତ ହୋଇଗଲେ । ଏହି ଟେରାପସରୁ ହିଁ ଡାଇନୋସୋରଙ୍କ ଜନ୍ମ ହେଲା । ଏହି ସମୟରେ ପୃଥିବୀରେ ମାଟି ଉପରେ ଗଛର ମଧ୍ୟ ଜନ୍ମ ହେଲା । ସେହି ସମୟରେ ପୃଥିବୀରେ ୧୦୦ ଫୁଟ ଉଚ୍ଚର ଗଛ ରହିଥିବା ମଧ୍ୟ ତଥଯରୁ ଜଣାପଡେ । ଏହିପରି ଭାବେ ଧୀରେ ଧୀରେ ମାଟି ଉପରେ ଓ ପାଣି ତଳେ ଦୁଇଟି ଭିନ୍ନ ଦୁନିଆ ଗଢି ଉଠିଲା ।

ଜଙ୍ଗଲ ବୃଦ୍ଧି ଯୋଗୁଁ ଅକ୍ସିଜେନର ମାତ୍ରା ଆହୁରି ଦ୍ଵିଗୁଣିତ ହୋଇଗଲା । ପ୍ରଥମେ ଡାଇନୋସର ମାନେ ୧୫ ଫୁଟ ଉଚ୍ଚର ଥିଲେ । କିନ୍ତୁ ଡାଇନୋସୋରସ ନାମ ଏକ ପ୍ରଜାତି ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲା । ଆକାରରେ ବେଶୀ ବଡ ନଥିଲେ ମଧ୍ୟ ବୁଦ୍ଧି ଓ ଫୁର୍ତ୍ତିରେ ଏମାନେ ମାହିର ଥିଲେ । ଶିକାର କରିବାରେ ମଧ୍ୟ ଏମାନେ ଖୁବ ମାହିର ଥିଲେ । ସେମାନଙ୍କ ମିଳିତ ବସତିରେ ଭିନ୍ନ ଭିନ୍ନ ପ୍ରଜାତିର ଡାଇନୋସୋର ଜନ୍ମ ନେଇ ସାରା ପୃଥିବୀରେ ବ୍ଯାପିଗଲେ ।

ସେମାନେ ଏତେ ବିଶାଳକାୟ ଥିଲେ ଯେ ତାଙ୍କ ଠାରୁ ଶକ୍ତିଶାଳୀ ପୁରା ପୃଥିବୀରେ ଆଉ କେହି ନଥିଲେ । ସେହି ସମୟକୁ ଜୁରାସିକ ଟାଇମ ବୋଲି କୁହାଯାଏ । ଆଜିର ସମୟରେ ପୃଥିବୀର ବିଭିନ୍ନ ଦୀପ ଓ ମହାଦୀପରେ ଡାଇନୋସୋରଙ୍କ ଅବଶେଷ ମିଳିଛି । ସେସବୁର ପରୀକ୍ଷା ପରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ ଯେ ଡାଇନୋସୋରଙ୍କ ୫୦୦ରୁ ଅଧିକ ବଂଶଜ ଓ ହଜାରେରୁ ଅଧିକ ପ୍ରଜାତି ରହିଥିଲେ ।

କିନ୍ତୁ ଏମିତି କଣ ହେଲା ଯେ ଏତେ ବଡ ପ୍ରଜାତି ପୃଥିବୀରୁ ସଂପୂର୍ଣ୍ଣ ଲୋପ ପାଇଗଲେ ? ଆଉ ଏକ ଆର୍ଟିକିଲରେ ନିଶ୍ଚୟ ଜଣାଇବୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।