କଣ ଧ୍ଵଂସ ହୋଇଯିବ ପୁରା ୟୁରୋପ ? ଋଷର ପରମାଣୁ ଆକ୍ରମଣ ପ୍ଳାନ ବିଷୟରେ କିଛି ଏମିତି ଚେତାବନୀ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି

ଯଦି ପରମାଣୁ ବିସ୍ଫୋରଣ ହୁଏ ତେବେ ପୁରା ୟୁରୋପ ଧ୍ଵଂସ ହୋଇଯିବ । ୟୁକ୍ରେନ ଓ ଋଷ ମହାଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଆଜି ସକାଳୁ ୟୁକ୍ରେନର ଜେବର୍ଜିଆ ପ୍ରାନ୍ତର ଏକ ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି କି ଋଷ ଏଠାରେ ଥିବା ୟୁରୋପର ସବୁଠୁ ବଡ ନ୍ୟୁକ୍ଲିୟର ପାୱାର ପ୍ଳାଣ୍ଟ ଉପରେ ଆକ୍ରମଣ କରିଛି । ସେଠାରେ ବୋମାମାଡ ହେତୁ ନ୍ୟୁକ୍ଲିୟର ପ୍ଳାଣ୍ଟରେ ନିଆଁ ଲାଗିଯାଇଛି । ଯାହାକୁ ନେଇ ଆମେରିକା ଓ ୟୁକେ ଆଦି ଦେଶଗୁଡିକ ସକ୍ରିୟ ହୋଇ ଉଠିଛନ୍ତି ।

ଏହାରି ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । ଜେଲେନସ୍କି କହିଛନ୍ତି କି ୟୁକ୍ରେନରେ ମୋଟ ୧୫ଟି ପରମାଣୁ ରିଆକ୍ଟର ରହିଛି । ଯଦି କୌଣସି ପରମାଣୁରେ ନିଆଁ ଲାଗେ ତେବେ ପୁରା ୟୁରୋପ ଧ୍ଵଂସ ହୋଇଯିବ । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ୟୁରୋପର ସବୁଠୁ ବଡ ପାୱାର ପ୍ଳାଣ୍ଟ ଜଳୁଛି । ଋଷ ଟ୍ୟାଙ୍କ ଗୁଡିକରେ ଥର୍ମୋଲ ଭିଜନ ଡିଭାଇସ ଲାଗିଛି ଓ ସେମାନେ ଜାଣିଶୁଣି ନ୍ୟୁକ୍ଲିୟର ରିଆକ୍ଟର ବ୍ଲକକୁ ଟାର୍ଗେଟ କରୁଛନ୍ତି । ଯାହାର ପରିଣାମ ଭୟଙ୍କର ହୋଇପାରେ ।

୧୯୮୬ରେ ମାତ୍ର ଗୋଟିଏ ରିଆକ୍ଟର ଫାଟିବା ଦ୍ଵାରା ଭୟଙ୍କର ବିସ୍ଫୋରଣ ହୋଇଥିଲା । ଆଉ ଏବେ ୧୯୮୬ରେ ହୋଇଥିବା ଇତିହାସକୁ ପୁଣି ଥରେ ଦୋହରାଇବାକୁ ଚେଷ୍ଟା କରୁଛି ଋଷ । ଯଦି ଆମେ ଇତିହାସ ଉପରେ ନଜର ପକାଇବା ତେବେ ପାଇବା କି ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଅର୍ଥାତ ୧୯୪୫ରେ ଜାପାନର ହିରୋସିମା ଓ ନାଗସାକୀରେ ହୋଇଥିବା ପରମାଣୁ ଆକ୍ରମଣର ବିକଳ ଚିତ୍ର । ଯୁଦ୍ଧ ଭିତରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ କିଛି ସେକେଣ୍ଡ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଥିଲା ।

ସାଧାରଣ ଲୋକ କିକି ବୁଝିବା ପୂର୍ବରୁ ଦେହର ଚମଡା ଜଳି ଯାଇଥିଲା ଓ ଚାରିଆଡେ ଶୁଭିଥିଲା ଚିତ୍କାରର ସ୍ଵର । ହିରୋସିମାରେ ପରମାଣୁ ବିସ୍ଫୋରଣ ଦ୍ଵାରା ପାଖାପାଖି ପ୍ରାୟ ଦେଢ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବା ବେଳେ ନାଗାସାକୀରେ ପ୍ରାୟ ୭୫ ହଜାର ଲୋକଙ୍କ ଜୀବନ ଯାଇଥିଲା । ଆଉ ବର୍ତ୍ତମାନ ପରିସ୍ଥିତି ଯେଉ ଆଡକୁ ଗତି କରୁଛି ତାହା ଇତିହାସର ସେହି ଯୁଦ୍ଧ ପରିସ୍ଥିତିକୁ ଦୋହରାଇବ ବୋଲିସ ସମସ୍ତଙ୍କର ଭୟ ରହିଛି ।

କାରଣ କିଛି ଦିନ ଆଗରୁ ଋଷ ରାଷ୍ଟ୍ରପତି ପୁଟିନ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା କଥା ଚର୍ଚ୍ଚା ହେଉଥିଲା । ଏପରିକି ପରମାଣୁ ଆକ୍ରମଣ ପାଇଁ ନିୟୋଜିତ ଥିବା ସେନାଙ୍କୁ ହାଇ ଆଲର୍ଟରେ ରଖା ଯାଇଥିବା କୁହା ଯାଉଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।