ଯୁଦ୍ଧ ବେଳେ ଗାୟବ ହେଲେ ରାଷ୍ଟ୍ରପତି Zelenskyy, ଦେଖନ୍ତୁ ଏନେଇ କଣ କହିଲା ଋଷ …

ଋଷ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ଦଶଦିନ ଧରି ଚାଲିଛି ଘମାଘୋଟ ଲଢେଇ । ଋଷ ସୈନ୍ୟ ୟୁକ୍ରେନର ରାଜଧାନୀ କିଭ ଅକ୍ତିଆର କରିବାକୁ ପୁରା ଚେଷ୍ଟା କରୁଥିବା ବେଳେ ତାଙ୍କୁ ୟୁକ୍ରେନ ସୈନ୍ୟମାନେ ମଧ୍ୟ କଡା ଜବାବ ଦେଉଛନ୍ତି । ତେବେ ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଦେଶ ଛାଡି ଆମେରିକା ପଳାଇବାକୁ ଜେଲେନସ୍କିଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏନେଇ ସେ ଏକ ଭିଡିଓ ଜାରି କରିଥିଲେ ଯେ, ଯାହାବି ହେଉ ସେ ଓ ତାଙ୍କ ପରିବାର ଦେଶ ଛାଡି ଯିବେନାହିଁ ।

ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଦେଶ ପାଇଁ ଲଢେଇ କରିବେ । ସାଧାରଣ ଲୋକଙ୍କୁ ମଧ୍ୟ ଯୁଦ୍ଧରେ ସାମିଲ ହୋଇ ଦେଶକୁ ବଞ୍ଚାଇବାର ଆହ୍ଵାନ ଦେଇଥିଲେ ଜେଲେନସ୍କି । କିନ୍ତୁ ଏହି ଯୁଦ୍ଧ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଋଷ ଯୁଦ୍ଧ ବନ୍ଦ କରୁନାହିଁ କି ୟୁକ୍ରେନ ମଧ୍ୟ ଝୁକୁନାହିଁ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇଥିବା ଦାବି କରିଛି ଋଷ । ଏନେଇ ଋଷ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।

ପୂର୍ବରୁ ଦେଶ ଛାଡି ଯିବେ ନାହିଁ ବୋଲି କହୁଥିବା ଜେଲେନସ୍କି ନିକଟରେ ଆଉ ଏକ ଭିଡିଓ ଜାରି କରି ଋଷ ସରକାର ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ସେ କହିଥିଲେ । ଏପରିକି ସାତଦିନ ମଧ୍ୟରେ ତାଙ୍କୁ ତିନିଥର ହତ୍ୟା ଉଦଧ୍ୟମ କରା ଯାଇଥିବା ସେ କହିଥିଲେ । ତେବେ ରାଷ୍ଟ୍ରପତି ଜେଲେନସ୍କି ଦେଶ ଛାଡି ଯିବା ଖବରକୁ ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି ।

ୟୁକ୍ରେନ ସଂସଦ କହିଛି କି ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ଏବେବି ୟୁକ୍ରେନ ରାଜଧାନୀ କିଭରେ ହିଁ ଅଛନ୍ତି । ଜେଲେନସ୍କି ଗାୟବ ଥିବା କଥା ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ବିରାମ ଲଗାଇଛି ୟୁକ୍ରେନ ସଂସଦ । ନିୟମିତ ଭାବେ କିଛି ନା କିଛି ଭିଡିଓ ଜାରି କରି ଦେଶବାସୀଙ୍କ ମନୋବଳ ବୃଦ୍ଧି କରୁଥିବା ଜେଲେନସ୍କିଙ୍କ ଚୁପିକୁ ନେଇ ଅନୁମାନ କରାଯାଉଛି କି ସେ ହୁଏତ ଦେଶ ଦେଶ ଛାଡି ପଳାଇଛନ୍ତି ।

ଆଉ ଏଥିପାଇଁ ଜେଲେନସ୍କି ଗାୟବ ହେବା ଖବର ମଧ୍ୟ ପ୍ରକାଶ ପାଉଛି । କିନ୍ତୁ ୟୁକ୍ରେନ ସଂସଦ ଏହି ଖବରକୁ ଏକଦମ ମିଛ ବୋଲି କହିବା ସହ ରାଷ୍ଟ୍ରପତି ୟୁକ୍ରେନରେ ସୁରକ୍ଷିତ ଅଛନ୍ତି ବୋଲି ଦାବି କରି କହିଛି । ଯାହାକି ସ୍ପଷ୍ଟ କରୁଛି ଜେଲେନସ୍କି ୟୁକ୍ରେନରେ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।