କ୍ରିକେଟ ଜଗତରେ ଶୋକର ଛାୟା ! ଏବେ ଏବେ ଏହି ମହାନ କ୍ରିକେଟରଙ୍କର ହେଇଗଲା ପରଲୋକ !

ନମସ୍କାର ବନ୍ଧୁଗଣ ତେବେ  ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ । ୫୨ ବର୍ଷ ବୟସରେ ଆଖି ବୁଜିଲେ ଏହି କିମ୍ବଦନ୍ତୀ କ୍ରିକେଟର । ଥାଇଲାଣ୍ଡରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ନିଜ ଯାଦୁଗରୀ ସ୍ପିନ ବୋଲିଂ ପାଇଁ ସେ ବେଶ ପରିଚିତ ହୋଇଥିଲେ । ଉଭୟ ଟେଷ୍ଟ ଓ ଦିନିକିଆରେ ମୋଟ ୧୦୦୧ ୱିକେଟ ନେଇ ସେ ରେକର୍ଡ ମଧ୍ୟ କରିଥିଲେ । ତାଙ୍କ ମୃତ୍ୟୁରେ ଏବେ ସାରା କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ତେବେ ଯେତେବେଳେ ସେନ ୱାର୍ଣ୍ଣ ବଲ ଧରି ବ୍ୟାଟ୍ସମ୍ୟାନଙ୍କ ଆଗରେ ଛିଡା ହେଉଥିଲେ ସେତେବେଳେ ବଡ ବଡ ବ୍ୟାଟ୍ସମ୍ୟାନ ଚିନ୍ତାରେ ପଡିଯାଉଥିଲେ । କାରଣ ତାଙ୍କ ଯାଦୁଗରୀ ସ୍ପିନ ବଲରେ ସେ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇଦେଉଥିଲେ । ଆଉ ତାଙ୍କ ବଲକୁ ବୁଝିବା ବ୍ୟାଟ୍ସମ୍ୟାନମାନଙ୍କ ପାଇଁ କାଠିକର ପାଠ ହୋଇପଡୁଥିଲା । ସେଥିପାଇଁ ତ ସେ ତାଙ୍କ ସ୍ପିନ ବୋଲିଂକୁ ନେଇ ବିଶ୍ୱ ବିଖ୍ୟାତ ହୋଇଥିଲେ ।

ତେବେ ୧୯୯୩ ମସିହା ଆସେସ ସିରିଜରେ ଇଂଲଣ୍ଡର ମାଇକ ଗେଟିଂଙ୍କୁ ସେ ଯେଉଁ ବଲରେ ଆଉଟ କରିଥିଲେ, ତାକୁ ଇତିହାସର ଶ୍ରେଷ୍ଠ ବଲ ବୋଲି କୁହାଯାଏ । ଆଉ ସେବେଠୁ ତାଙ୍କ କ୍ୟାରିୟରରେ ନୂଆ ମୋଡ ଆରମ୍ଭ ହୋଇଥିଲା । ଅଷ୍ଟ୍ରେଲିଆ ପାଇଁ ସେ ଅନେକ ମ୍ୟାଚ ଖେଳି ବଡ ବିଜୟ ମଧ୍ୟ ଦେଇଥିଲେ । ଭାରତ ବିପକ୍ଷରେ ସେ ୧୯୯୨ ମସିହାରେ ଡେବ୍ୟୁ କରିଥିଲେ । ସେହିପରି ୨୦୦୭ ମସିହାରେ ସେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।

ତେବେ ୧୯୯୯ ମସିହାରେ ସେ ଅଷ୍ଟ୍ରେଲିଆ ଦଳର ଉପ ଅଧିନାୟକ ହୋଇଥିଲେ । ହେଲେ ଅଧିନାୟକ ହେବାର ସ୍ୱପ୍ନ ଥିଲେ ମଧ୍ୟ ଏହା କେବେ ସଫଳ ହୋଇପାରିନଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଆଇପିଏଲ ଖେଳିଥିଲେ । ଆଉ ଆଇପିଏଲ ପ୍ରଥମ ସିଜିନରେ ସେ ରାଜସ୍ଥାନ ରୟାଲ୍ସର କମାଣ ସମ୍ଭାଳିଥିଲେ । ଏହାସହ ରାଜସ୍ଥାନକୁ ଆଇପିଏଲର ପ୍ରଥମ ତାଜ ପିନ୍ଧାଇଥିଲେ । ସେ ପ୍ରଥମ ବିଦେଶୀ ଖେଳାଳି ଯିଏ ଅଧିନାୟକ ଭାବେ ଆଇପିଏଲ ଟ୍ରଫି ଜିତିଥିଲେ ।

ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୭୦୮ ୱିକେଟ ନେଇଥିଲେ । ସେହିପରି ୧୯୪ ଦିନିକିଆ ମ୍ୟାଚ ଖେଳି ୨୯୩ ୱିକେଟ ହାସଲ କରିଥିଲେ । କେବଳ ଅନ୍ତର୍ଜାତୀୟ ମ୍ୟାଚ ନୁହେଁ ସେ ଆଇପିଏଲରେ ମଧ୍ୟ ନିଜ ଜଲୱା ଦେଖାଇଥିଲେ । ଆଇପିଏଲରେ ୫୫ଟି ମ୍ୟାଚ ଖେଳି ସେ ୫୭ ୱିକେଟ ନେଇଥିଲେ । ଏବେ ତାଙ୍କ ମୃତ୍ୟୁ ସାରା କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି । ତାଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କ୍ରିକେଟ ପ୍ରେମୀ । ତେବେ ଆପଣ ଙ୍କୁ ସେନ ୱାର୍ଣ୍ଣ କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।