ବଏଜ ଲକର ରୁମ, ଗ୍ୟାଙ୍ଗରେପର ପ୍ଲାନିଂ କରୁଥିବା ନାବାଳକ ପୁଅମାନଙ୍କ ଏହି ଗ୍ରୁପ ଚାଟ ହେଲା ଭାଇରାଲ

ସୋସିଆଲ ମିଡିଆରେ ‘ବୟଜ ଲକର ରୁମ’ ନାମରେ ଗ୍ରୁପ ତିଆରି କରି ଝିଅମାନଙ୍କ ସହିତ ଗ୍ୟାଙ୍ଗରେପ ବିଚାର ଶେୟାର କରିବା ଓ ତାଙ୍କର ଖରାପ ଖରାପ ଫଟୋ ଶେୟାର କରିବାର ମାମଲା ବର୍ତ୍ତମାନ ଜୋର ଧରିଛି । ଦିଲ୍ଲୀର ମହିଳା ଆୟୋଗର ଅଧକ୍ଷ ସ୍ଵାତି ମାଲିବାଲ ଏହି ଗ୍ରୁପକୁ ଖରାପ ଓ ଅପରାଧିକ ମାନସିକତା ବୋଲି କହି ଆରୋପିମାନଙ୍କୁ ଗିରଫ୍ କରିବା ପାଇଁ କହିଛନ୍ତି ।

ଏହା ମଧ୍ୟରେ ଦିଲ୍ଲୀ ପୋଲିସର ସାଇବର ସେଲ ଏହି ମାମଲାରେ ନିଜ ତରଫରୁ କେସ ରୁଜୁ କରି ଆରୋପିମାନଙ୍କୁ ଖୋଜିବାରେ ଲାଗିଛି । ପୋଲିସ ସ୍କୁଲ ଛାତ୍ରମାନଙ୍କ ଏକ କଥିତ ଗୋଷ୍ଠୀର ସୋସିଆଲ ସାଇଟ ଇଂସ୍ଟାଗ୍ରାମ ଉପରେ ଚ୍ୟାଟ ଆଧାର ଉପରେ ଏହି କେସ ରୁଜୁ କରିଛି । କଥିତ ଛାତ୍ରର ଏହି ଗୋଷ୍ଠୀ ନିଜ ସହିତ ପଢୁଥିବା ଏକ ଝିଅକୁ ଯୌନ ଉତ୍ପୀଡ଼ନ ଓ ତାହାର ଫଟୋ ଅନଲାଇନ ଅପଲୋଡ କରିବାର ଧମକ ଦେଉଥିଲା ।

ଛାତ୍ରମାନଙ୍କ ଚ୍ୟାଟର ସ୍କ୍ରୀନଶଟ ସୋମବାର ଟ୍ୱିଟରରେ ଅଧିକ ଶେୟର କରାଯାଇଥିଲା ଓ ଦିନସାରା ଟ୍ୱିଟରରେ ଟ୍ରେଣ୍ଡରେ ଥିଲା । ଏହି ଗ୍ରୁପରେ ନାବାଳିକ ଝିଅମାନଙ୍କ ସହିତ ଗ୍ୟାଙ୍ଗରେପ ହେବା ସହିତ ଏହିଭଳି କଥାବାର୍ତ୍ତା କରୁଥିଲେ ଯାହାକି ବହୁତ ଲଜ୍ୟା ଜନକ ଅଟେ । ପୁଅମାନେ ନିଜ ମଧ୍ୟରେ ଝିଅମାନଙ୍କର ଶରୀରର ପୁରା ବିଶ୍ଲେଷଣ କରୁଥିବାର ବି ନଜର ଆସିଛନ୍ତି । ଏଥିରେ ଝିଅମାନଙ୍କ ପ୍ରାଇଭେଟ ଅଙ୍ଗ ବିଷୟରେ ବି କଥାବାର୍ତ୍ତା ସହିତ ତାଙ୍କର ଶାରୀରକୁ ନେଇ ଚର୍ଚା ହେଉଥିଲା ।

ଦିଲ୍ଲୀ ମହିଳା ଆୟୋଗ ସୋସିଆଲ ମିଡିଆ କମ୍ପାନୀକୁ ଏହି ପ୍ରାଇବେଟ ଗ୍ରୁପ ସମ୍ବନ୍ଧରେ ନୋଟିସ ପଠାଇଛି । ଆୟୋଗ ଇଂସ୍ଟାଗ୍ରାମ କୁ ଆଡମିନ ଓ ଏହି ଗୋଷ୍ଠୀର ସମସ୍ତ ସୂଚନା ୮ ମେ ମଧ୍ୟରେ ଦେବା ପାଇଁ କହିଛନ୍ତି । ଏହା ସହିତ ଦିଲ୍ଲୀ ପୋଲିସକୁ FIRର ସୂଚନା ଦେବା ପାଇଁ କୁହାଯାଇଛି । ପୋଲିସ ଏହି ଗୋଷ୍ଠୀର ୧୫ ବର୍ଷୀୟ ଏକ କଥିତ ଆରୋପିକୁ ଚିହ୍ନି ସାରିଛନ୍ତି ଓ ତାହା ସହିତ ସମ୍ପର୍କ ବି କରିଛନ୍ତି । ପୋଲିସ ଏହା ବି କହିଛନ୍ତି କି ଏହି ଗ୍ରୁପରେ କିଛି କଲେଜ ଛାତ୍ର ବି ଜଡିତ ଅଛନ୍ତି ।

ସାଇବର ସେଲର ଡ଼ିସିପି ଅନ୍ୱେଶ ରୟ କହିଲେ କି, ଆମେ ଭାଇରାଲ ସ୍କ୍ରିନଶଟର ସ୍ଵତଃ ସଜ୍ଞା ନେଇ ଆଇଟି ଆକ୍ଟ ସେକ୍ସନ ୬୭, ୬୭ ଏ ଅନୁସାରେ କେସ ରୁଜୁ କରିଛୁ । ଏହା ଛଡା ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୪୬୫, ୪୬୯, ୪୭୧ ଅନୁସରେ ମାମଲା ରୁଜୁ କରାଯାଇଛି ।

ଏକ ଅନ୍ୟ ପୋଲିସ ଅଧିକାରୀ କହିଲେ କି, ‘ଆମେ ନାବାଳିକ ସହ କଥାବାର୍ତ୍ତା କରିଛୁ । ସେ ଆମକୁ କହିଲା କି ସେ ନିଜ ସହିତ ପଢୁଥିବା ଝିଅର ଫଟୋକୁ ଶେୟାର କରୁ ନ ଥିଲେ । ସେ କହିଲା କି ସେ ଏହି ଗ୍ରୁପ୍ରର କେତେକ ପିଲାମାନଙ୍କୁ ଚିହ୍ନି ନାହିଁ । କାରଣ ସେ ସମସ୍ତେ ଅଲଗା ସ୍କୁଲର ଅଟନ୍ତି । ଯେମିତି ହିଁ ଏହି କଥିତ ଗ୍ରୁପରେ ସ୍କ୍ରୀନଶଟ୍ସ ଭାଇରାଲ ହେଲା ତେବେ ସେମାନ ଏହାକୁ ଡିଲୀଟ କରିଦେଲେ ଓ ‘ଲକରରୁମ ୨.୦’ ନାମକ ଅନ୍ୟ ଏକ ଗ୍ରୁପ କରି ନେଲେ । ଏହି ଗ୍ରୁପରେ ଝିଅକୁ ବି ଆଡ କରାଯାଇଥିଲା ।‘

ଯାଞ୍ଚରେ ଜଣା ପଡିଲା କି ଏହି ଗ୍ରୁପକୁ ଏକ ସପ୍ତାହ ପୂର୍ବେ ହିଁ ତିଆରି କରାଯାଇଥିଲା ଓ ଆଡମିନ ସମେତ ଏଥିରେ ୨୧ ଜଣ ସାମିଲ ଅଛନ୍ତି । ଏହି ଗ୍ରୁପରେ ତିନି ଚାରି ଟି ସ୍କୁଲର ପିଲା ସାମିଲ ଅଛନ୍ତି । କିଛି ଛାତ୍ରମାନେ ଏହା ବି କହିଛନ୍ତି କି ଏହି ଗ୍ରୁପରେ ସେମାନେ ସାମିଲ ହୋଇଛନ୍ତି କିନ୍ତୁ କେବେ କୌଣସି ମ୍ୟାସେଜ କରି ନାହାନ୍ତି । ଅନ୍ୟ ପଟେ ଏହି ଗ୍ରୁପ ବିରୁଦ୍ଧରେ ସୋସିଆଲ ମିଡିଆରେ କ୍ୟାମ୍ପ ଚାଲୁଅଛି, ଯେଉଁଥିରେ ବଡ ସଂଖ୍ୟାରେ ଝିଅମାନେ ସାମିଲ ଅଛନ୍ତି ।

#boyslockerroom ଟ୍ୱିଟରରେ ଟ୍ରେଣ୍ଡ କରିବାକୁ ଲାଗିଛି । ଲୋକମାନ ଏହି ଗ୍ରୁପ ପ୍ରତି ନିଜର କ୍ରୋଧ ପ୍ରକାଶ କରି ଏହି ଗ୍ରୁପ ବିରୁଦ୍ଧରେ କାର୍ଯ୍ୟକାରୀ କରିବା ପାଇଁ କହୁଛନ୍ତି । ଯାହା ପରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲିବାଲ ବି ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ଓ ଗ୍ରୁପ୍ରର ପୁଅମାନଙ୍କୁ ଗିରଫ କରିବା ପାଇଁ କହିଛନ୍ତି ।

ଅନ୍ୟ ପଟେ ମୁମ୍ବାଇ ପୋଲିସ ଯିଏକି ସୋସିଆଲ ମିଡିଆରେ ନିଜର ଖାସ ଅନ୍ଦାଜ ପାଇଁ ଜଣା ଯାଆନ୍ତି, ସେମାନେ ବି ଏହି ମାମଲା ବିଷୟରେ ନିଜର ମନ୍ତବ୍ୟ ଦେଇଛନ୍ତି ଓ ଏହା ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ କରିବାର କଥା ବି କହିଛନ୍ତି । ସୋସିଆଲ ମିଡିଆରେ କିଛି ୟୁଜରଙ୍କ ଅନୁସାରେ ବଏଜ ଲକର ରୁମର କିଛି ମେମ୍ବର ସେହି ଝିଅମାନଙ୍କୁ ଅଶୀଳ ଫଟୋ ବି ଭାଇରାଲ କରିବାର ଧମକ ଦେଇଛନ୍ତି, ଯେଉଁମାନେ ଏହି ଗ୍ରୁପ ବିରୁଦ୍ଧରେ କମ୍ପ୍ଲେନ କରିଥିଲେ । ଏହି ମାମଲା ପରେ ଏମାନେ ଏକ ନୂଆ ଗ୍ରୁପ ବି କରି ସାରିଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।