ଖୁସିର ସହାୟତା ପାଇଁ ସମ୍ବଲପୁରର ସାମାଜିକ ସଂଗଠନ ସ୍ଵାଭିମାନ ବଢାଇଲା ହାତ

ସମ୍ବଲପୁରର ସାମାଜିକ ସଂଗଠନ ସ୍ଵାଭିମାନ ସମ୍ବଲପୁର ତରଫରୁ ଆଉ ଏକ ଅସହାୟକୁ ସହାୟତାର ହାତ ବଢାଇଛି । ସ୍ଵାଭିମାନ ତରଫରୁ ଗୋଟିଏ ପିଲାକୁ ସହାୟତା ମିଳିଛି । କିଛି ମାସ ହେବ ସ୍ନାୟୁ ରୋଗରେ ଶିକାର ହୋଇ ବେଡରେ ପଡିଥିବା ୧୫ ବର୍ଷୀୟ ଖୁସିଙ୍କୁ ଏହି ସଂଗଠନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ସ୍ଥାନୀୟ ଚେରୁଆପାଡା ଅଞ୍ଚଳରେ ସପରିବାରରେ ରହୁଥିବା ଖୁସି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି, ଯାହାଫଳରେ ସେ ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି । ବହୁତ ଚିକିଶ୍ଚା କଲା ପରେ ମଧ୍ୟ ତାହା ଭଲ ହେଉ ନାହିଁ । ଏବେ ଏମିତି ଅବସ୍ଥା ହୋଇ ଯାଇଛି କି ସେ ନିଜେ ଶେଯରୁ ଉଠିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି । ସେଥିପାଇଁ ଏହି ସଂଗଠନ ଏକ ବହୁତ ଭଲ କାର୍ଯ୍ୟ କରିବାକୁ ଯାଉଛି ।

ଏମିତିରେ ତାଙ୍କର ସହାୟତା ନିମିତ ସମ୍ବଲପୁରର ସାମାଜିକ ସଂଗଠନ ସ୍ଵାଭିମାନ ସମ୍ବଲପୁର ତରଫରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି । ସଂଗଠନ ତରଫରୁ ରଞ୍ଜିତା ସେଠ, ଅମର ତାଣ୍ଡି, ସମୀର ହୋତା, ଗୌରିଶଙ୍କର ମିଶ୍ର, ଦେବନ୍ତ ବେହେରା, ଅଭିଷେକ ମହାପାତ୍ର, କୌଶିକ ସାହୁ, ସୁଶାନ୍ତ ରାଉତ, ହିମାଂଶୁ ସାନବଡ, ଉପେନ୍ଦ୍ର ରାଉତ, ସୁଧୀର ଦାସ ଓ ଚମନ ବିଶ୍ଵକର୍ମା ଆଦି ଖୁସୀଙ୍କ ଘରକୁ ଯାଇ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏହି ୧୫ ବର୍ଷ ର ପିଲା ପାଇଁ ଏହା ଏକ ମହତ କାର୍ଯ୍ୟ । ଭାରତ ରେ ଏମିତି ବହୁତ ପିଲା ଅଛନ୍ତି ଯେଉଁ ମାନେ ବହୁତ କଷ୍ଟ ର ସମୁଖିନ ହେଉଛନ୍ତି । ବହୁତ ସାମାଜିକ ସଂଗଠନ ଓ ଚାରିଟିବଲ ଟ୍ରଷ୍ଟ ଏହି ପିଲା ମାନଙ୍କୁ ଆର୍ଥିକ ସହଯୋଗ କରୁଛି ।