ଅନ୍ତିମ ସଂସ୍କାର କରିବା ପୂର୍ବରୁ “ମୁର୍ଦାର”ଟି ହଲାଇଲା ମୁଣ୍ଡ, ଶ୍ମଶାନ ଛାଡି ପଳାଇଲେ ଲୋକ

ଯଦି ଚିଟା ଉପରେ ସୋଇଥିବା ମୁର୍ଦାର ମୁଣ୍ଡ ହଲାଏ, ତେବେ କେହି ବି ଭୟଭୀତ ହୋଇଯିବ। ଏମିତି ହିଁ କିଛି ହୋଇଥିଲା ଓଡିଶା ରାଜ୍ୟର ଗଞ୍ଜାମ ଜିଲ୍ଲାରେ । ଏହି ସ୍ଥାନରେ କିଛି ଲୋକ ମୁର୍ଦାରକୁ ଜଳାଇବା ପାଇଁ ଶ୍ମଶାନ ନେଇଥିଲେ, କିନ୍ତୁ ମୁର୍ଦାରଟି ହଠାତ ତା’ର ମୁଣ୍ଡକୁ ହଲାଇଲା । ଯାହାଫଳରେ ଲୋକମାନେ ଭୟରେ ଶ୍ମଶାନରୁ ପଳାଇ ଯାଇଥିଲେ ।

ଏହି ଅଜବ ଗଜବ ଘଟଣା କପକହାଲା ଗାଁ ର ଅଟେ । ମିଡିଆ ରିପୋର୍ଟ ଅନୁସାରେ ଗାଁ ରେ ରହୁଥିବା ୫୫ ବର୍ଷର ସିମାଞ୍ଚ ମଲିକ ଶନିବାର ଦିନ ଛେଳି ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ । ସନ୍ଧ୍ୟା ବେଳେ ତାଙ୍କର ଛେଳିମାନେ ଫେରିଯାଇଥିଲେ କିନ୍ତୁ ସେ ଫେରିନଥିଲେ । ରବିବାର ଦିନ ସକାଳେ କିଛି ଲୋକମାନେ ମଲିକଙ୍କୁ ବେହୋସ ଅବସ୍ଥାରେ ଦେଖି ମଲିକଙ୍କ ଘରକୁ ନେଇଯାଇଥିଲେ ।

ଯାହାଫଳରେ ପରିବାର ଲୋକ ତାଙ୍କୁ ମୃତ ଭାବି ଶ୍ମଶାନକୁ ନେଇଯାଇଥିଲେ । କିନ୍ତୁ ଶ୍ମଶାନରେ ପହଞ୍ଚିଲା ପରେ ମୁର୍ଦାରରେ ଜୀବନ ଆସିଗଲା । ଏହା ଦେଖି କିଛି ଲୋକ ଡରି ପଳାଇ ଯାଇଥିଲେ । କିଛି ସମୟ ପରେ ଲୋକମାନେ ମଲିକଙ୍କୁ ଡାକ୍ତର ଖାନା ପଠାଇ ଥିଲେ । ବର୍ତ୍ତମାନ ତାଙ୍କର ସ୍ଥିତି ଠିକ ଅଛି । ଡାକ୍ତର କହିଲେ କି ମଲିକଙ୍କୁ ଅଧିକ ମାତ୍ରାରେ ଜ୍ଵର ହୋଇଥିଲା । ଯାହାଫଳରେ ସେ ବେହୋସ ହୋଇ ଯାଇଥିଲେ ।

ତାଙ୍କ ପତ୍ନୀ ତାଙ୍କୁ ଜୀବନ୍ତ ପାଇ ବହୁତ ଖୁସି ହୋଇଥିଲେ । କିନ୍ତୁ ସେ ପରେ ଚିନ୍ତା କଲେ କି ସେ ତାଙ୍କ ସ୍ଵାମୀଙ୍କୁ ପ୍ରଥମେ ହସ୍ପିଟାଲ କାହିଁକି ନେଲେନାହିଁ ଓ କାହିଁକି ମୃତ ଘୋଷିତ କରିଦେଲେ ।