ଗୋଟିଏ ହିଁ ମଣ୍ଡପରେ ସରପଞ୍ଚ ସ୍ଵାମୀ କଲା ନିଜ ପତ୍ନୀ ଓ ଶାଳି ସହ ବିବାହ

ମଧ୍ୟ ପ୍ରଦେଶର ଭିଣ୍ଡ ଜିଲା ମୁଖ୍ୟାଳୟରୁ ୩୦ କିମି ଦୂରରେ ଥିବା ଏକ ଗାଁ ର ସରପଞ୍ଚ ନିଜର ପତ୍ନୀ ଓ ତା’ର ମାମୁଁ ଝିଅ ଭଉଣୀ ସହ ଗୋଟିଏ ମଣ୍ଡପରେ ହିଁ ବିବାହ କରିଛି । ମେହ ଗାଁ ପୋଲିସ ଷ୍ଟେସନ ଅନ୍ତର୍ଗତ ଗୁଦାବଳୀ ଗାଁ ରେ ୨୬ ଡିସେମ୍ବରରେ ହୋଇଥିଲା ଏହି ବିବାହ । ବିବାହ କରୁଥିବା ବ୍ୟକ୍ତି ଜଣକ ହେଉଛି ଦିଲୀପ ବା ଦିପୁ ପରିହାର(୩୫) , ପ୍ରଥମେ ନିଜ ଶାଳି ରଚନା (୨୨)ସହ ବିବାହ କଲା ଓ ପରେ ସେହି ମଣ୍ଡପରେ ନୂଆ ପତ୍ନୀ ସହ ପୂର୍ବ ପତ୍ନୀ ବିନୀତା ଦେବୀ(୨୮)କୁ ବରମାଳା ପିନ୍ଧାଇଲା ।

ଦିଲୀପ ଓ ବିନୀତାଙ୍କର ୯ ବର୍ଷ ପୂର୍ବରୁ ବିବାହ ହୋଇ ସାରିଥିଲା ଓ ଏହି ଦୁଇଜଣଙ୍କର ୩ ଟି ପିଲା ମଧ୍ୟ ଅଛନ୍ତି । ଗୋଟିଏ ସ୍ଟେଜରେ ହୋଇଥିବା ଏହି ବିବାହ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ବିବାହରେ ହୋଇଥିବା ଏକ ଭିଡିଓରେ ଦିଲୀପ କହିଲା କି, ସେ ବିନୀତା ସହ ୯ ବର୍ଷ ପୂର୍ବରୁ ବିବାହ କରିଥିଲେ ।

ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସେ କହିଲା ତାଙ୍କର ପ୍ରଥମ ପତ୍ନୀ ବିନୀତାଙ୍କ ଶରୀର ସବୁବେଳେ ଅସୁସ୍ଥ ଥାଏ । ସେଥିପାଇଁ ତାଙ୍କ ପିଲାମାନଙ୍କର ଯତ୍ନ ନେବା ପାଇଁ ସେ ବିନୀତାଙ୍କର ଭଉଣୀ ରଚନା ସହ ବିବାହ କରିଛନ୍ତି । ହିନ୍ଦୁ ଧର୍ମରେ ପତ୍ନୀ ବଞ୍ଚିଥିବା ସମୟରେ ଅନ୍ୟ କାହା ସହିତ ବିବାହ କରିବା ଅପରାଧ ଅଟେ , କିନ୍ତୁ ଭିଣ୍ଡ ପୋଲିସ ଷ୍ଟେସନରେ ଏମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ହୋଇ ନାହିଁ ।