ଅଚାନକ ଏହି ସବୁ ଖେଳାଳୀ ମାନଙ୍କ ଘରେ କରୋନା ଭାଇରସ ଯୋଗୁଁ ଛାଇଗଲା ଶୋକ, ପୁରା କ୍ରିକେଟ ଜଗତରେ ଶୋକର ଲହରୀ

କ-ରୋ-ନା ମ-ହା-ମା-ରୀ ଏବେ ଭାରତରେ ବିକଟାଳ ରୂପ ଧାରଣ କରିସାରିଛି । ଏହାର ପ୍ରଭାବ ଏତେ ଭ-ୟ-ଙ୍କ-ର ଯେ ବିସିସିଆଇର ବାଇଓ ବବଲ ମଧ୍ୟ ରକ୍ଷା କରି ପାରିଲା ନାହିଁ । ସମସ୍ତ ଚେଷ୍ଟା ସତ୍ତ୍ଵେ ଭା-ଇ-ର-ସ ଯୋଗୁଁ ଖେଳାଳି ମାନେ ପଜିଟିଭ ହେବାକୁ ଲାଗିଲେ । ଯାହା ପରେ ସମସ୍ତ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୁର୍ଣ୍ଣ ଆଇପିଏଲ୍ କୁ ସ୍ଥଗିତ କରିବାକୁ ପଡ଼ିଲା । ଏହାପରେ ମଧ୍ୟ ଉଭୟ ଖେଳାଳି ଓ ତାଙ୍କ ପରିବାର ଭା-ଇ-ର-ସ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି ।

ଗତ ବର୍ଷ ଟିମ୍ ଚେନ୍ନାଇ ତରଫରୁ ଖେଳୁଥିବା ଲେଗ୍ ସ୍ପିନର୍ ପିୟୁଷ ଚାୱଲା ଯିଏ କି ଚଳିତ ବର୍ଷ ଆଇପିଏଲ ରେ ମୁମ୍ବାଇ ଟିମ୍ ରେ ଥିଲେ, ନିକଟରେ ତାଙ୍କ ପିତା ପ୍ରମୋଦ ଚାୱଲାଙ୍କ କ-ରୋ-ନା ଭା-ଇ-ର-ସ୍ ରେ ମୃତ୍ୟୁ ହୋଇଛି । ମେ ୧୦ ତାରିଖ ଦିନ ସୋସିଆଲ ମିଡିଆରେ ନଜେ ପିୟୁଷ ଚାୱଲା ଏହି ଦୁଃଖଦ ଖବର ସେୟାର କରିଥିଲେ । ଏହାପରେ ସମସ୍ତ କ୍ରିକେଟର ମାନେ ନିଜ ଶୋକ ପ୍ରକାଶ କରିଥିଲେ ।

ଏହି ବର୍ଷ ରାଜସ୍ଥାନ ତରଫରୁ ଖେଳୁଥିବା ନୂଆ ଉଦୀୟମାନ ଖେଳାଳି ଚେତନ ସାକାରିଆ ମଧ୍ୟ ଏହି ଭା-ଇ-ର-ସରୁ ବଞ୍ଚିତ ନାହାଁନ୍ତି । ଏହି ଭା-ଇ-ର-ସ ଯୋଗୁଁ ସେ ନିଜ ଭାଇଙ୍କୁ ହରାଇବା ଦୁଃଖରୁ ନ ବାହାରୁଣୁ ତାଙ୍କ ପିତା ମଧ୍ୟ ଭା-ଇ-ର-ସ ଦ୍ଵାରା ଆକ୍ରାନ୍ତ ହୋଇଥିଲେ । କିଛି ଦିନରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଛି ।

ସେହିପରି ଭାରତୀୟ ମହିଳା କ୍ରିକେଟର ବେଦ କୃଷ୍ଣମୂର୍ତ୍ତି ଙ୍କୁ ମଧ୍ୟ ଭା-ଇ-ର-ସ ଯୋଗୁଁ ବଡ଼ ଝଟକା ଲାଗିଛି । କାରଣ କିଛି ଦିନ ପୂର୍ବରୁ ଭା-ଇ-ର-ସରେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ, ତାର ଦୁଇ ସପ୍ତାହ ପରେ ତାଙ୍କ ଭଉଣୀଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଛି ।

ରାଜସ୍ଥାନ ପାଇଁ ରଣଜୀ ଟ୍ରଫି ଖେଳୁଥିବା ବିବେକ ଯାଦବ ଯାହାଙ୍କ ବୟସ ମାତ୍ର ୩୬ ବର୍ଷ ଥିଲା, ସେ ମଧ୍ୟ ଏହି ଭା-ଇ-ର-ସର ଶିକାର ହୋଇ ସାରିଛନ୍ତି । ସେ କ୍ୟାନସର ରୋଗରେ ପୀଡିତ ଥିଲେ । ସେ କେମୋ ଥେରାପି ପାଇ ଡାକ୍ତରଖାନା ଯିବା ବେଳେ ଜଣା ପଡ଼ିଥିଲା କି ସେ କ-ରୋ-ନା ପଜିଟିଭ୍ ଅଛନ୍ତି । ଏହି ଭା-ଇ-ର-ସ ସହ ଲଢି ନ ପାରି ଶେଷରେ ସେ ମଧ୍ୟ ମୃତ୍ୟୁବରଣ କରିଥିଲେ । ସେହିପରି ଭାରତୀୟ ଟିମ୍ ର ପୂର୍ବତନ କ୍ରିକେଟର ଚେତନ ଚୌହାନ ମଧ୍ୟ ଏହି ଭା-ଇ-ର-ସ ରୁ ବଞ୍ଚି ପାରି ନାହାଁନ୍ତି ।

ଚଳିତ ବର୍ଷ ଆଇପିଏଲ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିଅର୍, ଅମିତ୍ ମିଶ୍ର ଓ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ କ-ରୋ-ନା ପଜିଟିଭ୍ ଥିବା ଜଣା ପଡିଛି । ଏମାନେ ପଜିଟିଭ୍ ବାହାରିବା ପରେ ଆଇପିଏଲ କୁ ସ୍ଥଗିତ କରି ଦିଆ ଯାଇଥିଲା । କିନ୍ତୁ ଏମାନଙ୍କ ସ୍ବାସ୍ଥ୍ୟ ବିଷୟରେ କୌଣସି ଅପଡେଟ ମିଳି ପାରିନାହିଁ । ତେବେ ଆଶା କରୁଛୁ ଏହି ଖେଳାଳି ଓ ସେମାନଙ୍କ ପରିବାର ବର୍ଗ ନିହାତି ସୁସ୍ଥ ଥିବେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।