ମହଙ୍ଗା ପଡିଲା ଖେଳ, ଷ୍ଟଣ୍ଟ ବେଳେ ମାଡିଆସିଲା ଟ୍ରେନ ଆଉ ତା ପରେ.. ଦେଖନ୍ତୁ Shocking Viral Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏମିତି କିଛି ଘଟଣା ଦେଖିଥିବେ ଯେ ଅନେକ ଲୋକ ମାନେ ଷ୍ଟଣ୍ଡ କରି ଲୋକପ୍ରିୟ ହେବାକୁ ପସନ୍ଦ କରନ୍ତି । ନିଜ ଜୀବନକୁ ବାଜି ଲଗାଇ ସେମାନେ ଏଭଳି କିଛି ଷ୍ଟଣ୍ଡ କରି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଚର୍ଚ୍ଚାରେ ଆସିବାକୁ ପସନ୍ଦ କରିଥାନ୍ତି ।

କିଛି ଲୋକଙ୍କର ଏହା ଗୋଟେ ସଉକ ହୋଇଥାଏ । କିନ୍ତୁ ସେମାନେ ଜାଣି ନ ଥାନ୍ତି ଏପରି କରିବା ଦ୍ଵାରା ତାଙ୍କ ଜୀବନ ପ୍ରତି ବିପଦ ରହିଥାଏ । ଏଭଳି କିଛି ଆଶ୍ଚର୍ଯ୍ୟ କର ଘଟଣା ଗୁଜୁରାଟରେ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଗାଡିରେ ଷ୍ଟଣ୍ଡ କରିବା ସମୟରେ ଅଚାନକ ଟ୍ରେନ ବହୁତ ତୀବ୍ର ଗତିରେ ମାଡି ଆସିଥିଲା । ଏହା ପରେ ଟ୍ରେନଟି ଅତି ନିକଟତର ହେବାର ଦେଖି ନିଜ ଜୀବନ ରକ୍ଷା କରିବା ପାଇଁ ବ୍ୟକ୍ତି ନିଜ ଗାଡି ଛାଡି ସେଠାରୁ ପଳାଇ ଯାଇଥିଲେ । ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ।

ଗଣ ମାଧ୍ୟମ ସୂଚନା ଅନୁସାରେ ଯାମୁନଗରର ସାଞ୍ଝ୍ଯା ବ୍ରିଜରେ ଏହି ଘଟଣାଟି ଘଟିଛି । ଟ୍ରେନଟି ଦ୍ରୁତ ଗତିଆରେ ହରିଆ କଲେଜ ଦେଇ ଆସୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ ରେଲୱେ ଟ୍ରାକରେ ଷ୍ଟଣ୍ଡ କରୁଥିଲେ । ଟ୍ରେନଟି ତୀବ୍ର ଗତିରେ ଆସୁଥିବା ଦେଖି ହଟାତ ସେ ଡଋ ଯାଇ ନିଜ ସ୍କୁଟିକୁ ଟ୍ରେନ ଟ୍ରାକରୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଗାଡିଟି ନ ବାହାରି ଟ୍ରାକ ମଝିରେ ଫଶୀ ଯାଇଥିଲା ।

ଏହା ପରେ ସେହି ବ୍ୟକ୍ତି ଜଣକ ଗାଡି ଛାଡି ସେଠାରୁ ପଳାଇ ଥିଲେ । ଭାଇରାଲ ହୋଇଥିବା ଭିଡିୟରେ ଟ୍ରେନ ସେହି ଗାଡିକୁ କିଛି ଦୂର ଯାଏଁ ଘୋଷାଡ଼ି ନେଇଥିଲା । ଏହି ବ୍ୟକ୍ତି ଜଣକ ସତଣ୍ଡା କରିବାର ଏତେ ନିଶା ଲାଗିଥିଲା ଯେ ଟ୍ରେନ ଅତି ନିକଟତର ହେବା ପରେ ଯାଇ ସେଠାରୁ ଗାଡି ଛାଡି ପଳାଇ ଯାଇଥିଲେ । ସୂଚନା ଅନୁସାରେ ଏହି ଭିଡିଓଟି ଭାଇରାଲ ହେବ ପରେ ସେହି ବ୍ୟକ୍ତିକୁ ପୋଲିସ ଖୋଜିବାରେ ଲାଗିଛି ।

ଚଳିତ ବର୍ଷ ଜଣେ ଯୁବକ ମାଲବାହୀ ଟ୍ରେନ ଉପରେ ଠିଆ ହୋଇ ଫୋଟୋ ଉଠାଇବା ସମୟରେ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ଜୀ-ବ-ନ ହା-ନି ହୋଇଥିଲା । ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଏଭଳି ବିପଦ ପୂର୍ଣ୍ଣ ଷ୍ଟଣ୍ଡ କରିବା ଦ୍ଵାରା କୌଣସି ବି ମୂହୁର୍ତ୍ତରେ ଜୀବନ ଯାଇପାରେ । ତେଣୁ ଏଥି ପ୍ରତି ଯୁବକ ପିଢୀ ବିଶେଷ କରି ଧ୍ୟାନ ଦେବା ଉଚିତ । ଏଭଳି କିଛି ଷ୍ଟଣ୍ଡ କରିବା ଉଚିତ ନୁହେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।