ଆଧୁନିକ ଜୀବନଶୈଳୀ ଅନୁଯାଇ ଆମ ସମସ୍ତଙ୍କ ଜୀବନରେ ବହୁ ପ୍ରକାର ପରିବର୍ତ୍ତନ ମଧ୍ୟ ଆସିଛି । ଯେଉଁ କାରଣରୁ ଲୋକ ଆମ ପରମ୍ପରା ଓ ସଂସ୍କୃତିକୁ ଭୁଲି ଭୁଲି ଯାଉଛନ୍ତି । ଯାହାର ଖରାପ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡୁଛି । ତେଣୁ ଆମେ ଆମ ଜୀବନରେ କରୁଥିବା ପ୍ରତ୍ଯେକଟି କାର୍ଯ୍ୟ ସମୟରେ ଯଦି କିଛି ଦରକାରୀ ଛୋଟ ଛୋଟ ନିୟମ ଉପରେ ଧ୍ୟାନ ରଖି କରିବା । ତେବେ ଜୀବନ ସୁଖମୟ ହୋଇପାରିବ । ତେବେ ଖାଦ୍ୟ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ ନିୟମ ଉପରେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ ।
1- ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘରକୁ ଶୌଚାଳୟ ପାଖାପାଖି କି ଶୌଚାଳୟର ଉପରେ କିମ୍ବା ତଳେ କରିବା ବାସ୍ତୁ ନିୟମ ଦ୍ରୁଷ୍ଟିରୁ ଅନୁଚିତ ।
2- ଖାଦ୍ୟ ଖାଇବାକୁ ଥିବା ସମୟରେ ଦିଗକୁ ଧ୍ୟାନରେ ରଖି ଭୋଜନ କରିବାକୁ ବସିବା ଉଚିତ । ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ଭୋଜନ କରନ୍ତୁ । ଯେଉଁ ବ୍ୟକ୍ତି ଭୋଜନ କରିବା ପୂର୍ବରୁ ନିଜର ହାତ, ଗୋଡ ଏବଂ ମୁଖକୁ ଭଲ ଭାବେ ଧୋଇ ପରିଷ୍କାର ଭାବେ ଭୋଜନ କରିବାକୁ ବସିଥାଏ । ସେହି ବ୍ୟକ୍ତିର ଆୟୁରେ ବୃଦ୍ଧି ହୋଇଥାଏ । ଭୂମୀ ଉପରେ ବସି ଭୋଜନ କରିବା ବହୁତ ଭଲ ହୋଇଥାଏ । ଏହାଦ୍ବାରା ଶରୀରରେ ଊର୍ଜାର ପ୍ରବାହ ଭଲ ଭାବେ ହୋଇଥାଏ । ଯାହାକି ଶରୀର ଓ ମନକୁ ସୁସ୍ଥ ରଖିଥାଏ ।
3- ଯେଉଁ ବ୍ୟକ୍ତିର ଆର୍ଥିକ ସ୍ଥିତି ଭଲ ନଥିବ । ସେଭଳି ବ୍ୟକ୍ତି ପଶ୍ଚିମ ଦିଗକୁ ମୁଖ କରି ଖାଇପାରିବେ । କାରଣ ଏହି ଦିଗକୁ ମୁହଁ କରି ଖାଇବା ଦ୍ଵାରା ବ୍ୟକ୍ତିର ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।
4- ଆଜିକାଲି ଅନେକ ଲୋକ ନିଜ ବେଡ୍ ଉପରେ ବସି ଭୋଜନ କରିଦେଉଛନ୍ତି । ହେଲେ ଏଭଳି ଭାବେ ବେଡ୍ ଉପରେ ବସି ଭୋଜନ କରିବା ଭୁଲ ଅଟେ । କାରଣ ଏହାଦ୍ବାରା ଅର୍ଣ୍ଣର ଅପମାନ ହୋଇଥାଏ । ଯାହା ଦ୍ଵାରା ରାହୁ ଅପ୍ରସନ୍ନ ହୋଇଥାନ୍ତି । ତେଣୁ ବେଡ୍ ଉପରେ ବସି ଭୋଜନ କରୁଥିବା ବ୍ୟକ୍ତିକୁ ଅନେକ ପ୍ରକାର ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ଏହାଛଡା ବ୍ୟକ୍ତିର ସ୍ଵାସ୍ଥଅବସ୍ଥା ମଧ୍ୟ ବିଗିଡି ଯାଇଥାଏ ।
5- ବହୁତ ଲୋକ ଖାଇବା ଖାଇ ସାରି ନିଜ ଥାଳିରେ ହିଁ ହାତ ମୁହଁ ଧୋଇ ଦେଇଥାନ୍ତି । ଯେତିକି ଦରକାର ସେତିକି ହିଁ ଅନ୍ନ ନିଅନ୍ତୁ । ହେଲେ ଖାଇବା ପରେ ଥାଳିରେ ଅଇଁଠା ଭୋଜନ ଛାଡିକି ଯିବା ଅନୁଚିତ । ଏହି କାର୍ଯ୍ୟ ଦ୍ଵାରା ମାତା ଅର୍ଣ୍ଣପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି । ଏହି କାର୍ଯ୍ୟ କରୁଥିବା ଲୋକଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ବଦଳରେ କମିବାକୁ ଲାଗିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍ ଓ ଶେୟାର କରନ୍ତୁ ।