ଆଶ୍ଚର୍ଯ୍ୟ! ଖଣ୍ଡଗିରିରେ ଗୁପ୍ତ ଗଙ୍ଗାର ସନ୍ଧାନ, ସମୁଦ୍ର ଠାରୁ 300 ରୁ ଅଧିକ ଫୁଟ୍ ଉଚ୍ଚତାରେ ମଧ୍ୟ ରହିଛି ଗଙ୍ଗାଜଳ, ଦେଖନ୍ତୁ video

ଖଣ୍ଡଗିରି ଆମ ଓଡିଶାର ପ୍ରାକୃତିକ ସୌନ୍ଦର୍ଜ୍ୟରେ ପରିପୂର୍ଣ୍ଣ ଏକ ଐତିହ୍ୟ ସ୍ଥଳୀ । ଏଠାକୁ ପ୍ରତିଦିନ ଅନେକ ପର୍ଯ୍ୟଟକ ବୁଲି ଆସିବା ସହ ଏଠାରେ ହେଉଥିବା ଖଣ୍ଡଗିରି ମେଳାର ମଧ୍ୟ ଖୁବ ଲୋକପ୍ରିୟତା ରହିଛି । ହରିଦ୍ଵାର, ନାସିକ, ଆଲ୍ଲାହାବାଦ, ପ୍ରୟାଗରାଜ ଓ ଉଜ୍ଜୟିନୀ ଆଦି ସ୍ଥାନରେ କୁମ୍ଭ ମେଳା କରା ଯାଇଥାଏ । ଯାହାକି ବିଶ୍ଵ ଶାନ୍ତି ପାଇଁ କରା ଯାଉଥିବା ବେଳେ ଖଣ୍ଡଗିରି ମେଳା ମଧ୍ୟ ବିଶ୍ବ ଶାନ୍ତି ପାଇଁ କରା ଯାଇଥାଏ । ଏଥିରେ ଅନେକ ସାଧୁସନ୍ଥ ମଧ୍ୟ ଯୋଗ ଦେଇଥାନ୍ତି ।

ହେଲେ ଅନେକ ଲୋକ ଭାବିଥାନ୍ତି କି ଓଡିଶାରେ ତ ଗଙ୍ଗା ନାହାନ୍ତି ଏଠାରେ ଖଣ୍ଡଗିରି ମେଳା କାହିଁକି ହେଉଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଓଡିଶାର ଖଣ୍ଡଗିରିରେ ଗୁପ୍ତ ଗଙ୍ଗା ରହିଛି । ଯାହାକି ଗୁମ୍ଫା ଭିତରେ ରହିଛି ଏବେ ସେହି ଗୁପ୍ତ ଗଙ୍ଗା ଦେଖିବା ପାଇଁ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଗୁପ୍ତ ଗଙ୍ଗାରୁ ଜଳ ଆଣିବାକୁ ହେଲେ ବହୁତ ନଇଁ ନଇଁକି ଭିତରକୁ ଯିବାକୁ ପଡୁଛି । ତଥାପି ଅନେକ ସାଧୁସନ୍ଥ ମାନେ ତା’ ଭିତରକୁ ଜଳ ଆଣୁଛନ୍ତି ଏବଂ ତାହା ପୂଜା କାର୍ଯ୍ୟରେ ଲାଗୁଛି ।

ଏହି ମେଳା 1960 ମସିହାରୁ ଗୋସ୍ଵାମୀ ଶ୍ରୀ ଶ୍ରୀ ପୀତାମ୍ବର ଦାସ ମହାରାଜାଙ୍କ ଦ୍ଵାରା ବର୍ଷରେ ଦୁଇଥର ଅନୁଷ୍ଠିତ ହୋଇ ଆସୁଛି । ଭାଦ୍ରବ ମାସରେ ପଞ୍ଚତତ୍ତ୍ଵ ହିସାବରେ ପାଞ୍ଚ ଦିନ ଏବଂ ଅତିବଡୀ ଶ୍ରୀ ଜଗନ୍ନାଥ ଦାସଙ୍କ ତିରୋଧାନ ଦିବସ ମାଘ ସପ୍ତମୀରେ ନବାଦାଭକ୍ତି ହିସାବରେ 9 ଦିନ ଏହି ମେଳା ହୋଇଥାଏ ।

ଯେକୌଣସି ସ୍ଥାନରେ ବୈଦିକ ରୀତିନୀତି ଓ ପୂଜା ବିଧି ପାଇଁ ଗଙ୍ଗାଜଳ ଅତ୍ୟାବଶ୍ୟକ । ତେଣୁ ମା’ ଗଙ୍ଗା ଖଣ୍ଡଗିରି ପାହାଡରେ ଅଛନ୍ତି ଏବଂ ଆମ ଉପରେ ଅତ୍ୟନ୍ତ କରୁଣା କରିଛନ୍ତି ବୋଲି ଜଣେ ସାଧୁ କହିଛନ୍ତି । ଏହି ସ୍ଥାନରେ ଯଦି କୌଣସି ବ୍ୟକ୍ତି ନିଷ୍ଠା ଏବଂ ଧ୍ୟାନ ସହକାରେ ମନ୍ତ୍ର ଜପ କରନ୍ତି ଓ ଯୋଗ କରନ୍ତି ତେବେ ଖୁବ ଶୀଘ୍ର ଫଳ ପ୍ରାପ୍ତ ହେବେ । ଏହା ଆମ ଓଡିଶାର ଗୁପ୍ତ ଗଙ୍ଗା ଭାବେ ନାମ ପାଇଛି ।

ସମୁଦ୍ର ପତନ ଠାରୁ 300-400 କିମି ଉଚ୍ଚରେ ଥାଇ ମଧ୍ୟ ଏଠାରେ ଜଳ ଅଛନ୍ତି । ଏହି ଜଳକୁ ବର୍ଦ୍ଧନୀ ଜଳ ସହ ମିଶ୍ରିତ କରାଯାଇ ସନ୍ଧ୍ୟା ସମୟରେ ପୂର୍ଣ୍ଣାହୂତି ବେଳକୁ ଜଗି କୁଣ୍ଡ ପାଖରେ ରହି ସମର୍ପଣ କରାଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।