“ମୁଁ ଆଗ MS Dhoni ଙ୍କ ପାଇଁ ଖେଳେ ତା’ପରେ ଦେଶ ପାଇଁ ଖେଳେ…” ଧୋନୀ ଆଗ ଦେଶ ଦ୍ଵିତୀୟ ବୋଲି କାହିଁକି କହିଲେ Suresh Raina

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ମିଷ୍ଟର ଆଇପିଏଲ ନାମରେ ଜଣାଶୁଣା ସୁରେଶ ରାଇନାଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ଯାପଟେନ କୁଲ୍ ଧୋନୀଙ୍କ ସହ ରାଇନାଙ୍କ ସମ୍ପର୍କ ଖୁବ ନିବିଡ ଏବଂ ସେ ସୁଯୋଗ ପାଇବା ମାତ୍ରେ ଧୋନୀଙ୍କର ପ୍ରଶଂସା କରିବାକୁ ପଛାନ୍ତି ନାହିଁ । ଏବେ ଧୋନୀଙ୍କ ପାଇଁ ରାଇନା ଦେଇଥିବା ଏକ ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ରାଇନା କହିଛନ୍ତି କି, ସେ ପ୍ରଥମେ ଧୋନୀଙ୍କ ପାଇଁ ଖେଳିଛନ୍ତି ଓ ତା’ପରେ ଦେଶ ପାଇଁ ଖେଳିଛନ୍ତି ।

ତାଙ୍କ କ୍ରିକେଟ କ୍ଯାରିୟରରେ ଧୋନୀ ଆଗ ଏବଂ ଦେଶ ପଛ ବୋଲି ସୁରେଶ ରାଇନା କହିଛନ୍ତି । ଧୋନୀଙ୍କ ଏଭଳି ବୟାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ରାଇନାଙ୍କ କହିବା ଅନୁଯାୟୀ ସେ ଗାଜିଆବାଦରୁ ଆସିଛନ୍ତି ଓ ଧୋନୀ ରାଞ୍ଚିରୁ । ସେମାନେ ସାଙ୍ଗ ହୋଇ ଅନେକ ମ୍ଯାଚ ଖେଳିବା ସହ ଦେଶକୁ ଅନେକ ମ୍ଯାଚ ମଧ୍ୟ ଜିତାଇଛନ୍ତି । ଧୋନୀଙ୍କ ସହ ଟିମ୍ ଇଣ୍ଡିଆ ପାଇଁ ଖେଳିବା ଓ ଦେଶ ପାଇଁ ଖେଳିବା ବଡ କଥା ବୋଲି କହିଛନ୍ତି ରାଇନା ।

ଏହାସହ ଧୋନୀ ଜଣେ ଭଲ ଲିଡର ଏବଂ ଭଲ ମଣିଷ ବୋଲି ମଧ୍ୟ ସେ କହିଛନ୍ତି । 2020 ଅଗଷ୍ଟ ମାସରେ ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ ଏମ.ଏସ ଧୋନୀ । ସେ ବିଦାୟ ନେବାର କିଛି ସମୟ ମଧ୍ୟରେ ହିଁ ରାଇନା ମଧ୍ୟ ନିଜ ଅବସର ଘୋଷଣା କରିଥିଲେ ।

ସେତେବେଳେ ପୁଣି ଥରେ ଧୋନୀଙ୍କ ପ୍ରତି ରାଇନାଙ୍କ ଭଲପାଇବାକୁ ନେଇ ଚର୍ଚ୍ଚା କରିଥିଲେ କ୍ରିକେଟ ପ୍ରେମୀ । ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିବା ରାଇନା ଆଇପିଏଲ ରେ ଖେଳିବା ସହ ଧୋନୀଙ୍କ ଦଳରେ ଖେଳିବା ଜାରି ରଖିଥିଲେ । ଅନେକ ସମୟରେ ରାଇନା ଓ ଧୋନୀଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା ହୋଇଥାଏ । ରାଇନା ଧୋନୀଙ୍କୁ ନିଜର ଭଲ ମେଣ୍ଟର ଭାବେ ମାନୁଥିବା ବେଳେ ଏହି ଦୁଇ ଖେଳାଳି ଭାରତକୁ ଅନେକ ମ୍ଯାଚରୁ ପରାଜୟରୁ ବଞ୍ଚାଇଥିଲେ ।

2011 ବିଶ୍ବକପରେ ମଧ୍ୟ ଏହି ଦୁଇଜଣ ଚାମ୍ପିୟାନ ଦଳର ଭଲ ସଦସ୍ୟ ଥିଲେ । ତେବେ ଦୀର୍ଘ ସମୟ ବ୍ଯବଧାନରେ ଧୋନୀଙ୍କୁ ନେଇ ରାଇନାଙ୍କ ଏଭଳି ବୟାନକୁ ନେଇ କ୍ରିକେଟ ପ୍ରେମୀମାନେ ଚର୍ଚ୍ଚା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।