MEE Puch Puch ଙ୍କ ରିସେପସନ ଭୋଜିରେ ଗୋଟିଏ ଟେବୁଲରେ ବସି ଖାଇଲେ Rani Panda ଓ Aparajita Mohanty, ଦେଖନ୍ତୁ video

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆପଣଙ୍କ ପ୍ରିୟ କଳାକାର ମି ପୁଚ୍ ପୁଚ୍ ଅର୍ଥାତ ଇତିକା ପ୍ରିୟଦର୍ଶିନୀ ପତି । ଓଡିଆ ହାସ୍ୟ ଅଭିନେତା ଅରବିନ୍ଦ ଷଡଙ୍ଗୀଙ୍କ ପୁଅଙ୍କୁ ବିବାହ କରି ସବୁଦିନ ପାଇଁ ଶାଶୁଘରକୁ ଚାଲି ଯାଇଛନ୍ତି ମି ପୁଚ୍ ପୁଚ୍ । ତାଙ୍କ ବାହାଘରର ବିଭିନ୍ନ ଫଙ୍କସନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏବଂ ଏହାକୁ ନେଇ ଲୋକେ ବେଶ ଚର୍ଚ୍ଚା କରୁଛନ୍ତି । ଆପଣ ନିଶ୍ଚୟ ଜାଣିଥିବେ ଇତିକା ଜଣେ କଳାକାର ପରିବାରର ଝିଅ ।

ଅର୍ଥାତ ଇତିକାଙ୍କ ବାପା ନିରଞ୍ଜନ ପତି ମଧ୍ୟ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା । କଳାକାର ଘରର ଝିଅ ଅନ୍ୟ ଏକ କଳାକାର ଘରକୁ ବୋହୂ ହୋଇ ଯାଇଛନ୍ତି । ତେବେ ଏନେଇ ଇତିକା ବେଶ ଖୁସି ଥିବା ସେ ଅନେକ ଥର ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି । ଇତିକାଙ୍କ ବିବାହ ଖବର ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କ ବିବାହ ଉତ୍ସବରେ ଅନେକ ଓଡିଆ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଗତକାଲି ଇତିକାଙ୍କ ବିବାହ ରିସେପସନ ଶେଷ ହୋଇଛି ।

ରିସେପସନରେ ମଧ୍ୟ ଅନେକ ସେଲିବ୍ରିଟି ମାନଙ୍କ ଗହଳି ଲାଗି ରହିଥିଲା । ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏବଂ ଲୋକପ୍ରିୟ ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ମି ପୁଚ୍ ପୁଚ୍ ଙ୍କ ରିସେପସନରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଉଭୟ ନବ ବିବାହିତା ବରବଧୂଙ୍କୁ ଆଶୀର୍ବାଦ କରିବା ସହ ସେମାନଙ୍କ ଫଟୋ ଉଠାଇଥିଲେ ।

ତେବେ ରାଣୀ ପଣ୍ଡା ଓ ଅପରାଜିତା ମହାନ୍ତି ଏକାହି ଗୋଟିଏ ଟେବୁଲରେ ବସି ରିସେପସନ ଭୋଜି ଖାଉଥିବା ଦେଖିବାକୁ ମିଳିଛି । ରାଣୀ ଧଳା ରଙ୍ଗର ଏକ ସୁନ୍ଦର ଗାଉନ ପିନ୍ଧିଥିଲେ ଏବଂ ଅପରାଜିତା ହଳଦିଆ ବ୍ଳାଉଜ ସହ କଳା ରଙ୍ଗର ଏକ ସୁନ୍ଦର ପାଟଶାଢୀ ପିନ୍ଧିଥିଲେ । ଉଭୟ କଥାବାର୍ତ୍ତା ହୋଇ ହସି ଗପି ରିସେପସନ ଭୋଜି ଉପଭୋଗ କରୁଥିବାର ଦେଖିବାକୁ ମିଳିଛି । ରାଣୀ ପଣ୍ଡା ଓ ଅପରାଜିତା ଏକାଠି ଖାଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଛି ।

ତେବେ ସେ ଯାହାବି ହେଉ, ଇତିକା ତାଙ୍କ ବିବାହରେ ବେଶ ଖୁସ ଥିବା ଜଣା ପଡ଼ୁଛନ୍ତି । ନବ ଦମ୍ପତ୍ତିଙ୍କ ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ଓ ଶାନ୍ତିମୟ ହେଉ ବୋଲି ଆମର କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।