ଖାଲି ପେଟରେ ରହି କରୁଥିଲା ପୋଲିସ ରେ ଭର୍ତି ପାଇଁ ପ୍ରସ୍ତୁତି, ଯେମିତି ହିଁ ପିନ୍ଧିଲା ବର୍ଦି, ପଡିଗଲା ପିତାଙ୍କ ପାଦ ତଳେ, ଦେଖନ୍ତୁ

ଚାକିରି ପାଇଁ ଲୋକମାନେ ବହୁତ କଷ୍ଟ କରିଥାନ୍ତି, ହେଲେ ସେମାନଙ୍କ ପଛରେ ତାଙ୍କ ପିତା ମାତାଙ୍କର ବିଶେଷ ଆଶୀର୍ବାଦ ରହିଥାଏ । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଯୁବକ ବିଷୟରେ କହିବୁ ଯିଏ ଖାଲି ପେଟରେ ପୋଲିସ ଚାକିରି ପାଇଁ ପ୍ରସ୍ତୁତି କରୁଥିଲା । ତେବେ ଆସନ୍ତୁ ଜାଣିବା ଏହି ଯୁବକ ବିଷୟରେ । ମହମ୍ମଦ ସାପୁତ୍ରାଙ୍କ ମା ଘରୋଇ କାମ କରୁଥିଲେ । ସେ ତାଙ୍କ ପୁଅ ମହମ୍ମଦ ର ସଂଘର୍ଷ ବିଷୟରେ କହିଲେ ।

ମହମ୍ମଦଙ୍କ ପିତା ଷ୍ଟ୍ରିଟ ଫୁଡର ଦୋକାନ କରିଥିଲେ, ତାଙ୍କ ପିତା ଓ ମାତା ରାତି ଦିନ ବହୁତ କଷ୍ଟ କରୁଥିଲେ । ସେମାନେ ବହୁତ କଷ୍ଟରେ ତାଙ୍କ ପୁଅ ମହମ୍ମଦକୁ ପାଠ ପଢାଇଥିଲେ । ମହମ୍ମଦଙ୍କ ପିତାଙ୍କ ଦୋକାନକୁ ବହୁତ ଅଳ୍ପ କଷ୍ଟମର ଆସୁଥିବାରୁ ବ୍ୟାପାରରେ କ୍ଷତି ହେଉଥିଲା ।

ମହମ୍ମଦ ପୋଲିସ ଚାକିରି ପାଇବା ପାଇଁ ବହୁତ କଷ୍ଟ କରିଥିଲା । ସେ ଖାଲି ପେଟରେ ପୋଲିସ ଚାକିରି ପାଇଁ ପ୍ରସ୍ତୁତି କରୁଥିଲା । ସୌଭାଗ୍ୟ ବଶତଃ ସେ ବହୁତ ସଂଘର୍ଷରେ ପୋଲିସ ଚାକିରି ପାଇଲେ । ମହମ୍ମଦ ସାପୁତ୍ରା ଯେତେବେଳେ ପ୍ରଥମ ଥର ପୋଲିସ ପୋଷାକ ପିନ୍ଧିଲେ ତେବେ ସେ ଭାବୁକ ହୋଇ ତାର ପୋଲିସ କର୍ମୀଙ୍କ ସାମ୍ନାରେ ତାର ପିତାଙ୍କ ପାଦ ତଳେ ପଡିଗଲା । ପିତା ମାତା ପୁଅକୁ ପୋଲିସର ବର୍ଦିରେ ଦେଖି ବହୁତ ଖୁସି ହୋଇଯାଇଥିଲେ ।