ସରକାରୀ ହସ୍ଟେଲରେ ୧୪ ବର୍ଷର ଛାତ୍ରୀ ହେଲା ଗର୍ଭବତୀ, ପେଟର ଯନ୍ତ୍ରଣା ପାଇଁ କରାଇବାକୁ ଯାଇଥିଲା ଯାଞ୍ଚ

ଝାରଖଣ୍ଡର କସ୍ତୁରବା ବିଦ୍ୟାଳୟରେ ଛାତ୍ରୀମାନଙ୍କ ଗର୍ଭବତୀ ହେବାର ଯାଞ୍ଚ ବର୍ତ୍ତମାନ ପୁରା ହିଁ ହୋଇ ନ ଥିଲା କି ଚତରା ର ଅନୁସୂଚିତ ଜାତି ଆବାସୀୟ ବାଳିକା ବିଦ୍ୟାଳୟର ୧୪ ବର୍ଷୀୟ ଛାତ୍ରୀ ଗର୍ଭବତୀ ହୋଇ ଯାଇଛି । କହିବାକୁ ଗଲେ ଅନୁମଣ୍ଡଳ ର ମୁଖ୍ୟାଳୟ ସିମରିୟା ନିକଟରେ ଅବସ୍ଥିତ ଅନୁସୂଚିତ ଜାତି ଆବାସୀୟ ବାଳିକା ଉଚ୍ଚ ବିଦ୍ୟାଳୟରୁ ଏହିଭଳି ମାମଲା ସାମ୍ନାକୁ ଆସିଛି ।

ବିଦ୍ୟାଳୟର ୧୪ ବର୍ଷର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଙ୍କିତା କୁମାରୀ (କାଳ୍ପନିକ ନାମ) ୧.୫ ମାସର ଗର୍ଭବତୀ ଅଟେ । ମାମଲା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ବିଦ୍ୟାଳୟର ଶିକ୍ଷୟତ୍ରି ବସନ୍ତି ବାଗେଙ୍କୁ ସେହି ଛାତ୍ରୀ ଜଣକ ନିଜର ପେଟ ଯନ୍ତ୍ରଣା ବିଷୟରେ କହିଲା । ଏହା ପରେ ଶିକ୍ଷୟତ୍ରି ସେହି ଛାତ୍ରୀକୁ ରେଫରଲ ହସ୍ପିଟାଲକୁ ନେଇଗଲେ । ଯେଉଁଠି ଡାକ୍ତରମାନେ ଛାତ୍ରୀର ଦୁଇ ଥର ଯାଞ୍ଚ କରିଥିଲେ ।

ଯାହା ପରେ ଛାତ୍ରୀ ୧.୫ ମାସର ଗର୍ଭବତୀ ଥିବାର ଜଣା ପଡିଥିଲା । ଶିକ୍ଷୟତ୍ରି ଜଣକ ଛାତ୍ରୀର ଯାଞ୍ଚ ୧୪ ଫେବୃୟାରୀ ୨୦୨୦ରେ ରେଫରଲ ହସ୍ପିଟାଲରେ କରାଇଥିଲେ । ଅନ୍ୟ ପଟେ ବିଧୟାକ କିଶୁନ କୁମାର ଦାସ ମାମଲାକୁ ନେଇ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି ଓ କହିଲେ କି ଏହା ଏକ ଲଜ୍ୟାଜନକ ଘଟଣା ଅଟେ ।

ସେ କହିଲେ କି ଏହି ମାମଲାର ଉଚ୍ଚ ସ୍ତରୀୟ ଯାଞ୍ଚ କରାଯିବା ଉଚିତ ଓ ଦୋଷୀ ଉପରେ କଡା କାର୍ଯ୍ୟ ଅନୁଷ୍ଠାନ ନେବା ଦରକାର । ଆପଣଙ୍କୁ କହିଦେଉଛୁ କି ପୂର୍ବରୁ ଏହିଭଳି ଘଟଣାରେ ବିଦ୍ୟାଳୟର ଶିକ୍ଷକ ଓମ ପ୍ରକାଶ ଆର୍ୟ ଓ ପ୍ରାଚାର୍ୟ କୃଷ୍ଣା ପ୍ରସାଦ ଜେଲ ଯାଇ ସାରିଛନ୍ତି । ଯେଉଁଥିରେ ଓମ ପ୍ରକାଶ ଆର୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜେଲରେ ଅଛି ।

ଏସଡୀଓ ଦିପୁ କୁମାର କହିଲେ କି ତାଙ୍କୁ ହ୍ଵାଟ୍ସଆପରେ ଭାଇରାଲ ମ୍ୟାସେଜରୁ କିଛି ସୂଚନା ମିଳିଛି । ଏହା ପରେ ସେ ଦୋଷୀକୁ ଧରି ତାହା ଉପରେ କାର୍ଯ୍ୟକାରୀ କରିବେ । ଏହା ସହିତ ସେ କହିଲେ କି ଏହି ମାମଲାରେ ଚାରି ଜଣ ସଦସ୍ୟଙ୍କର ଯାଞ୍ଚ ଟିମ ବି ଗଠନ କରାଯାଇଛି ।