ଖାଇବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଛୋଟ ଭୁଲ, ଘରୁ ଚାଲିଯିବେ ମା ଲକ୍ଷ୍ମୀ

ହିନ୍ଦୁ ଶାସ୍ତ୍ର ଅନୁସାରେ ଖାଦ୍ୟ ଗ୍ରହଣର କିଛି ନିୟମ ଏବଂ ସଂସ୍କାର ରହିଛି । ଖାଦ୍ୟ ଆମର ଦୈନନ୍ଦିନ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । କାରଣ ଏହା ଆମ ଶରୀରକୁ ଶକ୍ତି ଦେଇଥାଏ । ଆମର ଧାର୍ମିକ ଗ୍ରନ୍ଥଗୁଡ଼ିକ ଦୈନନ୍ଦିନ ଜୀବନ ସହିତ ଜଡିତ ସମସ୍ତ ବିଷୟ ପାଇଁ କିଛି ନିୟମ ଲେଖାଏ । ଏପରି କିଛି ନିୟମ ଭବନ ପୁରାଣରେ ମଧ୍ୟ ମିଳିଥାଏ, ଯାହା ଖାଦ୍ୟ ସହିତ ଜଡିତ ।

ଆଜି ଆମେ ଆପଣଙ୍କୁ ଖାଦ୍ୟ ସମ୍ବନ୍ଧୀୟ ସମାନ ନିୟମ ବିଷୟରେ କହିବାକୁ ଯାଉଛୁ, ଯାହା ନିମ୍ନଲିଖିତ ଅଟେ । ଏହି ସବୁର ପାଳନ ଶାସ୍ତ୍ର ଅନୁଯାୟୀ କରିବା ଉଚିତ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ।

୧) ପୂର୍ବ ଦିଗ କୁ ମୁହଁ କରି ଭୋଜନ କରିବା ଉଚିତ । ଦକ୍ଷିଣ ଦିଗରେ ଅସୁର ବାସ କରନ୍ତି । ଏହି ଦିଗରେ ମୁହଁ କରି ଭୋଜନ କରିବା ଦ୍ୱାରା ଖାଦ୍ୟ ଉଭେଇ ଯାଏ । ଯେତେ ଖାଇଲେ ମଧ୍ୟ ତୃପ୍ତି ହୁଏ ନାହିଁ । ଅର୍ଣ୍ଣ ଧ୍ୱଂସ ହୁଏ । ପଶ୍ଚିମ ମୁଖା ହୋଇ ଭୋଜନ କଲେ ଦେବତା ମାନେ ଅସନ୍ତୁଷ୍ଟ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଉତ୍ତର ଏବଂ ପୂର୍ବ କୁ ମୁଖ କରି ଭୋଜନ କରିବା ଉଚିତ । ଉତ୍ତର ଆଡକୁ ମୁହଁ କରି ଖାଇବା ଏବଂ ପୂର୍ବ ଆଡକୁ ଖାଇବା ସମ୍ମାନ ଏବଂ ଖ୍ୟାତି ଆଣିଥାଏ ।

୨) କେବେ ମଧ୍ୟ ଜଣେ ବସି ଖାଇବା ଉଚିତ୍ ନୁହେଁ । ଭୋଜନ ପରିବାର ସହ ବସି କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ବଢ଼େ । ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଭୋଜନ ମଧ୍ୟରେ ଅଧାରୁ ଉଠିବା ଦ୍ୱାରା ଧନ ନଷ୍ଟ ହୋଇଯାଏ ।

୩) ଛାଡି ଦିଆଯାଇଥିବା ଖାଦ୍ୟକୁ ଆଉ ଖାଇବା ଉଚିତ୍ ନୁହେଁ, ଏହା ବୟସକୁ ହ୍ରାସ କରିଥାଏ । ଅଧିକ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । କାରଣ ଅଧିକ ଖାଇବା ଏକ ଆସୁରିକ ପ୍ରବୁତି ହୋଇଥାଏ । ଏହା ମାତା ଲକ୍ଷ୍ମୀ ଙ୍କୁ ପସନ୍ଦ ନୁହେଁ ।

୪) କଦାପି ଖାଇବାକୁ କାହାକୁ ଅଇଁଠା ଖାଦ୍ୟ ଦିଅନ୍ତୁ ନାହିଁ କିମ୍ବା କେହି ଅଇଁଠା ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଗୋମାତା କୁ କେବେ ମଧ୍ୟ ଅଇଁଠା ଦେବା ଉଚିତ ନୁହେଁ ।

୫) ଅଧୁଆ ପାଟି ରେ କୌଣସି ସ୍ଥାନକୁ ଯିବା ଉଚିତ୍ ନୁହେଁ । ଯେତେବେଳେ ବି ଆପଣ କିଛି ଖାଅନ୍ତି, ତା’ପରେ କିଛି ଜଳ ନିଶ୍ଚୟ ପାନ କରିବା ଉଚିତ । ଖାଇବା ଥାଳିରେ କେବେ ମଧ୍ୟ ହାତ ଧୋଇବା ଉଚିତ ନୁହେଁ । ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

୬) ଖାଦ୍ୟ ଖୁସିରେ ଉପଭୋଗ କରିବା ଉଚିତ୍ । ଖାଦ୍ୟରେ କିଛି ଅଭାବ ଥିଲେ ମଧ୍ୟ ଏହା ଦ୍ୱାରା ମନ ଦୁଃଖ ହେବା ଉଚିତ୍ ନୁହେଁ । ପ୍ରତିଦିନ ଖାଇବା ପୂର୍ବରୁ ଭଗବାନ ଙ୍କୁ ସ୍ମରଣ କରିବା ଉଚିତ । “ଧନ୍ୟବାଦ ଭଗବାନ ଆପଣଙ୍କ କୃପାରୁ ଆଜି ମତେ ଭୋଜନର ସୁଯୋଗ ମିଳିଛି” ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।