କେଉଁ ସ୍ତ୍ରୀ ପାଇଁ ସ୍ୱାମୀ ହୋଇଥାଏ ଭାଗ୍ଯବାନ, ଏହା ସହିତ ପଢନ୍ତୁ ଆଜିର 15 + Anuchinta

୧. ଶାସ୍ତ୍ର ଅନୁସାରେ ଯେଉଁ ମାନଙ୍କ ଶରୀର ସର୍ବଦା ସୁସ୍ଥ ରୁହେ ସେହି ମାନେ ଭାଗ୍ୟବାନ ହୋଇଥାନ୍ତି। କାରଣ ସେମାନେ ସୁଖ ସମୃଦ୍ଧି ଭୋଗ କରିଥାନ୍ତି। ୨. ଯଦି ଆପଣ ନିରୋଗ ରହିବେ ତେବେ ଯେ କୌଣସି କାର୍ଯ୍ୟ ମନ ଲଗାଇ କରି ପାରିବେ ଏବଂ ସେହି କାର୍ଯ୍ୟ ରେ ସଫଳତା ମଧ୍ୟ ହାସଲ କରିବେ। ୩. ଯେଉଁ ମାନଙ୍କ ପାଖରେ ଉତ୍ତମ ଗୁରୁ ରହିଥାନ୍ତି ସେମାନେ ଭାଗ୍ୟବାନ ହୋଇଥାନ୍ତି। କାରଣ ଗୁରୁ ସର୍ବଦା ଉନ୍ନତି ର ମାର୍ଗ ଦେଖାଇଥାନ୍ତି।

୪. ମହାତ୍ମା ବିଦୁର କହିଛନ୍ତି ଯେ ସେହି ବ୍ୟକ୍ତି ମାନେ ଭାଗ୍ୟବାନ ଯେଉଁ ମାନଙ୍କ ଗୁରୁ ତାଙ୍କୁ ଭଲ ସଂସ୍କାର ଓ ରାସ୍ତା ଶିଖାଇଥାନ୍ତି। ଯାହା ଫଳରେ ସେହି ବ୍ୟକ୍ତି ବିପଦ ରୁ ନିଜକୁ ରକ୍ଷା କରିପାରି ଥାଏ।

୫. ଯେଉଁ ମାନଙ୍କ ରୋଜଗାର ବା ଆୟ ସ୍ଥାୟୀ ଏବଂ ଭଲ ହୋଇଥାଏ ସେହି ବ୍ୟକ୍ତି ମାନେ ଭାଗ୍ୟବାନ ହୋଇଥାନ୍ତି। କାରଣ ନିଶ୍ଚିତ ଆୟ ଦ୍ବାରା ଜୀବନ ସୁଖମୟ ହୋଇଥାଏ।

୬. ପଇସା ଲୋଭରେ କେବେବି ନିଜର ବ୍ୟବସାୟ ଓ ଚାକିରୀ କୁ ବିପଦ ରେ ପକାଇବା ଉଚିତ ନୁହେଁ। ଏହାଦ୍ବାରା ଦୁର୍ଭାଗ୍ୟ ର ଆଗମନ ହୋଇଥାଏ।

୭. ଯଦି କୌଣସି ପୁରୁଷ ବା ମହିଳା ଙ୍କୁ ସଦାଚାରୀ ଜୀବନସାଥି ମିଳିଥାଏ ତେବେ ସେ ଭାଗ୍ୟବାନ ହୋଇଥାନ୍ତି। କାରଣ ଏହାଦ୍ବାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ସମସ୍ତ ଅଭାବ ଦୂର ହୋଇଥାଏ।

୮. ଯେଉଁ ବ୍ୟକ୍ତି ମାନଙ୍କ ପିଲା ମାନେ ଶିକ୍ଷିତ, ସଂସ୍କାରୀ ଏବଂ ମାଆ ବାପା ଙ୍କ ସେବା କରିଥାନ୍ତି ସେହି ବ୍ୟକ୍ତି ମାନେ ଭାଗ୍ୟବାନ ହୋଇଥାନ୍ତି। କାରଣ ସେହି ବ୍ୟକ୍ତି ଙ୍କ ବୃଦ୍ଧାବସ୍ଥା ସୁଖପୁର୍ଣ୍ଣ ହୋଇଥାଏ।

୯. ଯେଉଁ ବ୍ୟକ୍ତି ମାନେ ନିଜର ପରିବାର ର ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତି ଏବଂ ବନ୍ଧୁ ବାନ୍ଧବ ଓ ପଡ଼ୋଶୀ ମାନଙ୍କ ସହିତ ଉତ୍ତମ ସଂପର୍କ ସ୍ଥାପନ କରନ୍ତି ସେହି ବ୍ୟକ୍ତି ମାନେ ଭାଗ୍ୟବାନ ହୋଇଥାନ୍ତି। କାରଣ ସେମାନଙ୍କୁ ସମସ୍ତ କାର୍ଯ୍ୟ ରେ ସହଯୋଗ ମିଳିଥାଏ।

୧୦. ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମାନେ ନିଜର ଗୁପ୍ତ କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ, ସେମାନଙ୍କ ଭାଗ୍ୟ ପ୍ରବଳ ହୋଇଥାଏ।

୧୧. ଯେଉଁ ବ୍ୟକ୍ତି ମାନେ ନିଜର ପ୍ରଶଂସା କରନ୍ତି ନାହିଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି କାରଣ ଶାସ୍ତ୍ର ଅନୁସାରେ ନିଜର ପ୍ରଶଂସା କରିବା ଦ୍ବାରା ଅଂହକାର ବୃଦ୍ଧି ହୋଇଥାଏ।

୧୨. ଯେଉଁ ଲୋକମାନେ ଅନ୍ୟ ର ସମ୍ମାନ କରିଥାନ୍ତି ଏବଂ ବୟସ୍କ ଲୋକଙ୍କୁ ଆଦର କରନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କାରଣ ସେମାନଙ୍କ ଉପରେ ଭଗବାନ ଙ୍କ ଆଶୀର୍ବାଦ ସର୍ବଦା ରହିଥାଏ।

୧୩. ଯେଉଁ ବ୍ୟକ୍ତି ମାନେ ସର୍ବଦା ଧର୍ମ ମାର୍ଗରେ ଚାଲିଥାନ୍ତି ସେହି ବ୍ୟକ୍ତି ମାନଙ୍କ ଉପରେ ଭଗବାନ ସନ୍ତୁଷ୍ଟ ରହିଥାନ୍ତି।ଯାହା ଫଳରେ ସେମାନେ ଉତ୍ତର ଭାଗ୍ୟ ପ୍ରାପ୍ତ କରିଥାନ୍ତି।

୧୪. ଯେଉଁ ବ୍ୟକ୍ତି ନିଜ ଜୀବନରେ ଯାହା ମିଳିଥାଏ ତାକୁ ନେଇ ଖୁସି ରେ ରହିଥାଏ ଏବଂ ଅନ୍ୟ ଉପରେ ଲୋଭ ଦୃଷ୍ଟି ପକାଇ ନଥାଏ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

୧୫. ଯେଉଁ ବ୍ୟକ୍ତି ସକାଳୁ ଉଠି ଯୋଗ, ବ୍ୟାୟାମ ଅଥବା ଶାରୀରିକ ପରିଶ୍ରମ କରିଥାଏ ସେହି ବ୍ୟକ୍ତି ନିଜ ଜୀବନରେ ସୌଭାଗ୍ୟ ପ୍ରାପ୍ତ କରିଥାଏ।

୧୬. ଯେଉଁ ସ୍ତ୍ରୀ ଲୋକ ମାନଙ୍କ ମଥା ରେ କଳାଯାଇ ରହିଥାଏ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇଥାନ୍ତି ସେହି ବ୍ୟକ୍ତି ବହୁତ ମାନେ ଭାଗ୍ୟବାନ ହୋଇଥାନ୍ତି।

୧୭. ଯେଉଁ ବ୍ୟକ୍ତି ଉଚିତ ମାର୍ଗ ରେ ପଇସା ରୋଜଗାର କରିଥାଏ ଏବଂ କୌଣସି ଖରାପ ମାର୍ଗ କୁ ଆପଣାଇ ନଥାଏ ସେହି ବ୍ୟକ୍ତି ଜୀବନ ରେ ସୌଭାଗ୍ୟ ପ୍ରାପ୍ତ କରିଥାଏ।

୧୮. ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ଓଠ ଉପରେ ହାଲକା ବାଳ ରହିଥାଏ ସେହି ଝିଅ ମାନର ସଦଗୁଣି ହୋଇଥାନ୍ତି ଏବଂ ଦାନ ପୁଣ୍ୟ କରିଥାନ୍ତି। ଏହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।