ନଡିଆ ତେଲରେ ଏହି ଜିନିଷକୁ ମିଶାଇ ମାତ୍ର ୩ ଦିନ ଲଗାନ୍ତୁ, ଚୁଟି ଏତେ ମୋଟା ଓ ଲମ୍ବା ହେବ କି ଆପଣ ସମ୍ଭାଳି ପାରିବେନି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ ।

ବନ୍ଧୁଗଣ ବର୍ତ୍ତମାନ ସମସ୍ତ ଙ୍କ ର ପ୍ରାୟତଃ କେଶ ସମସ୍ୟା ଦେଖିବାକୁ ମିଳୁଛି । ତେବେ ଏହି କେଶ ସମସ୍ୟା ରୁ କିପରି ମୁକ୍ତି ମିଳିବ ଆସନ୍ତୁ ଜାଣିବା । ବନ୍ଧୁଗଣ କେଶ କୁ ଭଲ ରଖିବା ପାଇଁ ପ୍ରତିଦିନ ତେଲ ଲଗାନ୍ତୁ । ତେଲ ନ ଲଗାଇବା ଦ୍ଵାରା ଆପଣଙ୍କ କେଶ ଦୁର୍ବଳ ହୋଇଯାଇଥାଏ । ତେଲ ଲଗାଇବା ଦ୍ଵାରା ଆପଣଙ୍କ ର କୌଣସି ପ୍ରକାର କେଶ ସମସ୍ୟା ଦେଖା ଦେଇ ନ ଥାଏ ।

ତେଣୁ ପ୍ରତିଦିନ କେଶ ରେ ତେଲ ଲଗାନ୍ତୁ । ବନ୍ଧୁଗଣ ଆଜି ଆମେ ଆପଣଂକୁ ରସୁଣ ସାହାଯ୍ୟ ରେ ଏକ ତେଲ ପ୍ରସ୍ତୁତ କରିବା ଵିଷୟ ରେ ଜଣାଇବୁ । ଏହି ତେଲ ଆପଣଙ୍କ କେଶ ପାଇଁ ବହୁତ ଭଲ ହୋଇଥାଏ । ରସୁଣ ରେ ବିଭିନ୍ନ ପ୍ରକାର ପ୍ରୋଟିନ ରହିଥାଏ ଯାହା ଆମ କେଶ ପାଇଁ ବହୁତ ଉପକାରୀ ହୋଇଥାଏ ।

ଏହି ତେଲ କୁ ପ୍ରୟୋଗ କରିବା ଦ୍ୱାରା ଆମ ର କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ । ରସୁଣ ଚନ୍ଦାପଣ ଦୁର କରି ନୂତନ କେଶ ବୃଦ୍ଧି କରିବା ରେ ମଧ୍ୟ ସାହାଯ୍ୟ କରିଥାଏ । ବନ୍ଧୁଗଣ ଏହି ତେଲ ବନେଇବା ପାଇଁ ପ୍ରଥମେ ରସୁଣ କୁ ଭଲ ଭାବରେ ଛଡାଇ ଦିଅନ୍ତୁ । ଏହା ପରେ ରସୁଣ କୁ ଦୁଇ ଫାଳ କରି କାଟି ଦିଅନ୍ତୁ ।

ଏହା ପରେ ଏକ ପାତ୍ର ରେ କିଛି ନଡ଼ିଆ ତେଲ ନିଅନ୍ତୁ । ନଡ଼ିଆ ତେଲ ଆପଣଙ୍କ କେଶ ପାଇଁ ବହୁତ ଭଲ ହୋଇଥାଏ । ନଡ଼ିଆ ତେଲ କୁ ଆପଣ ପ୍ରତିଦିନ କେଶ ରେ ଲଗାଇବା ଉଚିତ । ଏହା ପରେ ସେହି ନଡ଼ିଆ ତେଲ ରେ ସେହି ରସୁଣ କୁ ପକାଇ ଦିଅନ୍ତୁ । ଏହାପରେ ତାହାକୁ ଗ୍ୟାସ ଚୁଲା ଉପରେ ରଖି ଦିଅନ୍ତୁ । ଏହାକୁ ଅତି କମ ରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହାକୁ ସେ ପର୍ଯ୍ୟନ୍ତ ଗରମ କରନ୍ତୁ ଯେ ପର୍ଯ୍ୟନ୍ତ ରସୁଣ ର ରଙ୍ଗ ଲାଲ ହୋଇନାହିଁ ।

ରସୁଣ ସମ୍ପୂର୍ଣ୍ଣ ଲାଲ ହୋଇଯିବା ପରେ ତାହାକୁ ଚୁଲା ଉପରୁ ତଳକୁ ନେଇ ଆସନ୍ତୁ ଓ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ଏହାକୁ ଏକ ଛଣା ସାହାଯ୍ୟ ରେ ଛାଣି ଦିଅନ୍ତୁ ଓ ଏକ ଡବା ରେ ଭର୍ତ୍ତି କରିଦିଅନ୍ତୁ । ଏହି ତେଲ କେଶ ପାଇଁ ବହୁତ ଭଲ ହୋଇଥାଏ । ଏହି ତେଲ କୁ କେଶ ରେ ନିୟମିତ ଲଗାଇବା ଦ୍ଵାରା ଆପଣଙ୍କ ର ସମସ୍ତ ପ୍ରକାର କେଶ ସମସ୍ୟା ଦୁରେଇ ଯିବ ଓ ଆପଣ ଙ୍କ କେଶ ମଜବୁତ ରହିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।