Jyotish Shastra- ଗୁରୁବାର ଦିନ ନିଶ୍ଚୟ କରନ୍ତୁ ଏହି ୫ ଟି କାମ, ହେବ ଧନର ବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଏଭଳି ଉପାୟ ସମ୍ବନ୍ଧରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଆଜିର ସମୟରେ ସମସ୍ତ ବ୍ୟକ୍ତି ସେମାନଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ଧନର ଆବଶ୍ୟକତା କରିଥାନ୍ତି । ଏହି ସମୟରେ ଅନେକ ଲୋକବି ଅଛନ୍ତି ବହୁତ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ରହିନଥାଏ । କେଉଁଠି ନା କେଉଁଠି ଖର୍ଚ ହୋଇଯାଇଥାଏ ।

ଯେଉଁଥି ପାଇଁ ସେମାନଙ୍କର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଧନ ସେଇ ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମାତା ଲକ୍ଷ୍ମୀ ଙ୍କର କୃପା ପ୍ରତ୍ୟେକ ବ୍ୟକ୍ତି ଉପରେ ରହିଥାଏ । କିନ୍ତୁ କିଛି ଏମିତି ଲୋକ ରହିଥାନ୍ତି ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି ।

ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରିବା ସହିତ କେତେକ ନୀତି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ । ତେବେ ବନ୍ଧୁଗଣ କେଉଁ କାର୍ଯ୍ୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନର ବର୍ଷା ହୋଇଥାଏ, ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରନ୍ତୁ । ଏହି ସମୟ ଦେବୀ ଦେବତା ଙ୍କ ସମୟ ହୋଇଥାଏ । ଏହି ସମୟରେ ଦେବତା ଗଣ ଧରାପୃଷ୍ଠକୁ ଆସିଥାନ୍ତି । ଏହି ମୁହୂର୍ତ୍ତରେ ସ୍ନାନ କରିବା ସମୟରେ ଜଳ ରେ ଗଙ୍ଗାଜଳ ଅଵଶ୍ୟ ମିଶାନ୍ତୁ । ଏହା ସହିତ ଏହି ସମୟରେ ପୂଜା କରିବା ଦ୍ୱାରା ପୂଜା ର ଫଳ ଅବଶ୍ୟ ମିଳିଥାଏ । ଏହି ସମୟ ଭୋର ୪ଟା ରୁ ନେଇ ସୂର୍ଯୋଦାୟ ପର୍ଯ୍ୟନ୍ତ ରହିଥାଏ ।

୨. ବନ୍ଧୁଗଣ ଦ୍ଵିତୀୟତଃ, ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଯାଉଛି ଏବଂ ଧନର ଅଭାବ ରହିଛି ତେବେ ଆପଣ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମାତଲକ୍ଷ୍ମୀ ଙ୍କ ପୂଜା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।

୩. ବନ୍ଧୁଗଣ ତୃତୀୟତଃ, ପ୍ରତ୍ୟେକ ଗୁରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଏହା ସହିତ ମାତାଲକ୍ଷ୍ମୀ ଙ୍କୁ ହଳଦିଆ ଫୁଲ, ଚନ୍ଦନ ଏବଂ ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ । ଏହାଦ୍ବାରା ମାତାଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥତଃ, ପ୍ରତ୍ୟେକ ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ କଦଳୀ ଗଛର ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଧନର ବର୍ଷା ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ଆପଣ ଗୁରୁବାର ଦିନ ତୁଳସୀ ଗଛ କୁ ପୂଜା କରୁଥିବା ସମୟରେ ତୁଳସୀ ଗଛର ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ଏହା ସହିତ ନିଜ ବୃହସ୍ପତି ଗ୍ରହ କୁ ଶକ୍ତିଶାଳୀ କରିବା ନିମନ୍ତେ ଭଗବାନ ଶିବଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାଏ ଏବଂ ଆପଣଙ୍କ ସମସ୍ତ ଗ୍ରହ ଦୋଷ କଟି ଯାଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।