କେଉଁ ରାଶିର ଲୋକଙ୍କୁ କେଉଁ ରୋଗ ହୋଇଥାଏ ? ଦେଖନ୍ତୁ ରାଶି ଅନୁସାରେ ରୋଗର ସମ୍ଭାବନା, Astrologer Pragyan Tripathy

ଶରୀର ଅଛି ମାନେ ରୋଗ ଅଛି । ଆମ ମୁଣ୍ଡ ମେଷ ରାଶିକୁ ଦର୍ଶାଉଥିବା ବେଳେ ପାଦ ମୀନ ରାଶିକୁ ଦର୍ଶାଏ । ମୁଣ୍ଡ, ଆଖି, ଗଳା, ଛାତି, ପେଟ ଏସବୁ ୧୨ଗୋଟି ଭାଗରେ ଆମ ଶରୀର ରହିଛି ଓ ଏହି ଭିତରେ ୧୨ଗୋଟି ରାଶି ମଧ୍ୟ ରହିଛନ୍ତି । ଶରୀରର କେଉଁ ଅଙ୍ଗରେ ରୋଗ ହେବାର ସମ୍ଭାବନା ରହିଥାଏ ଓ କେଉଁ ଗ୍ରହଙ୍କ ଦ୍ଵାରା କେଉଁ ରୋଗ ହୋଇଥାଏ ତାହା ଜାତକରୁ ହିଁ ଜଣା ପଡିଥାଏ । କେଉଁ ରାଶିର ଲୋକଙ୍କୁ କେଉଁ ରୋଗ ହୁଏ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ।

ମେଷ ରାଶି ଲୋକଙ୍କୁ ସାଧାରଣତଃ ଶିରା ଧମନୀରେ ସମସ୍ଯା ଦେଖା ଦେଇଥାଏ । ଶରୀରର ମୂଳାଧାର ଚକ୍ର ଠାରୁ ଚାରି ଆଙ୍ଗୁଳି ଛାଡି ଏହାର ଠିକ ପଛକୁ ଏମାନଙ୍କର ସମସ୍ଯା ଅଧିକ ଦେଖାଦିଏ । ବୃଷ ରାଶି ଲୋକଙ୍କ ଠାରେ ମୂତ୍ର ସଂକ୍ରମଣ, ପରିସ୍ରାରେ ସମସ୍ଯା ଓ ବିଶେଷ କରି ଆଖି ସମସ୍ଯା ଦେଖାଦିଏ । ମିଥୁନ ରାଶି ଲୋକଙ୍କ ଠାରେ ସୁଗାର ଓ ରକ୍ତଚାପ ଭଳି ସମସ୍ଯା ଅଧିକ ଦେଖା ଦେଇଥାଏ । କର୍କଟ ରାଶି ଲୋକଙ୍କ ଠାରେ ଜଏଣ୍ଟ ପେନ୍ ବା ଆଣ୍ଠୁଗଣ୍ଠି ଓ ଅଣ୍ଟା ଆଦି ସମସ୍ଯା ବେଶୀ ଦେଖା ଦେଇଥାଏ ।

ସିଂହ ରାଶି ଲୋକଙ୍କର ବ୍ଲଡ଼ ପ୍ରେସର ସହ ଲିଭର ଓ କିଡନୀ ସମସ୍ଯା ମଧ୍ୟ ଅଧିକ ଦେଖାଦିଏ । ସେହିପରି କନ୍ୟା ରାଶି ଲୋକଙ୍କ ଠାରେ ଶିରା ପ୍ରଶିରା, କାନ୍ଧ, ପିଠି ଓ ବାହୁରେ ବେଶୀ ସମସ୍ଯା ଦେଖାଯାଏ । ଅଣ୍ଟା ବିନ୍ଧା ସମସ୍ଯା ମଧ୍ୟ ଅଧିକ ହୋଇଥାଏ । ତୁଳା ରାଶି ଲୋକଙ୍କୁ ସୁଗାର ଏବଂ ଚର୍ମ ରୋଗ ଅଧିକ ମାତ୍ରାରେ ଦେଖାଦିଏ ।

ବିଛା ରାଶି ଲୋକଙ୍କୁ ବିଭିନ୍ନ ପ୍ରକାରର ରୋଗ ଏବଂ ବିଶେଷ କରି ଚର୍ମଜନିତ ସମସ୍ଯା ଅଧିକ ହୋଇଥାଏ । ଧନୁ ରାଶି ଲୋକଙ୍କୁ ବିଶେଷ କରି ସୁଗାର ସମସ୍ଯା ଓ କିଡନୀ ଲିଭର ସମସ୍ତା ମଧ୍ୟ ଦେଖା ଦେଇଥାଏ । ସେହିଭଳି ମକର ରାଶି ଲୋକଙ୍କୁ ହାର୍ଟ ସମସ୍ଯା ଅଧିକ ଦେଖା ଦେଇଥାଏ । କୁମ୍ଭ ରାଶି ଲୋକଙ୍କ ଠାରେ ହାଇ ବ୍ଲଡ଼ ପ୍ରେସର ସହିତ କିଛି ମାତ୍ରାରେ ହାର୍ଟ ଜନିତ ସମସ୍ଯା ମଧ୍ୟ ଦେଖାଯାଏ ।

ମୀନ ରାଶି ଲୋକଙ୍କ ଶରୀରର ବାମ ପାର୍ଶ୍ଵରେ ଅଧିକ ସମସ୍ଯା ଦେଖାଦେବା ସହ ବ୍ଲଡ଼ ପ୍ରେସର ଓ ରକ୍ତହୀନତା ଭଳି ସମସ୍ଯା ଭଳି ଦେଖାଦିଏ । ଆମ କୁଣ୍ଡଳୀର ଷଷ୍ଠ ଏବଂ ଅଷ୍ଟମ ଭାବର ଅଧିପତି ଯଦି ଉଚ୍ଚ ସ୍ଥାନରେ ରହିଥାନ୍ତି ତେବେ ରୋଗ ସୃଷ୍ଟି କରାଇଥାନ୍ତି । ଶରୀରରେ ଯଦି କିଛି ବି ସମସ୍ଯା ଦେଖାଦେଉଛି ତେବେ ଆପଣ ମହାମୃତ୍ୟୁଞ୍ଜୟ ମନ୍ତ୍ର ରୁଦ୍ରାକ୍ଷ ସହ ପାଠ କରନ୍ତୁ ।

ଏହି ମନ୍ତ୍ର ରୋଗକୁ ନାଶ କରିଥାଏ । ଯଦି ରୁଦ୍ରାକ୍ଷ ସହ ପାଠ କରି ପାରୁନାହାନ୍ତି ତେବେ ଭାବର ସହ ନିଜ ଶବ୍ଦ ନିଜେ ଶୁଣିପାରିବା ଭଳି ପାଠ କରନ୍ତୁ ଓ ଶବ୍ଦ ଗୁଡିକୁ ସ୍ପଷ୍ଟ ଭାବେ ଉଚ୍ଚାରଣ କରନ୍ତୁ । ଆଉ ଯେତେବେଳେ ବି ଜଳପାନ କରୁଛନ୍ତି, ପାଣି ଗ୍ଳାସ ଧରି ପ୍ରଥମେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ ଓ ତା’ପରେ ଜଳପାନ କରନ୍ତୁ ।

ଏହାସହ ମନୋବଳ ଓ ବିଶ୍ବାସ ମଧ୍ୟ ଦୃଢ କରିବା ଜରୁରୀ । ଏହା ବ୍ଯତୀତ ଷଷ୍ଠ ଭାବରେ ଯେଉଁ ଅଧିପତିଙ୍କ ସ୍ଥାନ ଉଚ୍ଚ ଅଛି ତାଙ୍କର ଦାନଧର୍ମ ମଧ୍ୟ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।