ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଥର ପିରିୟଡସ୍ ବେଳେ ମିଳିବ ବୈତନିକ ଛୁଟି (Paid Leave), ଜାଣନ୍ତୁ ସଂପୂର୍ଣ୍ଣ ସୂଚନା…

ମହିଳା କର୍ମଚାରୀଙ୍କ ପାଇଁ ବଡ ଖବର । ଏଥର ପିରିୟଡସ୍ ବେଳେ ଛୁଟି ମିଳିବ । ମାସିକ ଧର୍ମ ସମୟରେ ମହିଳାମାନେ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । ଏହାକୁ ନେଇ ସମ୍ବଲପୁର ଝିଅ ରଞ୍ଜିତା ଏକ କ୍ୟାମ୍ପେନ ଆରମ୍ଭ କରିଥିଲେ । ପିରିୟଡସ୍ ବେଳେ ବୈତନିକ ଛୁଟି (Paid Leave) ମିଳିବା ନେଇ ସେ ଏହି କ୍ୟାମ୍ପେନ କରିଥିଲେ । ମହିଳା ମାନଙ୍କର ବ୍ୟଥା ଓ ଅସୁବିଧାକୁ ସେ ନିଜେ ବୁଝିବା ସହ ସମସ୍ତଙ୍କ ସ୍ଵର ହୋଇ ରଞ୍ଜିତା ସାମ୍ନାକୁ ଆସିଥିଲେ । ତେବେ ତାଙ୍କ କ୍ୟାମ୍ପେନକୁ ବର୍ତ୍ତମାନ ସମୟରେ ସଫଳତା ମିଳିଥିବା କୁହାଯାଉଛି ।

ତାଙ୍କ କ୍ୟାମ୍ପେନ ପରେ ମହିଳାଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ତଥା ସମ୍ମାନ ଦେଇ ରାଜସ୍ଥାନର “ରାଜସ୍ଥାନ ହର୍ବାଲ ପ୍ରାଇଭେଟ ଲିମିଟେଡ” ନାମକ ଏକ କମ୍ପାନୀ ତା’ର ମହିଳା କର୍ମଚାରୀ ମାନଙ୍କୁ ମାସିକ ଧର୍ମ ସମୟରେ ବୈତନିକ ଛୁଟି ଦେବାକୁ ଘୋଷଣା କରିଛି । ଏକ ଭଲ ଉଦ୍ଦେଶ୍ୟ ନେଇ ରଞ୍ଜିତା ଆରମ୍ଭ କରିଥିବା ଏହି କ୍ୟାମ୍ପେନର ଭଲ ପ୍ରଭାବ ରାଜସ୍ଥାନରେ ଦେଖିବାକୁ ମିଳିଛି । ଏହାକୁ ସରକାରୀ ସ୍ତରରେ ମଧ୍ୟ ଲାଗୁ କରିବା ପାଇଁ ଏହି କମ୍ପାନୀର ନିର୍ଦ୍ଦେଶକ ରାଜସ୍ଥାନ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ।

ସମ୍ବଲପୁରର ଏହି ଉଚ୍ଚ ଶିକ୍ଷିତା ଝିଅ ରଞ୍ଜିତା ମିଶ୍ର ସାରା ଭାରତରେ ମହିଳାଙ୍କୁ ପିରିୟଡସ୍ ସମୟରେ ପେଡ୍ ଲିଭ୍ ପାଇଁ କ୍ୟାମ୍ପେନ କରି ଆସୁଛନ୍ତି । ଆଉ ରଞ୍ଜିତାଙ୍କୁ ଏବେ ସଫଳତାର ପ୍ରଥମ ସୋପାନ ମିଳିଛି କହିଲେ ଭୁଲ ହେବନାହିଁ । ମାସିକ ଧର୍ମ ସମୟରେ ମହିଳାମାନେ ଏହାକୁ ନେଇ ସଙ୍କୋଚ ବୋଧ କରନ୍ତି ଏବଂ ସେହି ସମୟରେ କଷ୍ଟ ମଧ୍ୟ ପାଆନ୍ତି ।

ସେଥିପାଇଁ ରଞ୍ଜିତା ମହିଳାମାନଙ୍କ କଷ୍ଟକୁ ନଜରରେ ରଖି ଏଭଳି ଏକ କ୍ୟାମ୍ପେନ ଆରମ୍ଭ କରିଥିଲେ । ତାହାର ପ୍ରଥମ ସଫଳତା ସ୍ୱରୂପ ରାଜସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜସ୍ଥାନ ହର୍ବାଲ ପ୍ରାଇଭେଟ ଲିମିଟେଡ କମ୍ପାନୀ ବିଷୟରେ ରଞ୍ଜିତା କହିଛନ୍ତି କି, ଏହି କମ୍ପାନୀ ନିଶାମୁକ୍ତ ଭାରତ ପାଇଁ କାମ କରୁଛନ୍ତି ଓ ଏବେ ଯାଏଁ ୫ ଲକ୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ନିଶାମୁକ୍ତ କରି ସାରିଛନ୍ତି । ଏବେ ୬୦ ହଜାର ଡାକ୍ତରଙ୍କୁ ସେମାନଙ୍କ ମେଡ଼ିସିନ ସପ୍ଲାଏ କରୁଛନ୍ତି ।

ଲୋକଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଏହି କମ୍ପାନୀ ମହିଳା କର୍ମଚାରୀଙ୍କୁ ପେଡ୍ ପିରିୟଡ ଲିଭ୍ ଦେବାକୁ ଘୋଷଣା କରିଛି । ତେଣୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ରଞ୍ଜିତା । ତେବେ ଆମ ରାଜ୍ୟରେ ମଧ୍ୟ ଏଭଳି ଛୁଟି ଘୋଷଣା ହେବା ଉଚିତ କି ? ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।