GK Challenge: ଚନ୍ଦ୍ର ପୃଷ୍ଠରେ ଲଗା ଯାଇଥିବା ପ୍ରଥମ ଗଛର ନାମ କଣ ? କଣ ଆପଣ ଜାଣିଛନ୍ତି ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଭାରତର ଜାତୀୟ ବୃକ୍ଷର ନାମ କଣ ?

ଉ: ଅଶ୍ଵତଥ ଗଛ ।

୨- ପାକିସ୍ତାନର ଜାତୀୟ ବୃକ୍ଷର ନାମ କଣ ?

ଉ: ଦେବଦାରୁ ଗଛ ।

୩- ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ସର୍ବନିମ୍ନ ବୟସ କେତେ ହେବା ଆବଶ୍ୟକ ?

ଉ: ୩୫ ବୟସରେ ଜଣେ ବ୍ୟକ୍ତି ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବେ ।

୪- ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ (RBI) ର ସ୍ଥାପନ କେବେ ହୋଇଥିଲା ?

ଉ: ୧୯୩୫ ମସିହାରେ ସ୍ଥାପିତ ହୋଇଥିଲା ।

୫- “ଇନ-କି-ଲାବ ଜିନ୍ଦାବାଦ” ସ୍ଲୋଗାନ ସର୍ବ ପ୍ରଥମେ କିଏ ଦେଇଥିଲେ ?

ଉ: ହସରତ ମୋହାନି ପ୍ରଥମେ ଏହି ସ୍ଲୋଗାନ ଦେଇଥିଲେ ।

୬- ଟୋକିଓ କେଉଁ ଦେଶର ରାଜଧାନୀ ?

ଉ: ଜାପାନ

୭- କେଉଁ ସହର ଭାରତର ହ୍ରଦ ସହର ଭାବରେ ଜଣାଶୁଣା ?

ଉ: ଉଦୟପୁର ହେଉଛି ଭାରତର ହ୍ରଦ ସହର ।

୮- ଅଲମ୍ପିକ୍ସ ଖେଳ କେତେ ବର୍ଷରେ ଥରେ ହୁଏ ?

ଉ: ଅଲମ୍ପିକ୍ସ ଖେଳ ୪ ବର୍ଷରେ ଥରେ ଆୟୋଜିତ ହୁଏ ।

୯- ଶାହାଜାହାନ ତାଙ୍କ ପତ୍ନୀ ମୁମତାଜ ମହଲଙ୍କ ସମାଧି କେଉଁଠି ନିର୍ମାଣ କରିଛନ୍ତି ?

ଉ: ଆଗ୍ରାରେ, ଯାହାକି ତାଜମହଲ ନାମରେ ବିଶ୍ଵ ପ୍ରସିଦ୍ଧ ।

୧୦- ସୂର୍ଯ୍ୟ କିରଣରୁ କେଉଁ ଭିଟାମିନ ମିଳେ ?

ଉ: ଭିଟାମିନ-ଡି ମିଳେ ।

୧୧- ଭାରତର ବୃହତ୍ତମ ମିଠା ପାଣିର ହ୍ରଦ କେଉଁଟି ?

ଉ: ଉଲାର ହ୍ରଦ ।

୧୨- ଭାରତର ବୃହତ୍ତମ ଲୁଣିଆ ପାଣିର ହ୍ରଦ କେଉଁଟି ?

ଉ: ଚିଲିକା ହ୍ରଦ ।

୧୩- ଭାରତରେ ନିର୍ମିତ ହୋଇଥିବା ପ୍ରଥମ କମ୍ପ୍ୟୁଟରର ନାମ କଣ ?

ଉ: ଭାରତର ପ୍ରଥମ କମ୍ପ୍ୟୁଟରର ନାମ ସିଦ୍ଧାର୍ଥ ରଖା ଯାଇଥିଲା ।

୧୪- ତେଲେଙ୍ଗାନା ରାଜ୍ୟର ରାଜଧାନୀର ନାମ କଣ ?

ଉ: ହାଇଦ୍ରାବାଦ ତେଲେଙ୍ଗାନାର ରାଜଧାନୀ ।

୧୫- ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ହାଇଦ୍ରାବାଦ ନାମକ ସହର ରହିଛି ?

ଉ: ଆମ ପଡୋଶୀ ଦେଶ ପାକିସ୍ତାନରେ ଅଛି ।

୧୬- କେଉଁ ଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ?

ଉ: ଚୀନର ଉହାନ ସହରରେ ।

୧୭- ଧଳା ସୁନା କାହାକୁ କୁହାଯାଏ ?

ଉ: କପାକୁ ଧଳା ସୁନା କୁହାଯାଏ ।

୧୮- ଭାରତର କେଉଁ ରାଜ୍ୟ ସର୍ବାଧିକ ଲୁଣ ଉତ୍ପାଦନ କରିଥାଏ ?

ଉ: ଗୁଜୁରାଟ ସବୁଠୁ ଅଧିକ ଲୁଣ ଉତ୍ପାଦନ କରେ ।

୧୯- ମହାତ୍ମା ଗାନ୍ଧୀଙ୍କ ଜନ୍ମ କେଉଁ ରାଜ୍ୟରେ ହୋଇଥିଲା ?

ଉ: ଗୁଜୁରାଟ ରେ ।

୨୦- ଚନ୍ଦ୍ର ପୃଷ୍ଠରେ ଲଗା ଯାଇଥିବା ପ୍ରଥମ ଗଛର ନାମ କଣ ?

ଉ: କପା ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।