କେଉଁ ରାଶି ପାଇଁ କେଉଁ ଧାତୁ ହେଇଥାଏ ଭାଗ୍ୟଶାଳୀ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ସଂସାରରେ ୯ଟି ଗ୍ରହ ଅଛି ଓ ସେହି ସମସ୍ତ ଗ୍ରହ ଅନୁସାରେ କେଉଁ ଧାତୁ କେଉଁ ଗ୍ରହ ପାଇଁ ଉଚିତ ସେହି ବିଷୟରେ ବି କୁହାଯାଇଛି । ଜାତକରେ ଯଦି କୌଣସି ଗ୍ରହ ଅଶୁଭ ସ୍ଥାନରେ ଅଛି ତେବେ ସେହି ଅନୁସାରେ ଉପାୟ କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ ଦୋଷରୁ ମୁକ୍ତି ମିଳିଥାଏ । ଗ୍ରହ ଦୋଷକୁ ଦୂର କରିବାର ଗୋଟିଏ ଉପାୟ ଏମିତି ବି ଅଛି ।

ଯାହାକି ଆମର ରାଶି ଅନୁସାରେ ମିତ୍ର ଗ୍ରହ ଓ ସ୍ଵାମୀ ଗ୍ରହ ସମ୍ବନ୍ଧିତ ଧାତୁକୁ ନିଜ ପାଖରେ ରଖାଯାଏ ତଥା ସେହି ଧାତୁ ଦ୍ଵାରା ହାତର ମୁଦି କିମ୍ବା ଚେନ କରି ଗଳାରେ ପିନ୍ଧିବା ଉଚିତ । ଆପଣ ବ୍ରେସଲେଟ କରି ବି ନିଜ ହାତରେ ଧାରଣ କରି ପାରିବେ । ନଚେତ ଗ୍ରହ ସମ୍ବନ୍ଧୀତ ଧାତୁକୁ କିମ୍ବା ଧାତୁର କୌଣସି ବସ୍ତୁକୁ ନିଜ ପାଖରେ ରଖି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଅନୁସାରେ କେଉଁ ଧାତୁ ଶୁଭ ଅଟେ ।

ସୁନା

ସୁନା ଗୁରୁର କାରକ ଗ୍ରହ ଅଟେ, ଏହି ଧାତୁ ମେଷ ରାଶି, କର୍କଟ ରାଶି, ଧନୁ ରାଶି, ସିଂହ ରାଶି ଓ ମୀନ ରାଶି ପାଇଁ ଶୁଭ ଅଟେ ।

ରୂପା

ଏହି ଧାତୁର ସ୍ଵାମୀ ଗ୍ରହ ଚନ୍ଦ୍ରମା ଅଟେ । ଏହି ଧାତୁ ବୃଷ ରାଶି, କର୍କଟ ରାଶି, ତୁଳା ରାଶି, ବିଚ୍ଛା ରାଶି ଓ ମୀନ ରାଶି ପାଇଁ ଶୁଭ ଅଟେ ।

ଲୁହା

ଗ୍ରହର ନ୍ୟୟଧୀଶ ଶନିଦେବ ଲୁହାର କାରକ ଗ୍ରହ ଅଟନ୍ତି । ଏହି ଧାତୁ ରାଶି, ମକର ରାଶି ଓ କୁମ୍ଭ ରାଶି ପାଇଁ ଶୁଭ ଅଟେ ।

ତମ୍ବା

ଏହାର କାରକ ଗ୍ରହ ସୂର୍ଯ୍ୟ ଅଟନ୍ତି । ଯେଉଁ ବ୍ୟକ୍ତିଙ୍କର ରାଶି ମେଷ ରାଶି, ସିଂହ ରାଶି ଓ ବିଚ୍ଛା ରାଶି ହୋଇଥାଏ । ସେମାନଙ୍କ ପାଇଁ ଏହି ଧାତୁ ଶୁଭ ଅଟେ ।

ପିତ୍ତଳ

ପିତ୍ତଳ ଧାତୁର ସମ୍ବନ୍ଧ ଗୁରୁ ଗ୍ରହ ସହିତ ଥାଏ । ଏହି ଧାତୁ ମେଷ ରାଶି, କର୍କଟ ରାଶି, ଧନୁ ରାଶି, ମୀନ ରାଶି ଓ ସିଂହ ରାଶି ପାଇଁ ଶୁଭ ଅଟେ ।

କଂସା

କଂସା ଏକ ମିଶ୍ର ଧାତୁ ଅଟେ । ଏହା ବୁଧ ଗ୍ରହ ସହ ସମ୍ପର୍କ ଅଟେ । ଏହି ଧାତୁ ମିଥୁନ ରାଶି ଓ କନ୍ୟା ରାଶି ପାଇଁ ଶୁଭ ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।