କେଉଁ ମନ୍ତ୍ର ଜପ କଲେ ସ୍ମରଣ ଶକ୍ତି ଓ ବିଦ୍ୟା ବୃଦ୍ଧି ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ସୁଖଶାନ୍ତିରେ ଜୀବନ ଅତିବାହିତ କରିବାକୁ ହେଲେ କିଛି ଜ୍ଯୋତିଷ ଏବଂ ବାସ୍ତୁ ଉପାୟ ଅବଲମ୍ବନ କରିବା ନିହାତି ଆବଶ୍ୟକ । ଶୟନ କକ୍ଷରେ କେବେ ଅଇଁଠା ବାସନ ରଖିବା ଉଚିତ ନୁହେଁ ଏହା ଅଶୁଭ ହେବାସହ ରୋଗ ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ । କ୍ଷୀର ବାହାରୁଥିବା ଫୁଲ ଦ୍ଵାରା ଘର ସଜାଇବା ଉଚିତ ନୁହେଁ ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ଘରେ କେବେବି କଣ୍ଟାଜାତୀୟ ଗଛ ରଖିବା ଉଚିତ ନୁହେଁ, ଏହାଦ୍ବାରା ପାରିବାରିକ ଜୀବନ ଉପରେ ବିପଦ ଦେଖା ଦେଇଥାଏ ।

ଶୋଇବା ଘରେ ଝାଡୁ, ଡେକଚି, କଡେଇ, ଚିମୁଟା, ତେଲ ଓ ହେମଦସ୍ତା ଆଦି ରଖିବା ଦ୍ଵାରା ଦୁଶ୍ଚିନ୍ତା, ରୋଗ ଓ କାର୍ଯ୍ୟରେ ବିଫଳା ଦେଖା ଦେଇଥାଏ । ଶତ୍ରୁ ଭୟ ଲାଗି ରହୁଥିଲେ ଖଟତଳେ ଲୁହାର ଛଡ ଖଣ୍ଡେ ରଖି ଶୋଇବା ଦ୍ଵାରା ତାହା ଦୂର ହୋଇଥାଏ । ରାତିରେ ଦୁଃସ୍ଵପ୍ନ ଆସୁଥିଲେ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ରଖି ଶୋଇବା ଦ୍ଵାରା ଦୁଃସ୍ଵପ୍ନ ଦୂର ହୋଇଥାଏ । ପରିବାରର କୌଣସି ଲୋକଙ୍କର ମାନସିକ ଅସନ୍ତୁଳନ ହେଉଥିଲେ କିମ୍ବା ଭୟଗ୍ରସ୍ତ ହେଉଥିଲେ ମୃଗଛାଲ ଉପରେ ଶୋଇବା ମଙ୍ଗଳକାରୀ ହୋଇଥାଏ ।

ଘରକୁ କୌଣସି ଦିନ ଅତିଥି ଆସିବା ଶୁଭପ୍ରଦ ହୋଇଥାଏ ଏବଂ ଅତିଥି ସେବା କରିବା ଦ୍ଵାରା ଧନଧାନ୍ୟ ପ୍ରାପ୍ତ ହୋଇଥାଏ । ଶୁକ୍ରବାର ଏବଂ ଶନିବାର ଦିନ ଦେହରେ କେବେବି ତେଲ ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ଏହବାସହ ଦୁଃଖ ପ୍ରାପ୍ତ ହୋଇଥାଏ ।

ଗୁରୁବାର ଦିନ ଦେହରେ କେବେବି ତେଲେ ଲଗାଇବା ଉଚିତ ନୁହେଁ, ଏହବା ଅଶୁଭ ହେବାସହ କାର୍ଯ୍ୟ ଅସଫଳ ହୋଇଥାଏ । ବୁଧବାର ଦିନ ଦେହରେ ତେଲ ଲଗାଇବା ଉଚିତ ଏହା ଶୁଭପ୍ରଦ ହେବାସହ ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ । ଠିକାଦାର ବ୍ୟବସାୟ କରୁଥିବା ଲୋକମାନେ ଏଗାରମୁଖୀ କିମ୍ବା ତେରମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କାର୍ଯ୍ୟରେ ଉନ୍ନତି ଆସିଥାଏ । ମାର୍କେଟିଂ ବ୍ୟବସାୟ କରୁଥିବା ଲୋକମାନେ ନଅମୁଖୀ କିମ୍ବା ବାରମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କାର୍ଯ୍ୟ ସଫଳ ହୋଇଥାଏ ।

ଦୋକାନ କରି ବ୍ୟବସାୟ କରୁଥିବା ଲୋକମାନେ ଦଶମୁଖୀ କିମ୍ବା ଚଉଦମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହୋଇଥାଏ । ଜମିଜୁମା କାର୍ଯ୍ୟ କରୁଥିବା ଲୋକମାନେ ଏକ ମୁଖୀ କିମ୍ବା ଦଶମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କାର୍ଯ୍ୟରେ ଉନ୍ନତିର ବାଟ ଫିଟିଥାଏ ।

ଘରର ଠିକ ସମୁଖରେ ଜୋତା ଚପଲ ଇତ୍ୟାଦି ରଖିବା ଉଚିତ ନୁହେଁ, ଏହାଦ୍ବାରା ଘରେ ଅର୍ଥ ଅଭାବ ଓ ଅଶାନ୍ତି ଦେଖା ଦେଇଥାଏ । ପିଲାଙ୍କୁ କେବେବି ଚଟାଣରେ ଶୋଇବାକୁ ଦେବା ଉଚିତ ନୁହେଁ, ଏହାଦ୍ବାରା ପିଲାମାନେ ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଥାଏ । ସୁନା ଜିନିଷ ପାଇବା ଅଶୁଭ ହୋଇଥାଏ ଏବଂ ଗ୍ରହଦୋଷ ଉତ୍ପନ୍ନ ହୋଇଥାଏ । ତେଣୁ ମନ୍ଦିରରେ ପୂଜାପାଠ କରି ପିଲାଙ୍କୁ ମିଷ୍ଟାନ୍ନ ବାଣ୍ଟିବା ଦ୍ଵାରା ମଙ୍ଗଳ ହୋଇଥାଏ ।

ଜନ୍ମ ମାସ, ଜନ୍ମ ଦିବସ କିମ୍ବା ଜନ୍ମ ନକ୍ଷତ୍ରରେ ପୁତ୍ର କନ୍ୟାଙ୍କ ବିବାହ ଆଦି ଶୁଭକାର୍ଯ୍ୟ କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ । ‘ଓଁ ପରମ ବ୍ରହ୍ମନେ ବିଘ୍ନୟେ ଗୁରୁଦେବାୟଧିମୟୀ ତନୋ ଗୁରୁ ପ୍ରଚୋଦୟା’ ମନ୍ତ୍ରର ଜପ କଲେ ମାନସିକ ଶାନ୍ତି ମିଳିବା ସହ ସ୍ମରଣ ଶକ୍ତି ଓ ବିଦ୍ୟା ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।