ଦେଖୁ ଦେଖୁ 11 ଦିନ ବିତିଗଲା, ସାନ ଭାଇ Aklant ର ଫଟୋ ଦେଖି ଗୁମୁରି ଗୁମୁରି କାନ୍ଦୁଛନ୍ତି Amlan Das, ଦେଖନ୍ତୁ video

ଆପଣଙ୍କର ମନେଥିବ ଗତ ଜାନୁୟାରୀ 24 ତାରିଖ ଦିନ ରାତି 12ଟାରେ ସ୍ବର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଙ୍କ ଦେହାନ୍ତ ହୋଇଥିଲା  ବଡ଼ ଭାଇ ଅମ୍ଳାନ ସେତେବେଳେ ଶୁ-ଟିଂ ସେଟ ରେ ଥିଲେ । ତାଙ୍କ ପାଖକୁ ଫୋନ କଲ ଯାଇଥିଲା କି ତାଙ୍କ ଭାଇ ଆଉ ଏ ଦୁନିଆରେ ନାହିଁ  ହଠାତ ଏକଥା ଶୁଣି ଅମ୍ଳାନ ଙ୍କର ବିଶ୍ୱାସ ହୋଇ ନଥିଲା । ବାପା ଓ ମାଆଙ୍କ ପରେ ତାଙ୍କ ଗେହ୍ଲା ଭାଇ ଟି ଯେ ତାଙ୍କୁ ଛାଡି ଏତେ ଶୀଘ୍ର ଚାଲିଯିବ ସେ କେବେ ବି ଭାବି ନଥିଲେ ।

ବାପାମା’ ଓ ଭାଇକୁ ହରାଇ ବଡ଼ ଭାଇ ଅମ୍ଳାନ ଏକଦମ ଭାଙ୍ଗି ପଡିଛନ୍ତି । ଅକ୍ଲାନ୍ତ ବାପା ଯିବା ପରେ ଭାଙ୍ଗି ପଡ଼ିଥିଲେ ଓ ନିଜର ଯତ୍ନ ଠିକ ଭାବେ ନେଉ ନଥିଲେ । ପରେ ସେ ଯକୃତ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର AIIMS ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କ ମୃ-ତ୍ୟୁ ହୋଇଥିଲା । ଏହାରି ଭିତରେ ଅକ୍ଲାନ୍ତଙ୍କ ମୃ-ତ୍ୟୁକୁ 11 ଦିନ ବିତି ଯାଇଛି । ଏତେ ଦିନ ମଧ୍ୟରେ ଦୁଃଖରେ ଭାଙ୍ଗି ପଡିଥିବା ଅମ୍ଳାନ ଗଣମାଧ୍ୟମ ସାମ୍ନାକୁ ଆସି ନାହାନ୍ତି ।

ହେଲେ ସାନ ଭାଇର ଆତ୍ମାର ସଦଗତି ନିମନ୍ତେ ଅମ୍ଳାନ ପୂଜା କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଅମ୍ଳାନଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଛି କି ସେ କେତେ ଅକୁହା କୋହକୁ ନିଜ ମନ ଭିତରେ ଚାପି ରଖିଛନ୍ତି । ବାପା ଚାଲିଯିବାର ବର୍ଷେ ହେଉ ହେଉ ସାନ ଭାଇ ବି ଦୁନିଆ ଛାଡି ଚାଲିଯିବା ଘଟଣାକୁ ହୁଏତ ଏବେବି ଗ୍ରହଣ କରି ପାରୁନାହାନ୍ତି ଅମ୍ଳାନ ।

ବାପା ଯିବା ପୂର୍ବରୁ ବଡ଼ ପୁଅକୁ ଗୋଟିଏ ଦାୟିତ୍ୱ ଦେଇ ଯାଇଥିଲେ । ସାନ ପୁଅ ରିକି ର ଯତ୍ନ ନେବୁ ବୋଲି ବଡ଼ ପୁଅ ଚିକିକୁ କହି ଯାଇଥିଲେ । ହେଲେ ଭାଇକୁ ଯେତେ ଭଲ ଚିକିତ୍ସା ଯୋଗାଇବା ସତ୍ତ୍ୱେ ସେ ବଞ୍ଚି ପାରିଲା ନାହିଁ । ଭାଇର ପୂଜା କରିବା ବେଳେ ଗୁମୁରି ଗୁମୁରି କାନ୍ଦୁଛନରି ଅମ୍ଳାନ । ଭାଇ ସହ ପିଲାବେଳୁ ଶେଷ ନିଃଶ୍ୱାସ ଯାଏଁ ବିତାଇଥିବା ସଵୁ ମୁହୂର୍ତ୍ତ ଅମ୍ଳାନଙ୍କ ଆଖି ଆଗରେ ହୁଏତ ଝଲସି ଉଠୁଥିବ ।

ବାପା ଓ ମାଙ୍କ ପରେ ଦିନେ ସାନ ଭାଇକୁ ବି ଯେ ନିଜ ହାତରେ ମୁଖାଗ୍ନି ଦେବେ ଏକଥା ଅମ୍ଳାନ କେମିତି ବା ଜାଣି ପାରିଥାନ୍ତେ । ଭାଇର ଏକାଦଶାହରେ ତାଙ୍କ ଫଟୋ ସାମ୍ନାରେ ରଖି ଅମ୍ଳାନ ପୂଜା କରିବା ସହ କେତେ ଏପରି କେତେ କଣ ଭାବି ମନ ଭିତରେ କାନ୍ଦୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।