ଜାଣନ୍ତୁ କେଉଁ ପାପ କର୍ମ କଲେ ଆପଣଙ୍କୁ ପର ଜନ୍ମରେ ମିଳିଥାଏ କେଉଁ ଭୟଙ୍କର ରୁପ- Malika Bachan

ଆମ ହିନ୍ଦୁ ଧର୍ମରେ ସବୁ ଲୋକ ପୁନର ବାର ଜନ୍ମ ନେବା ଉପରେ ବିଶ୍ଵାସ ରଖିଥାନ୍ତି । ମନୁଷ୍ୟର ମୃତ୍ୟୁ ହେଲାପରେ ମଧ୍ୟ ତାର ଆତ୍ମା କେବେ ହେଲେ ମରେ ନାହିଁ । ଧର୍ମ ଗ୍ରନ୍ଥରେ କୁହାଯାଇଛି କି ମନୁଷ୍ୟ ମାରିଲା ପରେ ତାର ଆତ୍ମା ଏକ ନୂଆ ଶରୀରରେ ଯାଇ ପ୍ରବେଶ କରିଥାଏ । ଆମେ ଯେଉଁ ପରି କାର୍ଯ୍ୟ କରିଥାଉ ସେହିପରି ଭାବରେ ଦଣ୍ଡ ଭୋଗିବା ସହ ଆମେ ଏହାର ପରବର୍ତୀ ସମୟରେ କର୍ମ ଅନୁସାରେ ଜନ୍ମ ମଧ୍ୟ ନେଇଥାଉ ।

ଯଦି ଆପଣ ମାନେ ଏହା ଜାଣିବାକୁ ଚାହୁଁଛନ୍ତି କି ଆପଣ କେଉଁ କର୍ମ କଲେ କେଉଁ ଫଳ ପାଇବେ ତେବେ ଆସନ୍ତୁ ଜାଣିବା କେଉଁ କର୍ମ କରିବା ଫଳରେ କେଉଁ ଜନ୍ମ ନେବେ ।

ଯେଉଁ ମଣିଷ ପରର ସ୍ତ୍ରୀ ସହ ଖରାପ ସମ୍ପର୍କ ରଖିଥାଏ ସେ ତାର ପରବତୀ ସମୟରେ ସେ ନର୍କକୁ ଯାଇଥାଏ । ଏବଂ ସେହି ନର୍କରେ ତାକୁ ବହୁତ ଦଣ୍ଡ ମିଳିଥାଏ । ଏହାପରେ ସେ ପ୍ରଥମେ ବିଲୁଆ ଜନ୍ମ ନେଇଥାଏ ।

ଯେଉଁ ମନୁଷ୍ୟ ତାର ନିଜ ସ୍ତ୍ରୀ ସହିତ ଜବରଦଷ୍ଠୀ ସମ୍ପର୍କ ରଖିବାକୁ ଚେଷ୍ଟା କରେ ବା ପର ସ୍ତ୍ରୀକୁ ବଳତ୍କାର କରେ ତେବେ ସେହି ଲୋକକୁ ମଧ୍ୟ ନର୍କ ଭୋଗିବାକୁ ପଡିଥାଏ ଓ କେତେ ପ୍ରକାରର ଜୀବ ମାନଙ୍କର ଜନ୍ମ ମିଳିବା ପରେ ତାକୁ ଗୋଟିଏ କିନ୍ନର ଜନ୍ମ ମିଳିଥାଏ ।

ଯେଉଁ ବ୍ୟକ୍ତି ନିଜ ବଡ ଭାଇର ଅପମାନ କରିଥାଏ ବା ନିଜ ଭାଇ ଉପରକୁ ହାତ ଉଠାଇ ଥାଏ ସେହି ବ୍ୟକ୍ତି କୁ ପରବର୍ତୀ ଜନ୍ମରେ ସେ ପେଚା ଜନ୍ମ ନେବାକୁ ପଡିଥାଏ । ଏହାପରେ ଯାଇ ତାକୁ ମନୁଷ୍ୟ ଜନ୍ମ ମିଳିଥାଏ ।

ଯେଉଁ ମଣିଷ ସୁନା ଓ ଗହଣା ଚୋରୀ କରିଥାଏ ତାକୁ ତାର ପରବର୍ତୀ କାଳରେ ସେ ପିପୁଡି ଜନ୍ମ ନେଇ ଥାଏ । ଯେଉଁ ମାନେ  ରୂପା ଚୋରୀ କରିଥାଏ ସେମାନେ ପାରା ଜନ୍ମ ନେଇଥାନ୍ତି ।ଯେଉଁ ମାନେ ପରର ଲୁଗା ଚୋରୀ କରିଥାନ୍ତି ସେମାନେ ଆର ଜନ୍ମରେ ଶୁଆର ରୂପରେ ଜନ୍ମ ହୋଇଥାଏ ।

ଯେଉଁ ମାନେ ସୁଗନ୍ଧିତ ଜିନିଷକୁ ଚୋରୀ କରିଥାଏ ସେ ଆର ଜନ୍ମରେ ମୂଷା ଜନ୍ମ ନେଇଥାଏ । କିନ୍ତୁ ଯଦି ଅପ୍ରାଧ ଚୋଋ ଠାରୁ ଅଧିକା ହୋଇଥାଏ ତେବେ ସେମାନେ ସେହିପରି ଜନ୍ମ ନେଇଥାନ୍ତି । ଏହା ସହିତ ଯେଉଁ ବ୍ୟକ୍ତି କାହାର ହତ୍ୟା କରିଥାଏ ତେବେ ତାକୁ ଏକ ଗଧ ରୂପରେ ସେ ଜନ୍ମ ନେଇଥାଏ ।ଏହାପରେ ସେ ହରିଣ ରୁପରେ ଜନ୍ମ ନେଇଥାଏ । ଏହି ପରି କିଛି ଜନ୍ମ ନେଇ ସାରିବା ପାରେ ସେ ମନୁଷ୍ୟ ଜନ୍ମ ଗ୍ରହଣ କରିଥାଏ ।

ଯେଉଁ ମାନେ ଭଗବାନ ଓ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ବିନା ସେ ଯଦି ମରିଯାଏ ତେବେ ସେହି ବ୍ୟକ୍ତି ମାନେ ୧୦୦ ବର୍ଷ ପର୍ଯ୍ୟନ୍ତ କାଉ ରୂପ ଜନ୍ମ ନେଇଥାଏ । ସେଥିଲାଗି କୁହା ଯାଇଥାଏ କି ଶ୍ରାଦ୍ଧ କରାଯାଉଥିବା ସମୟରେ କାଉକୁ କିଛି ଦେବା ନିହାତି ଦରକାର । ଯାହା ଦ୍ଵାରା ପିତୃ ପୁରୁଷ ମାନେ ସେଥିରେ ସନ୍ତୁଷ୍ଟ ହୋଇ ଆପଣଙ୍କୁ ଆଶ୍ରିବାଦ କରିଥାନ୍ତି । କିନ୍ତୁ ଯଦି ଆପଣ ଏହା ନକରନ୍ତି ତେବେ ଆର ଜନ୍ମରେ କାଉ ରୂପରେ ଜନ୍ମ ନେବାକୁ ପଡିଥାଏ ।

ମଣିଷର ଆଗ ଜନ୍ମ କେଉଁ ଭଳି ହେବା ଦରକାର ଏହା ତାର କର୍ମ ଓ ନିଜ ତାର ଇଛା ଏବଂ ଚିନ୍ତା ଧାରା ଉପରେ ନିର୍ଭର କରେ । ଏଥିଲାଗି ଆପଣ ମାନେ ଯଦି ଫୁଣି ଥରେ ମନୁଷ୍ୟ ଜନ୍ମ ନେବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ସବୁ ବେଳେ ସତ ଚିନ୍ତା ଓ ଭାବନା ରକ୍ଷା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।