କିଏ ଥିଲେ Lata Mangeshkar ଙ୍କ ପ୍ରଥମ ପ୍ରେମ, ଯାହା ପାଇଁ ସେ ଆଜୀବନ ସେ ରହିଗଲେ ଅବିବାହିତ ! ଜାଣନ୍ତୁ ଲତା ମଙ୍ଗେଷ୍କରଙ୍କ ଅବିବାହିତ ରହିବାର କାରଣ

ଶବ୍ଦରେ ସ୍ଵର ଖଞ୍ଜି ସମସ୍ତଙ୍କ ହୃଦୟରେ ସେ ରାଜ୍ କରୁଥିଲେ । ସେ ଥିଲେ ଜଣେ ଆଦର୍ଶ ଉଦାହରଣ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିଜ ପ୍ରେମ ପାଇଁ ସ୍ଵର ସମ୍ରାଜ୍ଞୀ ଲଟା ମଙ୍ଗେସକର କେବେବି ବିବାହ କରି ନଥିଲେ । ପ୍ରେମର ଅପ୍ରାପ୍ତି ପରେ ସାରା ଜୀବନ ଅବିବାହିତା ଥିଲେ ବଲିଉଡ ନାଇଟଆଙ୍ଗେଲ ଲତା ମଙ୍ଗେସକର । ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ପୁରା ୩୬ ଗୋଟି ଭାରତୀୟ ଭାଷାରେ ସେ ଗୀତ ଗାଇଛନ୍ତି ।

ଭାରତ ରତ୍ନ, ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏମିତିକି ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ସେ ପାଇଛନ୍ତି । ଆଉ ଏବେ ୯୨ ବର୍ଷ ବୟସରେ ଆଖି ବୁଜି ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ଲତା । ତେବେ ଜୀବନରେ ଏତେ ସଫଳତା ପାଇଥିଲେ ବି ସେ ଜୀବନରେ କେବେ ବିବାହ କରିବାକୁ ଚାହିଁ ନଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଲତା ମଙ୍ଗେସକରଙ୍କ ବିବାହ ନକରିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଥିଲା । ପ୍ରଥମତଃ ବାପାଙ୍କ ଦେହାନ୍ତ ପରେ ହିଁ ମାତ୍ର ୧୩ ବର୍ଷ ବୟସରୁ ଲତାଙ୍କ ଉପରେ ପରିବାରର ବୋଝ ପଡିଥିଲା ।

ଏମିତିକି ନିଜ କ୍ଯାରିୟର ଠାରୁ ଆରମ୍ଭ କରି ଭାଇ ଭଉଣୀ ସମସ୍ତଙ୍କ ଦେଖାରେଖା କରୁଥିବାରୁ ସେ କେବେବି ନିଜକୁ ସମୟ ଦେଇ ପାରି ନଥିଲେ । ହେଲେ ବର୍ଷ ପରେ ବର୍ଷ ବିତିବାରେ ଲାଗିଲା । ସମୟ ବି ତାଙ୍କ ପାଇଁ ଦିନେ ଅଟକିଲା । ଆଉ ଶେଷରେ ପ୍ରେମରେ ପଡିଥିଲେ ଲତା । ତାଙ୍କ ଭାଇଙ୍କ ସାଙ୍ଗ ରାଜ ସିଂ ଡୁଙ୍ଗରପୁରଙ୍କୁ ।

ତେବେ ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ଓ ରାଜ ସିଂ ଡୁଙ୍ଗରପୁର ଉଭୟ ଭଲ ବନ୍ଧୁ ଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ବିବାହ ବନ୍ଧନ ଲେଖା ନଥିଲା । ପ୍ରେମରେ ପଡିବା ପରେ ଉଭୟ ଲତା ଏବଂ ରାଜ ସିଂ ବିବାହ କରିବାକୁ ପ୍ରସ୍ତୁତ ଥିଲେ । ଅଥଚ ସମୟ ପୁଣି ଲତାଙ୍କୁ ସାଥ୍ ଦେଇ ନଥିଲା । ଜନ୍ମରୁ ଅନେକ ଦୁଃଖ ଦେଖିଥିବା ଲତାଙ୍କ ସାଙ୍ଗେ ବିବାହ କରିବା ପାଇଁ ରାଜ ସିଂଙ୍କ ବାପା ମାନି ନଥିଲେ । ଗୋଟେ ସାଧାରଣ ଘରର ଝିଅକୁ ନିଜ ବୋହୂ କରିବେନି ବୋଲି ସେ ସିଧା ମନା କରି ଦେଇଥିଲେ ।

ତାଙ୍କର ଏହି ଗୋଟେ କଥାରେ ସମ୍ପର୍କର ସୂତାଖିଅ ସେଇଠି ଛିଣ୍ଡି ଯାଇଥିଲା । ଲତାଙ୍କ ମନ ଭାଙ୍ଗିଥିଲା ଆଉ ଏଥିପାଇଁ ରାଜ ସିଂ ମଧ୍ୟ ଏକ ଚରମ ନିଷ୍ପତ୍ତି ନେଇଥିଲେ । ସେ କେବେବି ଆଉ କାହାକୁ ବାହା ହେବେନି ବୋଲି ଠାଣି ନେଇଥିଲେ । ଠିକ ସେହିଭଳି ଲତା ମଧ୍ୟ ଜୀବନରେ କେବେବି କାହାକୁ ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ ।

ଆଉ ଆଜୀବନ ବିବାହ ନକରି ଉଭୟ ପରସ୍ପରର ଭଲ ବନ୍ଧୁ ହୋଇ ରହିଥିଲେ । ତାଙ୍କ ମୃତ୍ୟୁରେ ଆଜି ସାରା ଭରତ କାନ୍ଦୁଛି । ପୁରା ଦେଶ ସ୍ତବ୍ଧ ହୋଇଯାଇଛି । ତେବେ ଲତା ଯେମିତି ଜଣେ ଭଲ ଗାୟିକା ଥିଲେ ସେମିତି ଜଣେ ଭଲ ପ୍ରେମିକା ମଧ୍ୟ କହିଲେ କିଛି ଭୁଲ୍ ହେବନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।