ଧର୍ମ ଶାସ୍ତ୍ର ବା ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଇଁଛ ବା କଇଁଛ ପ୍ରତିମା କୁ ଘରେ ରଖିଲେ ଶୁଭ ହୋଇଥାଏ । ଯେଉଁ ଘରେ କଇଁଛ ରହିଥାଏ ସେହି ଘରେ ମା ଲକ୍ଷ୍ମୀ ଙ୍କ ର ବାସ ହୋଇଥାଏ । କାହିଙ୍କିନା ଶ୍ରୀ ବିଷ୍ନୁଙ୍କର ଏକ ଅବତାର ଅଟେ ଏହି କଇଁଛ । ଭଗବାନ ବିଷ୍ଣୁ ସମୁଦ୍ର ମନ୍ଥନ ବେଳେ କଇଁଛ ରୂପ ଧାରଣ କରି ମନ୍ଦ୍ରାଚଳ ପର୍ବତ କୁ ନିଜ ପିଠିରେ ଧାରଣ କରିଥିଲେ । ଏଥି ପାଇଁ କଇଁଛ କୁ ଘରେ ରଖିବା ଦ୍ଵାରା ଘରେ ସମୃଦ୍ଧି ବୃଦ୍ଧି ହୋଇଥାଏ ।
ତେବେ ଆସନ୍ତୁ ଜାଣିବା କଇଁଛ କୁ ଘରେ ରଖିଲେ କଣ ସବୁ ଲାଭ ମିଳିଥାଏ । କଇଁଛ ହେଉ ବା କଇଁଛ ପ୍ରତିମାକୁ ଗୁରୁବାର ଦିନ ଘରକୁ ଆଣି ସ୍ଥାପନ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ କଇଁଛକୁ ଘରେ ଆଣି ତାକୁ ଖାଇବାକୁ ଦେଲେ ତାର ବୃଦ୍ଧି ଅନୁସାରେ ଘରେ ସବୁ ନକରାତ୍ମକ ପ୍ରଭାବ ଦୂର ହୋଇ ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।
ଏହା ସହ ଘରେ ଶୁଖ ସମୃଦ୍ଧି ଓ ଧନ ର ବୃଦ୍ଧି ହୋଇଥାଏ । ଯଦି ଏହା ଅସମ୍ଭବ ହୁଏ ତେବେ ଆପଣ ଘରେ କଇଁଛ ପ୍ରତିମା ରାଖୀପାରିବେ । ଏହାକୁ ଆପଣ ଅଫିସ କିମ୍ବା ବ୍ୟାବସାୟିକ ପ୍ରତିଷ୍ଠାନ ରେ ରଖିପାରିବେ । ଏହି କଇଁଛକୁ ଉତ୍ତର ଦିଗ , ପୂର୍ବ ଦିଗ , ଉତ୍ତର ପୂର୍ବ କୋଣ ବା ଐଶାନ୍ୟ କୋଣ ରେ ରଖିବା ଉଚିତ । କଇଁଛକୁ କବାଟ କିମ୍ବା ଘର ମୁଖ ଦିଗ କୁ ରଖିବା ଉଚିତ ନୁହେଁ । କଇଁଛ ରଖୁଥିବା ପାତ୍ରରେ ଥିବା ପାଣି କୁ ସବୁଦିନ ପରିଷ୍କାର କରିବା ଉଚିତ ।
କଇଁଛକୁ ରଖୁଥିବା ପାଣି ଗଙ୍ଗା ଜଳ ହୋଇଥିବା ଅବଶ୍ୟକ । ସୟନ କକ୍ଷରେ ରଖୁଥିବା କଇଚ ପ୍ରତିମାରେ ପାଣି ରଖିବା ଉଚିତ ନୁହେଁ । ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ ଘର ,ଅଫିସ ଓ ଦୋକାନରେ ରଖିବା ଉଚିତ । ଯାହାର ସନ୍ତାନ ହୁଏ ନାହିଁ କିମ୍ବା ସନ୍ତାନ ହେବାରେ ବିଳମ୍ବ ହୋଇଥାଏ ସେମାନେ ନିଜ ଶୟନ କକ୍ଷରେ ଯେଉଁ କଇଁଛ ପିଠି ଉପରେ ଛୁଆ କଇଁଛ ବସିଥିବ ଏହାକୁ ରଖିବା ଉଚିତ ଏହା ଦ୍ଵାରା ସନ୍ତାନ ପ୍ରାପ୍ତି ହୋଇଥାଏ ।
ଯେଉଁ ବ୍ୟକ୍ତି ବହୁତ ଚେଷ୍ଟା କରି ମଧ୍ୟ ଧନ ଉପାର୍ଜନରେ ସମଶ୍ୟା ଉତତ୍ପନ୍ନ ହୋଇଥାଏ ସେହି ବ୍ୟକ୍ତି ଏକ କ୍ରିଷ୍ଟାଲ ଧାତୁର କଇଁଛକୁ ଏକ ପାତ୍ରରେ ପାଣି ରଖ ଏହି କଇଁଛକୁ ଅଫିସ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ରଖିବା ଉଚିତ । ଏହା ଦ୍ଵାରା ଧନର କୌଣସି ଅଭାବ ରୁହେ ନାହିଁ । ବ୍ୟବସାୟ ବୃଦ୍ଧି କିମ୍ବା ଅଫିସରେ ଉର୍ଣ୍ଣତି ପାଇଁ ଅଫିସରେ ମେଟାଲ ପାତ୍ରରେ ମେଟାଲ କଇଁଛ ରଖିବା ଉଚିତ । ଏବଂ କରଜରୁ ମଧ୍ୟ ମୁକ୍ତି ମିଳିଥାଏ ଓ ଘର ଧାନ ଧାନ୍ୟରେ ପୂର୍ଣ୍ଣ ହୋଇଯାଏ ।
ଆପଣଙ୍କ ପରିବାର ସଦସ୍ୟ ଯଦି ବାରମ୍ବାର ର୍କୌଣସି ରୋଗରେ ପୀଡିତ ଥାନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ ଘରେ ଏକ ମାଟିର କଇଁଛ ରଖିବା ଉଚିତ । କୌଣସି ନୂତନ ବ୍ୟବସାୟ କରୁଥିଲେ ସେହି ବ୍ୟବଦୟିକ ପ୍ରତିଷ୍ଠାନରେ ଏକ ରୂପାର କଇଞ୍ଚକୁ ପାଣି ରଖିଲେ ବ୍ୟବସାୟରେ ଭଲ ଲାଭ ମିଳିଥାଏ । କୌଣସି ପରୀକ୍ଷା କିମ୍ବା ପାଠ ପଢାରେ କୃତ କାର୍ଯ୍ୟ ହେବା ପାଇଁ ଘରେ ପିତଳ ପାତ୍ରରେ ପାଣି ରଖି ପିତଳ କଇଁଛ ରଖିବା ଦ୍ଵାରା ଏଥିରେ ଶୁଭଫଳ ମିଳିଥାଏ ।
ଘରେ କୌଣସି କାରଣକୁ ନେଇ ଝଗଡା ଲାଗୁଥିଲେ ଘରେ ଯୋଡା କଇଁଛ ରଖିବା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଏବଂ ପରିବାର ସବୁ ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ ।