ଗ୍ୟାସ ଓ ଏସିଡିଟି ସମସ୍ଯାରୁ କିପରି ପାଇବେ ମୁକ୍ତି – Health Tips

ଆମେ ଜାଣିବା ଦରକାର କି ଆମ ପେଟ ଭିତରେ ଏସିଡ କିପରି ହୋଇଥାଏ ତେବେ ଯାଇ ଏଥିରୁ ମୁକ୍ତି ପାଇପାରିବେ । ଆମେ ପ୍ରଥମେ ଖାଦ୍ୟ ଖାଇଥାଉ ଓ ଏହାପରେ ଆମ ପେଟ ଭିତରକୁ ଖାଦ୍ୟ ଯାଏ । ସେଥିରେ ଏସିଡ ମିଶିବା ପରେ ଆମ ଖାଦ୍ୟ ହଜମ ହୋଇଥାଏ । ସେହି ଜିନିଷ ଯେଉଁ ସମୟରେ ଆମ ଖାଦ୍ୟ ନାଲି ଦେଇ ଉପରକୁ ଉଠେ ଆମେ ତାକୁ ଏସିଡ କହିଥାଉ । ଏହା କେବଳ ଆପଣଙ୍କର ହୋଇ ନଥାଏ । ଏହି ପରି ବହୁତ ଲୋକଙ୍କର ହୋଇଥାଏ ।

ଗ୍ୟାସ ୩ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ଜୋରରେ ହାକୁଡି ମାରିବା ଦୁତୀୟ ହେଉଛି ଖାଇ ସାରିବା ପରେ ଆମ ପେଟ ଫୁଲିବା ଓ ତୃତୀୟଟି ହେଉଛି ମଳ ଦ୍ଵାରା ପାଟରେ ଅଧିକ ଗ୍ୟାସ ଯିବା । ଏସିଡ ଯେଉଁ ସମୟରେ ଉପରକୁ ଉଠେ ସେହି ସମୟରେ ଆମର ପେଟ କାଟେ ଓ ଛାତି ମଧ୍ୟ କାଟେ ।

କିଛି କିଛି ସମୟରେ ଛାତି ବହୁତ ଜୋରରେ କାଟିଥାଏ । ଆପଣଙ୍କୁ ଯଦି ପ୍ରାୟ ସମୟ ଖାତା ହେକୁଡି ଦେଉଥିବା ଓ କାଶ ବାରମ୍ବାର ହୋଇଥାଏ । ଏହା ଯଦି ଆପଣଙ୍କର ହେଉଛି ତେବେ ଆପଣଙ୍କର ଏହି ଛୋଟ ଜିନିଷ ଆପଣଙ୍କୁ ଅସ୍ଥମା ରୋଗରେ ପକାଇ ଦିଏ । ଆପଣଙ୍କୁ ବହୁତ ଅସ୍ତ ବ୍ୟସ୍ଥ ଲାଗିଥାଏ ଓ ରାତିରେ ଭଲ ନିନ୍ଦ ହେବ ନାହିଁ । ଏସିଡିଟିର ମୁଖ୍ୟ କାରଣ ହେଉଛି ବହୁତ ମୋଟା ହେବେ ।

ଏହାପରେ ହେଉଛି ଆମେ ଖାଇଥିବା ଖାଦ୍ୟ ଦ୍ଵାରା ମଧ୍ୟ ହୋଇଥାଏ । ରାଗ ଖାଦ୍ୟ, ଚକିଲେଟ ଖାଇବା ଦ୍ଵାରା ହୋଇଥାଏ । ଯେଉଁ ମାନେ ନିଶା ଦ୍ରବ୍ୟ ଖାନ୍ତି ସେମାଙ୍କର ମଧ୍ୟ ଏହି ଭଳି ହୋଇଥାଏ । ଏସିଡିଟି ଯୋଗୁଁ ଆମକୁ ଆସ୍ଥମା ହୋଇଥାଏ । କାରଣ ଏହା ଉପରକୁ ଯାଇ ଧୀରେ ଧୀରେ ଏହା ଚାରି ଆଡେ ଖେଳେଇ ହୋଇଥାଏ । ଏହିପରି ଲୋକଙ୍କୁ ବହୁତ କାସ ହୋଇଥାଏ । ଆଉ କିଛି ଲୋକଙ୍କୁ ନିନ୍ଦ ଆସିନଥାଏ ।

କହିବାକୁ ଗଲେ ଏହାର ପ୍ରତିରୋଧ କରିବାକୁ ହେଲେ ଆମ ଖାଉଥିବା ଖାଦ୍ୟ ଠିକ ସମୟ ରହିବା ଦରକାର । ପ୍ରଥମ କଥା ହେଉଛି ଆପଣ କେବେ ହେଲେ ଆଲକାହଲ କରିବେ ନାହିଁ ଓ ଧୁମପାନ ମଧ୍ୟ କରିବେ ନାହିଁ । ଏକା ଥରେ କେବେ ହେଲେ ବେସୀ ଖାଦ୍ୟ ଖାଇବେ ନାହିଁ । ସବୁ ବେଳେ ଆପଣ ଅଳ୍ପ ଖାଇବାକୁ ଚେଷ୍ଟା କରିବେ ।

ଯେଉଁ ମାନେ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଖାଦ୍ୟ ଖାଇଥାନ୍ତି ସେମାନଙ୍କର କୌଣସି ଅସୁବିଧା ଦେଖା ଦିଏ ନାହି ଓ ସେମାନେ ବହୁତ ଦିନ ଧରି ବଞ୍ଚି ରୁହନ୍ତି । ଖାଇକି ଯଦି ସଙ୍ଗେ ସଙ୍ଗେ ଶୋଉଛନ୍ତି ତେବେ ଆପଣଙ୍କର ବେସୀ ଏସିଡିଟି ହେବ । ସବୁ ବେଳେ ଏହି କଥାକୁ ଧ୍ୟାନ ରଖିବା ଉଚିତ ଆପଣ ଠିକ ସମୟରେ ଖାଇବା ଦରକାର ଓ ଖାଇବା ଏବଂ ଶୋଇବା ସମୟରେ ନିଜେ କିଛି ସମୟ ରଖିବା ନିହାତି ଦରକାର ।

ଓ ମୋଟା ପଣକୁ କମାଇବା ନିହାତି ଦରକାର । କିଛି ଖାଦ୍ୟ ଅଛି ଯାହା ଆପଣ କେବେ ହେଲେ ଖାଇବା କଥା ନୁହେଁ କାରଣ ଏହା ଖାଇବା ଫଳରେ ଆପଣଙ୍କର ଏସିଡିଟି ଅଧିକା ବଢାଇ ଥାଏ । ଯେଉଁ ମାନେ କପଡା ଟାଇଟ କରି ପିନ୍ଧନ୍ତି ସେମାନଙ୍କୁ ମଧ୍ୟ ଏସିଡିଟି ଦେଖା ଦେଇଥାଏ । ଆପଣ ମାନେ ଜାଣିବା ଦରକାର ଯେ ଆପଣଙ୍କୁ କେଉଁଠି ପାଇଁ ଗ୍ୟାସ ହେଉଛି ସେ ନିଜର ଖାଇଥିବା ଖାଦ୍ୟ ପାଇଁ ହେଉଛି ନା ଅନ୍ୟ କୌଣସି ଯୋଗୁ ହେଉଛି ।

ଯେଉଁ ମାନଙ୍କର ପାକସ୍ଥଳୀ ଖରାପ ଥିବ ତେବେ ତାଙ୍କର ହଜମ ଭଲ ଭାବରେ ହୋଇନଥାଏ । ସେମାନଙ୍କର ବେଶୀ ଗ୍ୟାସ ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।