କେଉଁ ଦୀପ ଲକ୍ଷ୍ମୀଙ୍କ ପାଖରେ ଜଳାଇବା ଦିନ ଠାରୁ ଧନ ଲାଭ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା…

ଜୀବନକୁ ସରଳ ଓ ସୁଖମୟ କରିବା ପାଇଁ ଶାସ୍ତ୍ର ଲିଖିତ କିଛି ନିୟମ ପାଳନ କରିବା ଆବଶ୍ୟକ । ଘରେ ଯଦି ଉନ୍ନତିରେ ବାଧାପ୍ରାପ୍ତ ହେଉଥାଏ ଶନିବାର ଦିନ ନଦୀ ଜଳରେ ନଡିଆ ପ୍ରବାହିତ କରିବା ଦ୍ଵାରା ପରିବାର ଲୋକଙ୍କର ପ୍ରଗତି ହେବାସହ କାର୍ଯ୍ୟରେ ସଫଳତା ମିଳେ । ଯଦି ପରିବାରରେ କୌଣସି ସଦସ୍ୟ ବାରମ୍ବାର ରୋଗରେ ପଡ଼ୁଛନ୍ତି ଏବଂ ଔଷଧ କାମ ଦେଉନାହିଁ ତେବେ ରବିବାର ଦିନ ତମ୍ବାର ଚାରିକୋଣିଆ ଖଣ୍ଡ ମାଟିରେ ପୋତିବା ଦ୍ଵାରା ଆରୋଗ୍ୟ ଲାଭ ହୋଇଥାଏ ।

ଧନ ବୃଦ୍ଧିରେ ଯସ୍ୟ ସମସ୍ଯା ଆସୁଥାଏ ତେବେ ଚାନ୍ଦିର ହାତୀଟିଏ ପ୍ରଥମେ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରି ଧନ ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ଏବଂ ପରିବାରର ପ୍ରଗତି ହୋଇଥାଏ । ଯଦି ଧାରକରଜ ଦିନକୁ ଦିନ ବୃଦ୍ଧି ହେଉଥାଏ ତେବେ ପ୍ରତ୍ଯେକ ଦିନ କାଉକୁ ରୁଟି ଖାଇବାକୁ ଦେବା ଦ୍ଵାରା ଧାରକରଜ ଧୀରେ ଧୀରେ ସମାପ୍ତ ହୋଇଥାଏ ।

ଯଦି ଧନ ପ୍ରାପ୍ତିର ମାର୍ଗ ବନ୍ଦ ଥାଏ ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ କେଶର ଲଗାଇ କିଛି ସୁନା ଜିନିଷ ଅର୍ପଣ କରିବା ଦ୍ଵାରା ଧନ ପ୍ରାପ୍ତିର ମାର୍ଗ ପ୍ରାପ୍ତ ହୁଏ । ଯଦି ଭାଗ୍ୟ ସହଯୋଗ କରୁ ନଥାଏ ତେବେ ମନ୍ଦିରରେ ଗରିବ ଲୋକଙ୍କୁ ଅନ୍ନଦାନ କରିବା ଦ୍ଵାରା ଭାଗ୍ୟ ଅନୁକୂଳ ହୋଇଥାଏ ଏବଂ ଅଟକିଥିବା ଧନ ପ୍ରାପ୍ତି ହୋଇଥାଏ ।

ଯଦି ଅତ୍ୟଧିକ ଧନ ସମସ୍ଯା ଦେଖା ଦେଉଥାଏ ତେବେ ଖାଦ୍ଯ ଖାଇବା ପୂର୍ବରୁ କିଛି ଖାଦ୍ଯ ଗାଈ, କୁକୁର ଏବଂ କାଉକୁ ଦେବା ଉଚିତ । ଏହାଦ୍ବାରା ଧନ ସମ୍ପର୍କିତ ସମସ୍ଯା ଦୂର ହୋଇଥାଏ । ଯଦି ଦାରିଦ୍ର୍ୟତା ଦେଖା ଦେଇଥାଏ ତେବେ ପାଞ୍ଚ କିଲୋ ଅଟାର ରୁଟି ଏବଂ ଦେଢ କିଲୋ ଗୁଡ ସହିତ ତିନୋଟି ଗୁରୁବାର ସନ୍ଧ୍ୟା ସମୟରେ ଗାଈକୁ ଖୁଆଇବା ଦ୍ଵାରା ତାହା ଦୂର ହୋଇଥାଏ ।

ଶନିବାର ସନ୍ଧ୍ୟା ସମୟରେ ଓସ୍ତଗଛ ମୂଳରେ ଘିଅ ଦୀପ ଜଳାଇବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହେବାସହ ଧନଲାଭ ହୁଏ । ଘରେ ସୁନା ଜିନିଷ ରଖୁଥିବା ସ୍ଥାନରେ କେଶର ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବାସହ ପରିବାର ଲୋକଙ୍କ ଉନ୍ନତି ହୋଇଥାଏ ।

ପ୍ରତି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଓସ୍ତଗଛରେ ଜଳ ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ , ତା’ସହିତ ସୁଖଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ପ୍ରତ୍ଯେକ ଦିନ ହଳଦୀ ଏବଂ କେଶର ତିଳକ ମଠାରେ ଲଗାଇବା ଉଚିତ । ତା’ସହ ଏକାଦଶୀ ଏବଂ ଗୁରୁବାର ବ୍ରତ କରିବା ଦ୍ଵାରା ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଧନ ପ୍ରାପ୍ତି ହୋଇଥାଏ । ମୁହଁରେ କେବେବି କଟୁବଚନ ଏବଂ ଗାଳିଗୁଲଜ କରିବା ଉଚିତ ନୁହେଁ କିମ୍ବା ଘରେ କଳିଝଗଡା କରିବା ଅନୁଚିତ ।

ଏହାଦ୍ବାରା ସୁଖଶାନ୍ତି ଏବଂ ସମୃଦ୍ଧି ସ୍ଥାୟୀ ଭାବେ ରହିଥାଏ । ମନ୍ଦିରରେ ଲକ୍ଷ୍ମୀଙ୍କ ସମୁଖରେ 9ଟି ବତୀ ଥିବା ଘିଅ ଦୀପ ଜଳାଇବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଜଳାଇବା ଦିନ ଠାରୁ ଧନ ଲାଭ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।