Jyotish Shastra- କେଉଁ ବାରରେ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳି

ବନ୍ଧୁଗଣ ଏହିଦିନ ଜନ୍ମ ହୋଇଥିବା ଲୋକ କିପରି ହୋଇଥାନ୍ତି ଓ ସେମାନଙ୍କର ସ୍ଵଭାବ ଏବଂ ଏମାନଙ୍କର ରହିବା ଶୈଳୀ କିପରି ହୋଇଥାଏ ସେହି ବିଷୟରେ ଆଜି ଆମେ ଆଲୋଚନା କରିବା । ଶନିବାର:- ଯେଉଁମାନଙ୍କର ଜନ୍ମ ଶନିବାର ଦିନ ହୋଇଥାଏ ସେମାନଙ୍କ ଉପରେ ଶନିଦେବଙ୍କର ଅଶେଷ କୃପା ରହିଥାଏ । ଏମାନେ ନିଜ ଭିତରେ ମସ୍ତ ରହିଥାନ୍ତି । ଏହି ଲୋକମାନେ ନିଜ କଥାରେ ରହିଥାନ୍ତି ଓ ଏମାନେ ନିଜ ପ୍ରତିଶ୍ରୁତି କେବେ ବି ଭାଙ୍ଗିନଥାନ୍ତି । ଏହିଦିନ ଯେଉଁ ମାନଙ୍କର ଜନ୍ମ ହୋଇଥାଏ ସେମାନେ ବହୁତ ହସମୁଖ ଓ ଜଲ୍ଦି ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି । ଏମାନେ ନିଜ କଥା ଓ ବିଚାର ଦ୍ଵାରା ସାମ୍ନା ଲୋକଙ୍କ ହୃଦୟ ଜିତିଥାନ୍ତି ।

ରବିବାର:- ଏହିଦିନକୁ ସୂର୍ଯ୍ୟଙ୍କ ଦିନ ବୋଲି ମାନା ଯାଇଥାଏ । ଏହିଦିନ ଜନ୍ମ ହୋଇଥିବା ଲୋକ ତେଜସ୍ବୀ ଓ ବହୁତ ଭାଗ୍ୟଶାଳୀ ଏବଂ ଦୀର୍ଘଆୟୁ ଶାଳି ହୋଇଥାନ୍ତି । ଏମାନଙ୍କୁ ଶାନ୍ତ ରହିବା ପସନ୍ଦ ଥାଏ ।

ଏହିଦିନରେ ଜନ୍ମ ହୋଇଥିବା ଲୋକ କାହା କାମ ରେ ବାଧା ସୃଷ୍ଟି କରି ନଥାନ୍ତି ଓ ନିଜ କାମରେ କାହାର ବାଧା ଏମାନଙ୍କୁ ପସନ୍ଦ ଆସି ନଥାଏ । ଯଦି କେହି ଏମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରେ ତେବେ ଏମାନେ ବହୁତ ଜଲ୍ଦି କ୍ରୋଧିତ ହୋଇଯାଇଥାନ୍ତି । ଏମାନେ ସର୍ବଦା ଅନ୍ୟର ସାହାଯ୍ୟ ରେ ଲାଗିଥାନ୍ତି ।

ସୋମବାର:- ଏହିଦିନରେ ଜନ୍ମ ହୋଇଥିବା ଲୋକ ବହୁତ ଖୁସି ସ୍ଵଭାବର, ହସମୁଖ ଏବଂ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । ସ୍ଵଭାବ ଚଞ୍ଚଲ ହେବା କାରଣରୁ ଏମାନଙ୍କର ବିଚାର ନିରନ୍ତର ବଦଳିଥାଏ । ଏମାନଙ୍କର ସ୍ମରଣ ଶକ୍ତି ବହୁତ ଭଲ ହୋଇଥାଏ । କିନ୍ତୁ ଏମାନଙ୍କ ମଧ୍ୟରେ ଧେର୍ଜ୍ୟ ର କମି ରହିଥାଏ । ଏମାନଙ୍କର ନିଜ ମା ପ୍ରତି ବହୁତ ଅଧିକ ଭଲ ପାଇବା ରହିଥାଏ । ଏବଂ ଏମାନଙ୍କୁ ନିଜ ମା ଠାରୁ ଅଧିକ ଭଲ ପାଇବା ଓ ସ୍ନେହ ଆଦର ମିଳିଥାଏ ।

ମଙ୍ଗଲବାର:- ଏହିଦିନ ଜନ୍ମ ହୋଇଥିବା ଲୋକ ସ୍ଵଭାବରୁ କଠୋର, ଓ ନିଜ କଥାରେ ରହିଥାନ୍ତି । ଏହିଦିନ ଜନ୍ମ ହୋଇଥିବା ଲୋକ ବହୁତ ସଚ୍ଚୋଟ, ଅନ୍ୟର ସାହାଯ୍ୟ କରିବା ଏବଂ ଆରମ ଦାୟକ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି ।

ବୁଧବାର:- ଯେଉଁମାନଙ୍କ ଜନ୍ମ ଏହିଦିନ ହୋଇଥାଏ ସେମାନେ ଧର୍ମ କର୍ମ ରେ ଅଧିକ ରୁଚି ରଖିଥାନ୍ତି । ଏମାନଙ୍କ ମସ୍ତିସ୍କ ବହୁତ ତେଜ ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର ନିଜ ପରିବାର ପ୍ରତି ବିଶେଷ ଭଲ ପାଇବା ରହିଥାଏ । ଏମାନେ ହୃଦୟରୁ ସଫା ଏବଂ ଅନ୍ୟକୁ ସାହାଯ୍ୟ କରିବା ସ୍ଵଭାବର ହୋଇଥାନ୍ତି ।

ଗୁରୁବାର:- ଏହିଦିନରେ ଜନ୍ମ ହୋଇଥିବା ଲୋକ ବହୁତ ସାହସୀ ହୋଇଥାନ୍ତି । ଏହି ଲୋକମାନେ କୌଣସି ବି ପରିସ୍ଥିତି ର ସାମ୍ନା ବହୁତ ସରଳ ଭାବେ କରିଥାନ୍ତି । ଏହି କାରଣରୁ ଲୋକ ବହୁତ ଜଲ୍ଦି ଏମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏମାନେ ଧର୍ମ ପ୍ରତି ବହୁତ ଆସ୍ଥାବାନ ହୋଇଥାନ୍ତି । ଏହି କାରଣରୁ ଏମାନେ ଅନ୍ୟ ପ୍ରତି ବହୁତ ଭଲ ବ୍ୟବହାର କରିଥାନ୍ତି ।

ଶୁକ୍ରବାର:- ଏହିଦିନ ଜନ୍ମ ବ୍ୟକ୍ତି ବହୁତ ବୁଦ୍ଧିମାନ, ଭଲ ସ୍ଵଭାବ, ସହନଶୀଳ ଏବଂ ଭାବୁକ ହୋଇଥାନ୍ତି । ଏମାନେ ସ୍ବଭାବରେ ଦାନୀ ଏବଂ ଅନ୍ୟର ଭଲ ଚିନ୍ତା କରିଥାନ୍ତି । ଏମାନେ ନିଜ ମନର କଥା କାହାକୁ କହି ନଥାନ୍ତି । ଶାନ୍ତ ରହିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ନିଜ ପ୍ରଶଂସା ଶୁଣିବା ଏମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।