କେଉଁ ଅଭ୍ଯାସ ମଣିଷକୁ କାଙ୍ଗାଳ କରେ ? ଏହା ସହିତ ପଢନ୍ତୁ ଆଜିର ୨୦ଟି Anuchinta

ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି ତେବେ ଏମିତି କିଛି ନୀତି ନିୟମ ଅଛି ଯାହାକୁ ଆପଣ ନିଜର ଜୀବନରେ ପାଳନ କରିବା ବହୁତ ଆବଶ୍ୟକ ଅଟେ । କହିବାକୁ ଗଲେ ଏହି ସବୁ ଛୋଟ କୋଟ କଥା ଆମର ଜୀବନଶୈଳୀ ସହ ଜଡିତ ଅଛି । ଯଦି ଆପଣ ଏହାକୁ ମାନିବେ ତେବେ ଆପଣ ଜୀବନରେ ଖୁସି ଚାଲି ଆସିବ । ଏଥିପାଇଁ ଆପଣଙ୍କୁ ବିଶେଷ କିଛି କରିବାକୁ ପଡିବ ନାହିଁ । କେବଳ ଏହି କିଛି କଥା ଗୁଡିକ ପ୍ରତି ଧ୍ୟାନ ରଖିବାକୁ ପଡିବ ।

·     ଆପଣ ଯଦି ଘରେ ବିଛା ଦେଖୁଛନ୍ତି ତେବେ ଏହା ସଙ୍କେତ ଦେଇଥାଏ କି ଜଲ୍ଦି ହିଁ ଆପଣଙ୍କ ମନୋସ୍କାମନା ପୂର୍ଣ ହେବାକୁ ଯାଉଛି । ସେହିଭଳି ବାହାରାକୁ ଯିବା ସମୟରେ ବିଛା ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ।

·     ଖାଦ୍ୟ ଖାଇବା ସମୟରେ କେବେ ବି ମୁଣ୍ଡରେ ଗାମୁଛା କିମ୍ବା ଟୋପି ଦେଇ ଭୋଜନ କରନ୍ତୁ ନାହିଁ । ଏହା ଅମଙ୍ଗଳକାରୀ ହୋଇଥାଏ ।

·     ମନ୍ଦିରରେ ଥିବା ଭଗବାନଙ୍କ ମୂର୍ତ୍ତି ସବୁବେଳେ ପୂର୍ବ ଦିଗକୁ ମୁହଁ କରି ରହିଥାଏ । କିନ୍ତୁ ଘର ମନ୍ଦିରରେ ଯେତେବେଳେ ଆପଣ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ରଖୁଛନ୍ତି ତେବେ ତାହାର ମୁହଁ ପଶ୍ଚିମ ଦିଗ ଆଡକୁ ରହିଲେ ଆପଣଙ୍କର ମଙ୍ଗଲ ହୋଇଥାଏ ।

·     ଯଦି ଆପଣଙ୍କର କୌଣସି ଚର୍ମ ରୋଗ ଅଛି ଓ ତାହା ଭଲ ହେଉ ନାହିଁ ତେବେ ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ । ଦେଖିବେ ସେହି ଚର୍ମ ରୋଗ ଦୂରେଇ ଯିବ ।

·     ରାତିରେ ଶୋଇବା ସମୟରେ କେବେ ବି ଘରର ଆଇନାକୁ ଖୋଲା ରଖିବେ ନାହିଁ, ତାକୁ କପଡା ଦ୍ଵାରା ଘୋଡାଇ ରଖନ୍ତୁ ।

·     ସ୍ନାନ ପରେ ତେଲ କିମ୍ବା ମୁଢି ସ୍ପର୍ଶ କରନ୍ତୁ ନାହିଁ, ଅଶୁଭ ହୋଇଥାଏ ।

·     ଘରେ ବାସନ ମାଜିବା ସମୟରେ ବାସନ ଅଧିକ ଶବ୍ଦ କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଓ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି ।

·     ମନ୍ଦିରକୁ ଯିବା ପରେ ପ୍ରଥମେ ଭଗବାନଙ୍କ ବାହନକୁ ପ୍ରଣାମ କରନ୍ତୁ ଓ ଭଗବାନଙ୍କୁ, ଏହା ମଙ୍ଗଲକାରୀ ହୋଇଥାଏ ।

·     ସବୁଦିନ ଅତି କମରେ ୮ ଗ୍ଳାସ ପାଣି ପିଅନ୍ତୁ, ଏହା ଜୀବନ ପାଇଁ ଓ ଶରୀର ପାଇଁ ସୁସ୍ଥ ହୋଇଥାଏ ।

·     ଟଙ୍କା ଗଣିବା ସମୟରେ ଛେପ ମାରି ଗଣିବା ଉଚିତ ନୁହେଁ ଓ ଗଣିବା ସମୟରେ ଭିତର ଆଡୁ ଗଣିବା ଶୁଭ ହୋଇଥାଏ ।

·     ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଶୁଭ କାର୍ଯ୍ୟ ପାଇଁ ଘରୁ ବାହାରିବା ସମୟରେ ପ୍ରଥମେ ବାମ ପାଦ ପକାଇ ଘରୁ ବାହାରିବା ଉଚିତ, ଏହା ଶୁଭ ଓ ମଙ୍ଗଲ ହୋଇଥାଏ ଆପଣଙ୍କ ପାଇଁ ।

·     ଯଦି ଆପଣ ଘରେ ଚୁଚୁନ୍ଦ୍ରା ଦେଖୁଛନ୍ତି ତେବେ ଏହା ଘରେ ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ ।