ଘରେ କେଉଁ ଫଟୋ ଲଗାଇଲେ ସ୍ୱାସ୍ଥ୍ୟ ଓ ଧନବୃଦ୍ଧି ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 12ଟି Anuchinta

କହିବାକୁ ଗଲେ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା, ଅସୁବିଧା ଓ କଷ୍ଟ ଲାଗି ରହିଥାଏ । ବେଳେ ବେଳେ ଏହି ସବୁ ନିଜ କାରଣରୁ ହୋଇଥାଏ ତ ଅନ୍ୟ ପଟେ ଭାଗ୍ୟ କାରଣରୁ ବି ହୋଇଥାଏ । କିନ୍ତୁ ବେଳେ ବେଳେ ଆପଣଙ୍କ କିଛି ଛୋଟ ଛୋଟ ଭୁଲ ଯୋଗୁ ବି ଆପଣଙ୍କ ଭାଗ୍ୟରେ ଦୁର୍ଭାଗ୍ୟ ହୋଇଯାଏ । ଯଦି ଆପଣ ନିଜ ଜୀବନରେ ସମସ୍ତ ପ୍ରକାରର ଅଭାବ ଦୂର କରିବାକୁ ଚାହୁଁଛନ୍ତି ଏବଂ ସୁଖ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଘରର ବାସ୍ତୁ ସହ ଜଡିତ ଉପାୟ କହିବୁ । ଯାହାକୁ ନିହାତି କରିବା ଆବଶ୍ୟକ ଅଟେ ।

୧ – ଯଦି ଆପଣ ଭଲ ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ତେବେ ଦୋକାନରେ କିମ୍ବା ଯେଉଁଠି ଆପଣ ବ୍ୟବସାୟ କରୁଛନ୍ତି ତେବେ ପୂର୍ବ ଦିଗରେ ୭ ଟି ଧଳା ଘୋଡା ଦୌଡୁ ଥିବା ଚିତ୍ର ଲଗାନ୍ତୁ ।

୨ – ଘରେ ଲହୁଣୀ ଖାଉଥିବା ଶ୍ରୀ କୃଷ୍ଣଙ୍କ ପିଲାଦିନର ଫଟୋ ଲଗାଉଛନ୍ତି ତେବେ ଏହା ମଙ୍ଗଳକାରୀ ହେବା ସହିତ ପିଲାମାନଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ ।

୩ – ସେହିଭଳି ଘରେ ଶ୍ରୀରାମଙ୍କ ପରିବାର ସଦସ୍ୟଙ୍କ ଫଟୋ ଲଗାଇବେ ତେବେ ଘରର ସୁଖ ଓ ସମୃଦ୍ଧି ବଢିଥାଏ ।

୪ – ରୋଷେଇ ଘରେ ବିଭିନ୍ନ ରଙ୍ଗର ଫୁଲର ଫଟୋ ଲଗାଇବା ଦ୍ଵାରା ମନ ବିଚଳିତ ହୁଏ ନାହିଁ ।

୫ – ଘରର ମହିଳାମାନଙ୍କ ଗହଣା ଅନ୍ୟ କାହାକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ ।

୬ – ଘରର ଝାଡୁ କେବେ ବି କାହାକୁ ଦେବା ଉଚିତ ନୁହେଁ । ସବୁବେଳେ ଝାଡୁକୁ ଲୁଚାଇ ରଖନ୍ତୁ ।

୭ – ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ନିଜ ସ୍ତ୍ରୀ ସଞ୍ଚିତ କରିଥିବା ଟଙ୍କା ବି କାହାକୁ ଦେବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଅସାନ୍ତି ସୃଷ୍ଟି ହୋଇଥାଏ ।

୮ – ଘରର ବାସୀ ଖାଦ୍ୟକୁ କେବେ ବି ଦାନ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

୯ – ସନ୍ଧ୍ୟା ପରେ କ୍ଷୀର, ଦହି କିମ୍ବା ଲୁଣ ଦାନ କରନ୍ତୁ ନାହିଁ । ରୋଷେଇ ଘରେ ରୋଷେଇ କରିବା ସମୟରେ କାହା ଉପରେ ରାଗିବା ଉଚିତ ନୁହେଁ କିମ୍ବା ଖରାପ ଭାଷା ବି କହିବା ଅନୁଚିତ ।

୧୦ – ଯଦି କୌଣସି ଚଢେଇ ଘରେ ବସା ବାନ୍ଧୁଛି ତେବେ ଏହା ଶୁଭ ସଂକେତ ଦେଇଥାଏ ।

୧୧ – ଅଟା ଦଳିବା ସମୟରେ ଲୁଣ ସହିତ ଅଳ୍ପ ଘିଅ ଓ ଚିନି ମିଶାଇବା ଦ୍ଵାରା ଗ୍ରହ ଦୋଷ ଦୂର ହୋଇଯାଏ ।

୧୨ – ଘରର ଛାତ ଉପରେ ଚଢେଇମାନେ ଏକତ୍ରିତ ହୁଅନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ ।