କେଉଁ ଆଡକୁ ମୁଖ କରି ପରିସ୍ରା କଲେ ଆୟୁ ଓ ବୃଦ୍ଧିନାଶ ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

କିଛି ଶାସ୍ତ୍ର ଲିଖିତ ନିୟମ ରହିଛି ଯାହାର ପାଳନ କରିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ଯେଉଁମାନେ ଗୋମାତାଙ୍କ ସେବା କରନ୍ତି ସେମାନଙ୍କୁ ବହୁତ ଦୁର୍ଲଭ ବର ପ୍ରାପ୍ତ ହେବାସହ ପୁତ୍ର ଧନ ଓ ସୁଖ ସମ୍ପଦ ପ୍ରାପ୍ତ ହୋଇଥାଏ । ବିଲେଇ, କୁକୁର, ଛେଳି, କୁକୁଡା, ଘୁଷୁରି ଏବଂ ପକ୍ଷୀମାନଙ୍କୁ ବାନ୍ଧି ରଖିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ । ମହାଭାରତ ପୂରଣ ଅନୁସାରେ ଯେଉଁ ଘରେ କୁକୁଡା ଏବଂ କୁକୁର ରହିଥାଏ ସେହି ଘରେ ଦେବୀଦେବତା ମାନେ ହବିଷ ଗ୍ରହଣ କରି ନଥାନ୍ତି ।

ଅଗ୍ନି ପୁରାଣ ଅନୁସାରେ ଓଟ, ମେଣ୍ଢା ଓ ଘୋଡା ଆଦି ଏକ ଖୁରା ଥିବା ପଶୁଙ୍କର କ୍ଷୀର ପିଇବା ଅନୁଚିତ । ଏହାସହ ବାଛୁରି ଜନ୍ମ ହେବାର ଦଶ ଦିନ ମଧ୍ୟରେ କ୍ଷୀର ପିଇବା ଅନୁଚିତ । ଏହା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ । ସେହିପରି ଅତି ଛୋଟ ବାଛୁରି ଥିବା ଗାଈର କ୍ଷୀର ପିଇବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହେବାସହ ସନ୍ତାନ ନଷ୍ଟ ଓ ବଂଶ କ୍ଷୟର କାରଣ ହୋଇଥାଏ । ସୁସୃତ ସଂହିତା ଅନୁସାରେ ଛିଣ୍ଡି ଯାଇଥିବା କ୍ଷୀର କିମ୍ବା ବାସୀ ହୋଇଥିବା କ୍ଷୀର ପିଇବା ଅନୁଚିତ ।

ଏହା ଅମଙ୍ଗଳକାରୀ ହେବାସହ ସ୍ୱାସ୍ଥ୍ୟ ସମସ୍ଯା ସୃଷ୍ଟି କରିଥାଏ । ଭାଗବତ ଭାସ୍କର ଅନୁସାରେ ଜଳପାତ୍ରକୁ ଧରି ପରିସ୍ରା କଲେ ସେହି ଜଳକୁ ପିଇବା ଉଚିତ ନୁହେଁ, ଏହା ଅପବିତ୍ର ଓ ଅମଙ୍ଗଳକାରୀ ହୋଇଥାଏ । ଚାଣକ୍ୟ ନୀତି ଅନୁସାରେ ପାଦଧୂଆ ପାଣି, ସନ୍ଧ୍ୟା ବନ୍ଦନା କରିଥିବା ପାଣି ଓ ପିଇବା ପରେ ବଳକା ପାଣି ଆଦି ଅପବିତ୍ର ହୋଇଥାଏ, ତେଣୁ ଏସବୁ କାର୍ଯ୍ୟରେ ଲଗାଇବା ଅନୁଚିତ ।

ମହାଭାରତ ପୁରାଣ ଅନୁସାରେ ପାଣି ପିଇବା ସମୟରେ ଯଦି ବୁନ୍ଦାଏ ପାଣି ଖାଦ୍ଯରେ ପଡେ ତେବେ ସେହି ଖାଦ୍ଯ ଖାଇଅବା ଅନୁଚିତ, ଏହା ଅମଙ୍ଗଳକାରୀ ହୋଇଥାଏ । ସ୍ୱାସ୍ଥ୍ୟ ଅନୁସାରେ ଆଞ୍ଜୁଳିରେ ଜଳ ପିଇବା ଉଚିତ ନୁହେଁ କିମ୍ବା ବାମ ହାତରେ ଜଳ ପିଇବା ଅନୁଚିତ । ସେହିପରି ଠିଆ ହୋଇ ଜଳ ପିଇବା ଦ୍ଵାରା ଅମଙ୍ଗଳକାରୀ ହୋଇଥାଏ ।

ପଦ୍ମପୁରାଣ ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ଲୋକମାନେ ଗାଧୋଇବା ସମୟରେ ବେଦ, ମନ୍ତ୍ର ଉଚ୍ଚାରଣ କରିବା ମଙ୍ଗଳକାରୀ ହୋଇଥାଏ । ମନୁସ୍ମୃତି ଏବଂ ମହାଭାରତ ପୁରାଣ ଅନୁସାରେ ଭୋଜନ କରିବା ପରେ ଅନ୍ନକୁ କେବେବି ନିନ୍ଦା କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ରୋଗ ସୃଷ୍ଟି କରିଥାଏ ।

ମହାଭାରତ ପୁରାଣ ଅନୁସାରେ ଭୋଜନ କରିବା ପୂର୍ବରୁ ଦେବତା, ଋଷି, ଅତିଥି ଓ ପିତୃପୁରୁଷଙ୍କୁ ଅର୍ପଣ କରିବା ପରେ ଭୋଜନ କଲେ ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ । ପଦ୍ମପୂରଣ ଅନୁସାରେ ଠାକୁର ପୂଜା ସମୟରେ ଓ ଶୋଇବା ସମୟରେ ଏକ ବସ୍ତ୍ର ପିନ୍ଧିବା ଉଚିତ, ଏହା ମଙ୍ଗଳକାରୀ ହୋଇଥାଏ ।

ପଦ୍ମପୁରାଣ ଅନୁସାରେ ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ଗାଈ, ବ୍ରାହ୍ମଣ, ସ୍ତ୍ରୀଲୋକ ଏବଂ ଦେବାଳୟ ଆଡକୁ ମୁଖ କରି ପରିସ୍ରା କରିବା ଉଚିତ ନୁହେଁ । ଏହାଦ୍ବାରା ଆୟୁ ଏବଂ ବୁଦ୍ଧିନାଶ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।