ଚାକିରି ବଞ୍ଚେଇବାକୁ ପଡିଆରେ କମିଶନରେଟ ପୋଲିସ, ସକାଳୁ ସକାଳୁ ବାବୁ ମାନଙ୍କର ଚାଲିଛି କସରତ, ଦେଖନ୍ତୁ video

ଏବେ ଟେନସନରେ ପଡିଗଲେଣି କମିଶନରେଟ ପୋଲିସ । ବୁଧବାର ନିର୍ଦ୍ଦେଶନାମା ଜାରି ହେବା ପରେ ଆଜି ପଡିଆରେ ସବୁ ପୋଲିସ ବାବୁଙ୍କୁ ଦେଖିବାକୁ ମିଳିଛି । ସକାଳୁ ସକାଳୁ ସମସ୍ତେ ଏକ୍ସରସାଇଜ କରିବାରେ ବ୍ୟସ୍ତ ହୋଇଗଲେଣି । ନୂଆ ନିୟମ ଅନୁଯାୟୀ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ କସରତ ଚଳେଇଛନ୍ତି ପୋଲିସ ବାବୁମାନେ । ଯାହାର ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପଡିଆରେ ସମସ୍ତ ପୋଲିସ ବାବୁମାନେ ମିଶି ବ୍ୟାୟାମ କରିବାରେ ଲାଗି ପଡିଛନ୍ତି ।

ତେବେ ଆପଣ ଭାବୁଥିବେ ହଠାତ ଏତେ ସକାଳୁ ପଡିଆରେ ଏମିତି କସରତ କରିବାର ଉଦ୍ଦେଶ୍ୟ କଣ । ଆପଣଙ୍କୁ କହି ରଖୁଛୁ ଯେ, ପୋଲିସ ବାବୁମାନେ ନିଜ ଚାକିରି ବଞ୍ଚେଇବା ପାଇଁ ସକାଳୁ ସକାଳୁ ଏମିତି ପଡିଆରେ ଏକ୍ସରସାଇଜ କରିବାରେ ଲାଗି ପଡିଛନ୍ତି । ଆଜ୍ଞା ହଁ, କେବଳ ଚାକିରି ବଞ୍ଚେଇବାକୁ ଏଠି କସରତ ଚାଲିଛି । କମିଶନରେଟ ପୋଲିସ ପକ୍ଷରୁ ପୋଲିସ ବାବୁ ମାନଙ୍କର ଫିଟନେସ ମେଣ୍ଟେନ କରିବାକୁ ଗତକାଲି ନିର୍ଦ୍ଦେଶନାମା ଜାରି କରା ଯାଇଥିଲା ।

ଆଉ ଏହାର ପ୍ରଭାବ ଆଜି ସକାଳୁ ସକାଳୁ ରାଜଧାନୀର ରିଜର୍ଭ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି । କାରଣ ଏଣିକି ପ୍ରତି 15 ଦିନରେ ଥରେ ପୋଲିସ ବାବୁଙ୍କ ଓଜନ ମାପ କରାଯିବ । ନୂଆ ନିୟମ ଅନୁସାରେ ଓଜନ ଅଧିକ ରହିଲେ ସେମାନଙ୍କୁ ଅର୍ଡଲି ରୁମ୍ ର ଦାୟିତ୍ଵ ଦିଆଯିବ । ଖାଲି ଏତିକି ନୁହେଁ ବରଂ ପୋଲିସ ବାବୁଙ୍କୁ ମାଦକ ଦ୍ରବ୍ୟ ସେବନରୁ ମଧ୍ୟ ଦୂରେଇ ରଖିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଏହାସହ ପ୍ରତିଦିନ ସକାଳ ଓ ଅପରାହ୍ନରେ ଫିଜିକାଲ ଟ୍ରେନିଂ, ସଫେଇ, ଫିଟନେସ ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ । ଭୁବନେଶ୍ବର ଅର୍ବାନ ପୋଲିସ ଜିଲ୍ଲାର କର୍ମଚାରୀଙ୍କ ପାଇଁ ଭୁବନେଶ୍ବର ଡିସିପି ଏମିତି କଡା ନିର୍ଦ୍ଦେଶ ଜାରି କରିଛନ୍ତି । ଏପିଆର, ଡ଼ିପିଓ, ସିପି ହେଡକ୍ଵାର୍ଟର୍ସ, ଟିମ-60, ଓଏସଏପି ମୋବିଲାଇଜଡ, ଫୋର୍ସ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । ଏହିସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯିବ ଓ ସେଥିପାଇଁ 15 ଦିନରେ ଥରେ ସେମାନଙ୍କ ଓଜନ ମପାଯିବ ।

ସେହିପରି ପ୍ରତି ମାସରେ 80% ଉପସ୍ଥାନ ମଧ୍ୟ ବାଧ୍ୟତାମୂଳକ ବୋଲି କହିଛନ୍ତି ଡିସିପି । ୟୁନିଫର୍ମରେ ପୋଲିସ କର୍ମଚାରୀ ମାନେ ଯେପରି ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବେ ତା’ ଉପରେ ପୁରା ଗୁରୁତ୍ଵ ଦିଆଯାଉଛି । ଏହି ନିର୍ଦ୍ଦେଶନାମା ପରେ ନିଜକୁ କେମିତି ଫିଟ୍ ରଖିବେ ସେନେଇ ଟେନସନରେ ସବୁ ପୋଲିସ ।

ସେଥିପାଇଁ ବୁଧବାର ନିର୍ଦ୍ଦେଶନାମା ଜାରି ହେଉ ହେଉ ପରଦିନ ସକାଳେ ପଡିଆରେ ଏମିତି ଏକ୍ସରସାଇଜ କରୁଛନ୍ତି ପୋଲିସ ବାବୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।