ମାତ୍ରାଧିକ ଡାଲି ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପରେ, ଜାଣନ୍ତୁ ଦୈନିକ କେତେ ଡାଲି ଖାଇବା ଉଚିତ ଓ ଅତ୍ୟଧିକ ଡାଲି ଖାଇବାର ସାଇଡ ଇଫେକ୍ଟ କଣ ହୋଇପାରେ ?

ଡାଲି ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଏବଂ ଫାଇବର ରହିଥାଏ । ଅଧିକାଂଶ ଘରେ ପ୍ରାୟ ସବୁଦିନ ଡାଲି ରୋଷେଇ ହୋଇଥାଏ । ଏହା ଆମ ଶରୀରରେ LDL ବା ଖରାପ କୋଲେଷ୍ଟ୍ରୋଲ ର ମାତ୍ରାକୁ କମ୍ କରିଥାଏ । ଏହାଦ୍ବାରା ହୃଦରୋଗର ସମ୍ଭାବନା ମଧ୍ୟ ହ୍ରାସ ପାଇଥାଏ । କଥାରେ ଅଛି, ଲେମ୍ବୁ ଅତି ଚିପୁଡିଲେ ପିତା ଅର୍ଥାତ ଯେକୌଣସି ଜିନିଷ ବା ବିଷୟ ଅଧିକ ହେବା ବିଷ ସମାନ ।

ଠିକ ସେମିତି ଡାଲି ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ମାତ୍ରାରେ ଲାଭଦାୟକ ହୋଇଥିଲେ ସୁଦ୍ଧା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଅତ୍ୟଧିକ ମାତ୍ରାରେ ଡାଲି ସେବନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏକ୍ସପର୍ଟଙ୍କ ମତ ଅନୁସାରେ, ଅଧିକ ପରିମାଣରେ ଡାଲି ଖାଇବା ଦ୍ଵାରା ଆମ ଶରୀରର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ପରିମାଣର ଡାଲି ଖାଇବା ଦ୍ଵାରା କେଉଁ ସବୁ ସମସ୍ଯା ଦେଖା ଦେଇଥାଏ ।

ଯଦି ଆପଣ ଅଧିକ ପରିମାଣରେ ଡାଲି ସେବନ କରୁଛନ୍ତି ତା’ ହେଲେ ଏହାର ସିଧା ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିପାରେ । ଅଧିକ ଡାଲି ଖାଇବା ଦ୍ଵାରା ଆପଣଙ୍କ କିଡନୀରେ ଷ୍ଟୋନ ସମସ୍ଯା ଦେଖା ଦେଇପାରେ ଏବଂ ପେଟ ସମସ୍ଯା ମଧ୍ୟ ଦେଖା ଦେଇପାରେ । ଖାଦ୍ଯରେ ମାତ୍ରାଧିକ ଡାଲି ସାମିଲ କରିବା ଦ୍ଵାରା ଗ୍ଯାସ ସମସ୍ଯା ସୃଷ୍ଟି ହୋଇପାରେ ।

ଏହା ବ୍ଯତୀତ ଅନେକ ଲୋକଙ୍କୁ ମଧ୍ୟ ଡାଲି ଖାଇବା ଦ୍ଵାରା ଏସିଡିଟି ହୋଇଥାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଅତ୍ୟଧିକ ମାତ୍ରାରେ ଡାଲି ସେବନ କରିବା ଦ୍ଵାରା ଆମ ଶରୀରକୁ ଡିଟକ୍ସିଫାଏ କରିବାରେ ସମସ୍ଯା ଦେଖା ଦେଇଥାଏ । ଅର୍ଥାତ ଅଧିକ ଡାଲି ଖାଇବା ଦ୍ଵାରା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ପାରି ନଥାଏ । ଯାହା କି ଆମ ଶରୀର ତଥା ଜୀବନ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ ବୋଲି ଏକ୍ସପର୍ଟ ମାନେ କୁହନ୍ତି ।

ଡାଲିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ, ତେଣୁଏ ଏମିତିରେ ଯଦି ଆପଣ ନିଜ ଡାଏଟରେ ଅଧିକ ମାତ୍ରାରେ ପ୍ରୋଟିନ ସେବନ କରୁଛନ୍ତି ତେବେ ଏହା ଆମ ଶରୀରର ଓଜନକୁ ଶୀଘ୍ର ବଢାଇଥାଏ । ଆମ ଶରୀରର ଓଜନ ବଢିବା ଦ୍ଵାରା ମୋଟାପଣ ବଢିଥାଏ ଏବଂ ଅନେକ ପ୍ରକାରର ଗମ୍ଭୀର ରୋଗ ମଧ୍ୟ ଦେଖା ଦେଇଥାଏ ।

ଅଧିକ ଡାଲି ଖାଇଲେ ଅନ୍ତ ସହ ଜଡିତ ସମସ୍ଯା ଯଥା ଅପଚ, ବଦହଜମି, ଡିହାଇଡ୍ରେସନ, ଥକାପଣ, ବାନ୍ତି, ଚିଡଚିଡାପଣ ମୁଣ୍ଡ ବିନ୍ଧା ଓ ଡାଇରିଆ ଭଳି ରୋଗ ଦେଖା ଦେଇଥାଏ । ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଠୁଗଣ୍ଠି କିମ୍ବା ବାତ ସମସ୍ଯା ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ବିନା ସେମାନେ ଡାଲି ଏବଂ ବିନ୍ସ ଖାଇବା ଉଚିତ ନୁହେଁ । କାରଣ ଡାଲିରେ ପ୍ୟୁରିନ ର ମାତ୍ରା ଅଧିକ ରହିଥାଏ ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ତେଣୁ ଡାଲି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିଲେ ମଧ୍ୟ ଅଧିକ ମାତ୍ରାରେ ଡାଲି ସେବନ କରିବା ପୂର୍ବରୁ ନିଶ୍ଚିତ ଭାବେ ଚିନ୍ତା କରନ୍ତି । ଜଣେ ବ୍ୟକ୍ତି ଗୋଟିଏ ଦିନରେ କେବଳ 40 ରୁ 60 ଗ୍ରାମ ପ୍ରୋଟିନ ସେବନ କରିବା ଉଚିତ । ତେଣୁ ଆପଣ ଖାଉଥିବା ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ଯ ଅନୁଯାୟୀ ଡାଲି ସେବନ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।