ଜାଣନ୍ତୁ କେତେ ସମ୍ପତ୍ତି ଛାଡି ଯାଇଛନ୍ତି MDHର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି MDH ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ନିଧନ ହୋଇ ଯାଇଛି । ମହାଶୟ ଧର୍ମପାଲ ଗୁଲାଟୀଙ୍କୁ MDH ମସଲାର ଜେଜେବାପା ବୋଲି ବି କୁହାଯାଏ । ତାଙ୍କର ନିଧନର ଖବର ଶୁଣିବା ପରେ ପ୍ରାୟତଃ ସବୁ ଭାରତୀୟ ଦୁଖିତ ଅଛନ୍ତି । ସେ ୯୮ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । କୁହାଯାଉଛି କି ମହାଶୟ ଧର୍ମପାଲ ଗୁଲାଟୀ ଦିଲ୍ଲୀର ମାତା ଚନ୍ଦନ ଦେବୀ ହସ୍ପିଟାଲରେ ୩ ଡିସେମ୍ବର ସକାଳ ୬ ଟା ସମୟରେ ଶେଷ ନିଶ୍ଵାସ ନେଇଛନ୍ତି ।

କହିବାକୁ ଗଲେ କାରୋବାର ଓ ଫୁଡ ପ୍ରୋସେସିଙ୍ଗରେ ଯୋଗଦାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ବର୍ଷ ହିଁ ତାଙ୍କୁ ପଦ୍ମଭୁଷଣ ପୁରଷ୍କାର ଦ୍ଵାରା ସମ୍ମାନିତ କରାଯାଇଛି ।

ଏମିତିରେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ବିଶେଷ ସୂଚନା ଦେବୁ । ମହାଶୟ ଧର୍ମପାଲ ଗୁଲାଟୀଙ୍କ ଜନ୍ମ ୧୯୨୩ ମାର୍ଚ୍ଚ ୨୭ ତାରିଖରେ ସିୟାଲକୋଟ ପାକିସ୍ତାନରେ ହୋଇଥିଲା । ମହାଶୟ ଧର୍ମପାଲ ଗୁଲାଟୀ ଦେଶର ସେହି ବିଜନେସମ୍ୟାନମାନଙ୍କ ମଧ୍ୟରେ ଜଣେ ଥିଲେ ଯାହାଙ୍କୁ ପ୍ରାୟତଃ ସବୁ ଭାରତୀୟ ଚିହ୍ନିଛନ୍ତି । ସେ ନିଜର ମସଲା କମ୍ପାନୀ ଏକ ଛୋଟ ଦୋକାନରୁ ଆରମ୍ଭ କରିଥିଲେ ।

ଗୋଟିଏ ମିଡିଆ ରିପୋର୍ଟ ଅନୁସାରେ ବର୍ଷ ୨୦୧୭ରେ ମହାଶୟ ଧର୍ମପାଲ ଗୁଲାଟୀ ଭାରତର ସବୁଠୁ ଅଧିକ ସ୍ୟାଲେରୀ ନେଉଥିବା FMGC ସିଇଓ ଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ମାତ୍ର ୫ମ କ୍ଳାସ ପର୍ଯ୍ୟନ୍ତ ପଢିଛନ୍ତି ଓ ୧୦ ବର୍ଷ ବୟସରେ ନିଜର ସ୍କୁଲ ଶିକ୍ଷାକୁ ତ୍ୟାଗ କରି ନିଜର ପିତାଙ୍କୁ ଦୋକାନ କାର୍ଯ୍ୟରେ ସାହାର୍ଯ୍ୟ କରିଥିଲେ । କିନ୍ତୁ ତାଙ୍କର ବର୍ଷ ୨୦୧୭ର ସ୍ୟାଲେରୀ ୨୧ କୋଟି ଟଙ୍କା ଥିଲା । ମିଡିଆ ରିପୋର୍ଟ ଅନୁସାରେ ମହାଶୟ ଧର୍ମପାଲ ଗୁଲାଟୀଙ୍କ ପାଖରେ ବହୁତ ମହଙ୍ଗା ଗାଡି ଅଛି ।

ଏଥିରେ ରୋଲ୍ସ ରୟସ ଘୋସ୍ଟ ଯାହାର ଦାମ ପାଖପାଖି ୬ କୋଟି ଟଙ୍କା ଅଟେ । ଏହା ଛଡା ତାଙ୍କ ପାଖରେ ଅନ୍ୟ କିଛି ଦାମୀ ଓ ମହଙ୍ଗା କମ୍ପାନୀ ଗୁଡିକର କାର ବି ଅଛି । ମହାଶୟ ଧର୍ମପାଲ ଗୁଲାଟୀ ଯେତେବେଳେ ଭାରତ ଓ ପାକିସ୍ତାନର ବିଭାଜନ ପରେ ଦିଲ୍ଲୀ ଆସିଲେ ସେତେବେଳେ ତାଙ୍କ ପାଖରେ କେବଳ ୧୫୦୦ ଟଙ୍କା ଥିଲା । କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଏହି ଦୁନିଆକୁ ଚାଲି ଯାଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ମହାଶୟ ଧର୍ମପାଲ ଗୁଲାଟୀ ୧୫୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ । ସବୁଠୁ ଜାଣିବାର କଥା ଏହା ଅଟେ କି ୧୫୦୦ ଟଙ୍କାରେ ନିଜର ବ୍ୟବସାୟ ଆରମ୍ଭ କରିଥିବା ମହାଶୟ ଧର୍ମପାଲ ଗୁଲାଟୀ ମୃତ୍ୟୁ ସମୟରେ ୧୫୦୦ କୋଟି ଟଙ୍କାର ମାଲିକ ଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।