ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ରାହୁଲ ଗାନ୍ଧୀ, ପାଞ୍ଚ ବର୍ଷରେ ହେଲା ଏତେ ଉନ୍ନତି

ରାହୁଲ ଗାନ୍ଧୀ କଂଗ୍ରେସର ଅଧକ୍ଷ ଅଟନ୍ତି । କହିବାକୁ ଗଲେ ସେ ବର୍ତ୍ତମାନ ଦେଶର ରାଜନୀତିରେ ନିଜର ବିଶେଷ ପରିଚୟ କରିସାରିଛନ୍ତି । ବର୍ତ୍ତମାନ ତାଙ୍କର ଗଣନା ଭାରତର ବଡ ବଡ ରାଜନେତାଙ୍କ ମଧ୍ୟରେ ହୋଇଥାଏ । ଆଜି ଆମେ ଆପଣଙ୍କୁ କେରଳର ୱୟନାଡା ସିଟ ରୁ ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ସମ୍ପତି ବିଷୟରେ କହିବା । ଗତ ବର୍ଷ ରାହୁଲ ଗାନ୍ଧୀ କେରଳର ୱୟନାଡା ଲୋକସଭା ସିଟ ରୁ ନାମାଙ୍କନ ପତ୍ର ସହିତ ନିଜର ସମ୍ପତ୍ତି ଓ ଦାୟିତ୍ଵ ବିଷୟରେ କହିଥିଲେ ।

ତାଙ୍କ ଅନୁସାରେ ତାଙ୍କର ସମ୍ପତ୍ତି ୧୫.୮୮ କୋଟି ଟଙ୍କାରୁ ବି ଅଧିକ ଅଟେ । ଯେତେବେଳେ କି ୨୦୧୪ ନିର୍ବାଚନରେ ରାହୁଲ ଗାନ୍ଧୀ ନିଜକୁ ୯.୪ କୋଟି ଟଙ୍କାର ମାଲିକ ବୋଲି କହିଥିଲେ । ରାହୁଲ ଗାନ୍ଧୀ କହିଲେ କି ତାଙ୍କ ପାଖରେ କାର ନାହିଁ, ଯେତେବେଳେ କି ବିଭିନ୍ନ ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାଙ୍କର ତାଙ୍କ ଉପରେ ୭୨ ଲକ୍ଷ ଟଙ୍କା କରଜ ଅଛି । ରାହୁଲ ନିଜ ମା ସୋନିୟା ଗାନ୍ଧୀଙ୍କ ଠାରୁ ବି ୫ ଲକ୍ଷ ଟଙ୍କା କରଜ ନେଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି ରାହୁଲ ଗାନ୍ଧୀଙ୍କ ପାଖରେ ୫ କୋଟି ୮୦ ଲକ୍ଷ ୫୮ ହଜାର ୭୯୯ ଟଙ୍କା ଚଳ ସମ୍ପତି ଅଛି ଓ ୧୦ କୋଟି ୮ ଲକ୍ଷ ୧୮ ହଜାର ୨୮୪ ଟଙ୍କା ଅଚଳ ସମ୍ପତ୍ତି ଅଛି । ତାଙ୍କର ମୋଟ ସମ୍ପତ୍ତି ୧୫ କୋଟି ୮୮ ଲକ୍ଷ ୭୭ ହଜାର ୮୩ ଟଙ୍କା ଅଟେ । ଅର୍ଥାତ ୨୦୧୪ ରୁ ୨୦୧୯ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତିରେ ୬ କୋଟି ୪୮ ଲକ୍ଷ ୭୭ ହଜାର ଟଙ୍କା ବଢି ଯାଇଛି ।

କଂଗ୍ରେସର ପ୍ରମୁଖ ରାହୁଲ ଗାନ୍ଧୀଙ୍କ ପାଖରେ ୪୦ ହଜାର ଟଙ୍କା ନଗଦ ରାଶି ଅଛି । ବିଭିନ୍ନ ବ୍ୟାଙ୍କରେ ତାଙ୍କର ୧୭.୯୩ ଲକ୍ଷ ଟଙ୍କା ଜମା ଅଛି । ଏହା ସହିତ ରାହୁଲ ଗାନ୍ଧୀ ୫.୧୯ କୋଟି ଟଙ୍କା ବିଭିନ୍ନ କମ୍ପାନୀର ବଣ୍ଡ, ଡିବେଂଚର ଓ ଶେୟାର ଲଗାଇ ରଖିଛନ୍ତି । ତାଙ୍କ ପାଖରେ ୩୩୩.୩ ଗ୍ରାମର ସୁନା ବି ଅଛି । ଦିଲ୍ଲୀର ସୁଲ୍ତାନପୁର ଗ୍ରାମରେ ତାଙ୍କର ପୈତୃକ ଚାଷ ଜମି ବି ଅଛି । ରାହୁଲ ଗାନ୍ଧୀଙ୍କ ପାଖରେ ଗୁରୁଗ୍ରାମରେ ଦୁଇଟି କାର୍ଯ୍ୟଲୟ ବି ଅଛି ।

ଘୋଷଣା ପତ୍ରରେ ସେ କହିଛନ୍ତି କି ତାଙ୍କ ବିରୁଦ୍ଧରେ ୫ ଟି ମାମଲା ଅଛି । ଏହା ମଧ୍ୟରେ ଦୁଇଟି ମାମଲା ମହାରାଷ୍ଟ୍ରର ଅଟେ ଓ ଅନ୍ୟ ଏକ ମାମଲା ଝାରଖଣ୍ଡ, ଆସାମ ଓ ନୂଆ ଦିଲ୍ଲୀର ଅଟେ । ଘୋଷଣା ପତ୍ର ଅନୁସାରେ ଆର୍ଥିକ ବର୍ଷ ୨୦୧୭ – ୨୦୧୮ରେ ତାଙ୍କର ମୋଟ ଆୟ ୧ କୋଟି ୧୧ ଲକ୍ଷ ୮୫ ହଜାର ୫୭୦ ଟଙ୍କା ଥିଲା ।

ରାହୁଲ ଗାନ୍ଧୀ ଘୋଷାଣ କରିଛନ୍ତି କି ତାଙ୍କର ଆୟର ସ୍ରୋତ ସାଂସଦର ଶ୍ୟାଲେରୀ, ରୟଲ୍ଟୀ ଆୟ, ଭଡାରୁ ଆୟ, ବଣ୍ଡରୁ ମିଳିଥିବା ସୁଧ, ଡିବିଡେଂଡ ଓ ମ୍ୟୁଚୁଅଲ ଫଂଡରୁ ମିଳୁଥିବା ପୁଞ୍ଜି ଅଟେ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି କେତେ ଅଧିକ ହୋଇଛି ଏହି ସମ୍ବନ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ସୂଚନା ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।