ଏହି ଅଜବ ଗ୍ରହରେ କେବଳ ୭ଘଣ୍ଟା ରହିବା ପରେ ଆପଣ ହୋଇଯିବେ ୧୨୫୧ବର୍ଷର, ଜାଣନ୍ତୁ ଗ୍ରହର ରହସ୍ୟ, କାହିଁକି ଏମିତି ହେଇଥାଏ

ଆପଣ ଜାଣିଥିବେ କି ପୃଥିବୀରେ ଏକ ବର୍ଷରେ ସମୁଦାୟ ୩୬୫ ଦିନ ଥାଏ ଏବଂ ଏହା ଅନୁସାରେ ୮୭୬୦ ଘଣ୍ଟା ଥାଏ । କିନ୍ତୁ ଏହି ସମୟ ସବୁ ଗ୍ରହ ଉପରେ ଅଲଗା ଅଲଗା ହୋଇଥାଏ । ବର୍ତ୍ତମାନ କେପଲର ଟେଲିସ୍କୋପ ଏକ ଏମିତି ଗ୍ରହ ଖୋଜିଛି ଯେଉଁଠାରେ ୭ଘଣ୍ଟାରେ ବହୁତ ବର୍ଷ ଶେଷ ହୋଇଯାଇ ଥାଏ । ଯଦି ପୃଥିବୀ ହିସାବରେ ଦେଖାଯିବ ତାହେଲେ ଏଠାରେ କେବଳ ୭ଘଣ୍ଟାରେ ହିଁ ୧୨୫୧ବର୍ଷ ଶେଷ ହୋଇଯିବ । ଏହାର ମାନେ ଏହା କି ଯଦି ଆପଣ ସେହି ଗ୍ରହରେ ୧ବର୍ଷ ରହି ଆସିବେ ତାହେଲେ ପୃଥିବୀରେ ସବୁ ଜିନିଷ ଶେଷ ହୋଇ ଯାଇଥିବ ।

କେପଲର ଦ୍ଵାରା ଖୋଜା ଯାଇଥିବା ଏହି ଗ୍ରହକୁ ଅନ୍ତରୀକ୍ଷରେ ଖୋଜା ଯାଇଥିବା ସବୁ ଗ୍ରହରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଦ୍ରୁତ ଗ୍ରହ ବୋଲି କୁହାଯାଉଛି । ଏହା ଏଥିପାଇଁ କୁହାଯାଉଛି କି କାରଣ ଏହି ଗ୍ରହ ସୂର୍ଯ୍ୟଙ୍କ ସମ୍ପୂର୍ଣ ପରିକ୍ରମା କେବଳ ୬.୭ଘଣ୍ଟାରେ ହିଁ ପୁରା କରିଥାଏ । ଅନୁସନ୍ଧାନକାରୀ ମାନେ ଏହାର ଏକ ଅନ୍ୟ ନାମ ମଧ୍ୟ ରଖିଛନ୍ତି ସି୧୨ ୩୪୭୪ବି । ବର୍ତ୍ତମାନ ଆପଣ ଏହା ଭାବୁଥିବେ କି ଏହି କେପଲର କଣ ଅଟେ ?

କେପଲର ଗ୍ରହଙ୍କୁ ଖୋଜିବା ଟେଲିସ୍କୋପ ଅଟେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୩୦୦ ଗ୍ରହ ଖୋଜି ବାହାର କରିଛି । ଏହି ନୂଆ ଗ୍ରହକୁ କେପଲର ଧରିତ୍ରିର ବହୁତ ପାଖରୁ ଖୋଜିଛି । କେପଲର ୨୦୧୩ରେ କେ୨ ମିସନ ଆରମ୍ଭ କରିଥିଲା । ଏହି ଗ୍ରହ ବିଷୟରେ କୁହାଯାଉଛି କି ଏହା ଧରିତ୍ରୀ ଠାରୁ ପ୍ରାୟ ୫ଗୁଣ ବଡ ଅଟେ । ଏହି ଗ୍ରହରେ ଭାରି ପଥର ଅଛି । ଏମିତି କୁହାଯାଉଛି କି ସେଠାରେ ପ୍ରାୟ ୭୦% ପର୍ଯ୍ୟନ୍ତ ଆଇରନ ଥିବ ।

ବୈଜ୍ଞାନିକଙ୍କ ଅନୁସାରେ ଷ୍ଟେଲର ରେଡିଏସନ କାରଣରୁ ଏହି ଗ୍ରହର ବାତାବରଣ ମଣିଷ ରହିବା ପାଇଁ ଉପଯୋଗୀ ନୁହେଁ । ଏହି କାରଣରୁ ପୃଥିବୀ ନିକଟବର୍ତୀ ହୋଇ ମଧ୍ୟ ଏହି ଗ୍ରହରେ ମାନବୀୟ କଲୋନୀ କରିବା ପାଇଁ କୌଣସି ସମ୍ଭାବନା ନାହିଁ । ବର୍ତ୍ତମାନ ଏହି ଗ୍ରହ ବିଷୟରେ ଏହା ଜଣାପଡି ନାହିଁ କି ଗୋଟିଏ ଦିନ କେତେ ଘଣ୍ଟାର ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ଅନୁସାରେ କେବଳ ଏହା ସ୍ପଷ୍ଟ କରାଯାଇଛି କି ଏହି ଗ୍ରହରେ ୭ଘଣ୍ଟା ଗୋଟିଏ ବର୍ଷ ହେବ । ବର୍ତ୍ତମାନ ବୈଜ୍ଞାନିକ ମାନେ ଏହି ଗ୍ରହ ବିଷୟରେ ଅଧିକ ସୂଚନା ପାଇବା ପାଇଁ ଲାଗିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।