ପିଲା ଖାଇବା ପାଇଁ କରୁଛନ୍ତି ବାହାନା ତ ଅପଣାନ୍ତୁ ଏହି ଟିପ୍ସ, ଅସୁବିଧା ହେବ ଦୂର

ପିଲାଙ୍କ ଖାଇବା ଅଭ୍ୟାସ ଆପଣଙ୍କ ଚିନ୍ତାର କାରଣ ହେଉଛି କି ? ତାଙ୍କ ଭିତରେ ପୁଷ୍ଟିକର ଅଭାବ, ଖାଦ୍ୟକୁ ଅଣଦେଖା କରିବାର ଅଭ୍ୟାସ କିମ୍ବା ଯେକୌଣସି ସମୟରେ ଯାହା କିଛି ଖୁଆଇବା ପାଇଁ ଆପଣ ଚିନ୍ତିତ ଅଛନ୍ତି କି ? ଏଭଳି ପରିସ୍ଥିତିରେ ସେମାନଙ୍କୁ କମ କମ ଖାଇବା ଅଭ୍ୟାସ କରାଇବା ଆବଶ୍ୟକ ଅଟେ । ଏହା କିପରି ହେବ ଆସନ୍ତୁ ଜାଣିବା । ଯଦି ଆପଣଙ୍କ ପିଲା ଖାଇବା ପାଇଁ ହଇରାଣ କରୁଛନ୍ତି ତାହେଲେ ଆପଣ ଏମିତି କିଛି କରନ୍ତୁ ଏବଂ ସେମାନଙ୍କୁ ବୁଝାନ୍ତୁ ଯାହାଦ୍ୱାରା ସେମାନେ ଆପଣଙ୍କୁ ହଇରାଣ କରିବେ ନାହିଁ । ତାହେଲେ ଆସନ୍ତୁ ଜାଣିବା ସେହି ବିଷୟରେ ।

ରଙ୍ଗ କାମରେ ଆସିବ

ବହୁତ ପିଲା ଖାଇବାର ରଙ୍ଗ ଦେଖି ଖାଇବା ପାଇଁ ମନାକରି ଦିଅନ୍ତି । ମନୋତତ୍ତ୍ଵବିତ ଡା. ଆରାଧନା ଗୁପ୍ତା କହିଛନ୍ତି କି ପିଲାଙ୍କର ସୁସ୍ଥ ଖାଇବାର ଅଭ୍ୟାସକୁ ବିକଶିତ କରିବା ପାଇଁ ରଙ୍ଗୀନ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଲକ୍ଷ ରଖନ୍ତୁ କି ସପ୍ତାହର ପ୍ରତ୍ୟେକ ଦିନ ସେମାନଙ୍କୁ ଅଲଗା ଅଲଗା ରଙ୍ଗର ଖାଇବା ଦିଅନ୍ତୁ ଏବଂ ତାଙ୍କର ଥାଳିକୁ ଆକର୍ଷଣୀୟ କରିବା ପାଇଁ ତାଙ୍କ ଥାଳିରେ ଛୋଟ ଏବଂ ପତଳା ରୁଟି ରଖନ୍ତୁ ।

ବୁଝାନ୍ତୁ ଖାଦ୍ୟ ଅମୂଲ୍ୟ ଅଟେ

ପିଲାଙ୍କ ମଧ୍ୟରେ ଖାଇବାର ଭଲ ଅଭ୍ୟାସ ବିକଶିତ କରିବା ପାଇଁ ପ୍ରଥମେ ସେମାନଙ୍କୁ ଖାଇବାର ମୂଲ୍ୟ ଭଲ ଭାବେ ବୁଝାନ୍ତୁ । ପିଲାଙ୍କୁ ଏକା ସହିତ ସବୁ ଜିନିଷ ଦିଅନ୍ତୁ ନାହିଁ । ଏମିତି କରିବା ଦ୍ଵାରା ପିଲା ଭ୍ରମରେ ପଡିଯାଇ ପାରନ୍ତି । ଏଥିପାଇଁ ସେମାନଙ୍କୁ ଗୋଟିଏ ସମୟରେ ଗୋଟିଏ ଜିନିଷ ଦିଅନ୍ତୁ ଯେମିତି କି ରୁଟି ବା ଭାତ, ଡାଲି ବା ତରକାରୀ । ଏହା ସହିତ ସେମାନଙ୍କୁ କମ ପରିମାଣରେ ଖାଇବା ପାଇଁ ଦିଅନ୍ତୁ ଯାହାଫଳରେ କି ସେମାନେ ସବୁ ଶେଷ କରିପାରିବେ ।

ସମସ୍ତଙ୍କ ସହିତ ଖାଇବା ବାଢନ୍ତୁ

ପିଲାଙ୍କୁ ଘରର ସମସ୍ତଙ୍କ ସହିତ ବସି ଖାଇବା ପାଇଁ ଦିଅନ୍ତୁ ଏବଂ ସମସ୍ତକୁ ଯାହା ଦେବେ ସେମାନଙ୍କୁ ମଧ୍ୟ ତାହା ଖାଇବା ପାଇଁ ଦିଅନ୍ତୁ । ଏମିତି କରିବା ଦ୍ଵାରା ସେମାନେ ବଡ ଲୋକଙ୍କୁ ଦେଖି ଖାଇବା ଶିଖିବେ । ପ୍ରଥମେ ସେମାନେ ଅପରିଷ୍କାର କରିପାରନ୍ତି କିନ୍ତୁ ଆପଣ ତାକୁ ଧ୍ୟାନ ନଦେଇ ତାଙ୍କୁ ପରିଷ୍କାର ରଖିବା ପାଇଁ ପ୍ରେରଣା ଦିଅନ୍ତୁ ।

ନିଜ ଖାଇବାର ଅଭ୍ୟାସ କରନ୍ତୁ

ଡା. ଆରାଧନାଙ୍କ ଅନୁସାରେ ୧୫ମାସ ପରେ ପିଲାମାନେ ଖାଇବା ଜାଣିଥାନ୍ତି । ପିଲାଙ୍କୁ ନିଜେ ଖାଇବା ଅଭ୍ୟାସ କରିବା ଉଚିତ ଏଥିପାଇଁ ପ୍ରଥମେ ସେମାନଙ୍କୁ ଶୁଖିଲା ଜିନିଷ ଖାଇବାକୁ ଦିଅନ୍ତୁ ଏବଂ ପରେ ଚାମଚରେ ନିଜେ ଖାଇବା ପାଇଁ ଶିଖାନ୍ତୁ । ଏମିତି କରିବା ଦ୍ଵାରା ସେମାନେ ଧୀରେ ଧୀରେ ଖାଇବା ଶିଖିଯିବେ ।

ସବୁକିଛି ଆବଶ୍ୟକ ଅଟେ

ପିଲାମାନେ ୧୫ମାସର ହେବା ପରେ ସେମାନେ ସ୍ଵାଦ ବାରି ପାରିଥାନ୍ତି ଏଥିପାଇଁ ସେମାନଙ୍କୁ ପ୍ରତିଦିନ ଅଲଗା ଅଲଗା ଖାଇବା ଦେବା ଉଚିତ । କାରଣ ପ୍ରତିଦିନ ଗୋଟିଏ ଖାଦ୍ୟ ଖାଇବା ଦ୍ଵାରା ସେମାନେ ଚିଡିଯାଇ ଥାନ୍ତି ଏବଂ ସେମାନଙ୍କୁ ଭଲ ମଧ୍ୟ ଲାଗିନଥାଏ ।

ଜବରଦସ୍ତି ଖାଇବା ପାଇଁ ଦିଅନ୍ତୁ ନାହିଁ

ଯେତବେଳେ ପିଲା ଖାଇବା ପାଇଁ ମନାକରୁଛନ୍ତି ସେତବେଳେ ତାଙ୍କୁ ବାଧ୍ୟ କରନ୍ତୁ ନାହିଁ । ବରଂ ସେମାନଙ୍କ ଖାଇବାରେ ଚାରିଘଣ୍ଟା ଅନ୍ତର ରଖନ୍ତୁ ଏବଂ ଖାଇବାର ଅଧଘଣ୍ଟା ପୂର୍ବରୁ କିଛି ବି ସ୍ନାକ୍ସ ଖାଇବା ପାଇଁ ଦିଅନ୍ତୁ ନାହିଁ । କାରଣ ସ୍ନାକ୍ସ ଭଳି ଜଙ୍କ ଫୁଡ ଭୋକ ମାରିଦେଇଥାଏ ।

ଜରୁରୀ କଥା

ପିଲା ଟିକେ ବଡ ହେବାପରେ ତାଙ୍କୁ ନିଜ ସହିତ ରୋଷେଇ ସାମଗ୍ରୀ କିଣିବା ପାଇଁ ନିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ତାଙ୍କର ପସନ୍ଦ ବିଷୟରେ ଜାଣିବାର ସୁଯୋଗ ମିଳିଯିବ । କ୍ଷୀର କମ ଦେବା ଉଚିତ । ଯେତବେଳେ ପିଲା ଟିକେ ବଡ ହୋଇଯିବେ ସେତବେଳେ ତାଙ୍କୁ ଦିନକୁ ମାତ୍ର ଦୁଇଥର କ୍ଷୀର ଖାଇବା ପାଇଁ ଦେବା ଉଚିତ । ଜଳଖିଆରେ ସେମାନଙ୍କୁ ଜୁସ, ରୁଟି, ନୁଡୁଲ୍ସ ଆଦି ଖାଇବା ପାଇଁ ଦିଅନ୍ତୁ ନାହିଁ ।

ଏହା ସେମାନଙ୍କର ଶାରିରୀକ ଏବଂ ମାନସିକ ବୃଦ୍ଧି ଉପରେ ଖରାପ ପ୍ରଭାବ ପକାଇଥାଏ । ରାତିରେ ଖାଦ୍ୟ ଖାଇବା ପରେ ମଧ୍ୟ ଆଇସକ୍ରିମ ଏବଂ ଚକଲେଟ ଦେବା ଉଚିତ ନୁହେଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।