କେଶ ସମସ୍ଯା ପାଇଁ ରାମବାଣ ଅଟେ ଏହି ଯାଦୁଇ ତେଲ, ନା ଝଡିବ ନା ଛିଣ୍ଡିବ, ପତଳା ବାଳ ଏତେ ମୋଟ ଓ ଘନ ହେଇଯିବ ଯେ ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Healthy Hair Tips

ପ୍ରତେକ ପୁଅ ବା ଝିଅର ଚୁଟି ଝଡିବା ଆଜିକାଲି ଗୋଟେ ବହୁତ ବଡ କାରଣ ଭାବେ ସମସ୍ଯା ସୃଷ୍ଟି କରୁଛି । ଚୁଟି ଝଡିବାର ଅନେକ କାରଣ ରହିଛି । କିଛି ଲୋକଙ୍କ ପାଇଁ ଶ୍ୟାମ୍ପୋ ବା କଣ୍ଡିସନର ଚୁଟିରେ ବ୍ୟବହାର କରିବା କାହା ପାଇଁ ହିତକାରକ ହୋଇଥାଏ ତ ଆଉ କାହା ପାଇଁ ଅହିତକାରକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଚୁଟି ଝଡିବାର କାରଣ କଣ ରହିଛି ଓ ତାର ନିବାରଣ ବିଷୟରେ କହିବାକୁ ଯାଉଛୁ ।

ଆମେ ଯେଉଁ ଖାଦ୍ଯ ଖାଇଥାଉ ସେଥିପାଇଁ ମଧ୍ୟ ଚୁଟି ଝଡିଥାଏ । କିଛି ପରିବା ଖାଇବା ଦ୍ଵାରା ମଧ୍ୟ ଆମ ଚୁଟି ଝଡିଥାଏ । ଏହାର କାରଣ ହେଉଛି ଆମ ଶରୀରରେ ରକ୍ତ ଚଳାଚଳର ସମସ୍ଯା ହୋଇଥାଏ । ଆମ ମୁଣ୍ଡରେ ରକ୍ତ ଚଳାଚଳ ନ ହୋଇପାରିଲେ ଚୁଟି ଝଡିବାର ସମସ୍ଯା ଦେଖାଯାଏ । ଫଳରେ କିଛି ଲୋକଙ୍କର ସଂପୂର୍ଣ୍ଣ ଭାବେ ଚୁଟି ଝଡିଯାଏ ।

୧- ଯଦି ଆମର ପେଟ ସମସ୍ଯା ରହିଥାଏ ତେବେ ଆମ ଚୁଟି ସମସ୍ଯା ଦେଖାଯାଏ । ଯଦି ପେଟ ଖରାପ ହୋଇଥାଏ ତେବେ ଆମ ଶରୀରରେ ଥିବା ରକ୍ତ ସବୁ ମଧ୍ୟ ଖରାପ ହୋଇଥାଏ । ସେଥି ପାଇଁ ଏହି ସମସ୍ଯା ଦେଖା ଯାଇଥାଏ ।

୨- ଯଦି ଆପଣଙ୍କର ଥାଇରଡ ସମସ୍ଯା ଅଛି ତେବେ ପ୍ରଥମେ ଏହାର ଚିକିତ୍ସା କରିବା ଉଚିତ । ଯାହା ଫଳରେ ଆପଣଙ୍କ ଚୁଟି ସମସ୍ଯା ଦୂର ହୋଇଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର କମି ଥାଏ ତେବେ ଚୁଟି ଝଡିବା ସମସ୍ଯା ଦେଖାଯାଏ । ତେଣୁ ସବୁଜ ପରିବା ଖାଇବା ଉଚିତ । କୌଣସି ଶ୍ୟାମ୍ପୋ ବା କଣ୍ଡିସନର ଲଗାଇଲେ ମଧ୍ୟ ଚୁଟି ଝଡିଥାଏ । ଚୁଟିରେ ରୂପୀ ହୋଇଥିଲେ ମଧ୍ୟ ଏହି ସମସ୍ଯା ଦେଖାଯାଏ ।

୩-ଯଦି ଆପଣଙ୍କର ରାତିରେ ଶୋଇବା କମ ହେଉଥାଏ ତେବେ ଏହି ସମସ୍ଯା ଦେଖାଯାଏ । ତେଣୁ ପ୍ରତେକ ଦିନ ୭ରୁ ୮ ଘଣ୍ଟା ଶୋଇବା ଉଚିତ । ଯଦି ଆପଣ ମାନସିକ ଚିନ୍ତାରେ ରହୁଥାନ୍ତି ତେବେ ମଧ୍ୟ ଏହି ସମସ୍ଯା ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ବାଦାମ, ଚିଆ ସିଡ ଯାହା ଆମକୁ ଭିଟାମିନ ଦେଇଥାଏ ।

୪- ଏହାଛଡା ପାଳଙ୍ଗ ଶାଗ ଓ ସୋୟାବିନ ଖାଇବା ଉଚିତ ଯାହା ଆମ ଚୁଟିକୁ ପ୍ରୋଟିନ ଦେଇଥାଏ । ଏହାବ୍ୟତୀତ ଭିଟାମିନ-ଡି ପାଇଁ ସୂର୍ଯ୍ୟ କିରଣରେ ୧୦ରୁ ୧୫ମିନିଟ ଛିଡା ହେବା ଉଚିତ । ଏହି ସବୁ ଘରୋଇ ଚିକିତ୍ସା କରିବା ଫଳରେ ଚୁଟି ଝଡିବା ସମସ୍ଯା ଦୂର ହୁଏ ।

୫- ଏହାଛଡା ଏକ ତେଲ ରହିଛି ଯାହାକୁ ବ୍ୟବହାର କରିଲେ ଏହି ସମସ୍ଯା ଦୂର ହୁଏ । ଏହାକୁ ପ୍ରସ୍ତୁତ କରିବା ପାଇଁ କ୍ୟାଷ୍ଟର ତେଲ,ମନ୍ଦାର ଫୁଲ ଓ ପତ୍ର ଓ ମୟୂରପଙ୍ଖର ପତ୍ରରେ ତିଆରି ହୋଇଥିବା ତୁଝା ତେଲ ଯାହା ଆମ ଚୁଟିକୁ ନିଉଟ୍ରେଶନ ଦେଇଥାଏ । ମନ୍ଦାର ଫୁଲର ୨ଟି ଫୁଲ ଓ ପତ୍ରକୁ କାଟି ତେଲରେ ପକାଇ ୧୦ଦିନ ପାଇଁ ସୂର୍ଯ୍ୟ କିରଣରେ ରଖୀ ଦେବେ । ଏହା ପରେ ଏହି ତେଲରେ ତୁଝା ତେଲକୁ ଏଥିରେ ମିଶାଇ ଦିଅନ୍ତୁ ।

୬-ଏହି ତେଲକୁ ଲଗାଇବାର ପ୍ରଣାଳୀ : ଏହି ତେଲକୁ ଗାଧେଇବାର ୨ଘଣ୍ଟା ପୂର୍ବରୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଚୁଟିରେ ଭଲ ଭାବେ ମସାଚ କରିବେ । ଏହା ପରେ କୌଣସି ଶ୍ୟାମ୍ପୋରେ ଭଲ ଭାବେ ଚୁଟିକୁ ଧୋଇଦେବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ