କେନ୍ଦ୍ରାପଡାର ବୁଦ୍ଧିମତୀ ବୋହୁ, ଯାହାଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଡାକୁଙ୍କ କବଳରୁ ବଞ୍ଚିଗଲା ପୁରା ପରିବାର, ପୁରା ଘଟଣା ଜାଣିଲେ ଜାଣିଲେ ଆପଣ ବି ଦେବେ ସାବାସି !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଚୋର ଏବଂ ଚୋରି କେତେବେଳେ ବି କେଉଁ ସମୟରେ ମଧ୍ୟ ଆସି ପାରନ୍ତି ଏବଂ କ୍ଷଣକ ଭିତରେ ଆପଣଙ୍କ ଜୀଵନ କୁ ଛାରଖାର କରି ମଧ୍ୟ ଦେଇଥାନ୍ତି । ତେବେ ଚୋର କୁ ଧରିବା ପାଇଁ ପୋଲିସ ଅନେକ ଯୋଜନା ଏବଂ ଅନେକ ପ୍ରୟାସ କଲେ ମଧ୍ୟ ଚୋର ବହୁତ ଚାଲାକ ଥାଏ ଏବଂ ସେ କୌଣସି ନା କୌଣସି ଉପାୟ ରେ ଚୋରି କରି ନିଜେ ଖସି ମଧ୍ୟ ଯାଇ ଥାଏ ।


ତେବେ ଏହି ଚୋର ମାନେ ବର୍ତ୍ତମାନ ନୂଆ ନୂଆ ଉପାୟରେ ଚୋରି କରିବା ଆରମ୍ଭ କରି ସାରିଲେଣି କେତେବେଳେ ବିଜ୍ଞାନ ର ସାହାର୍ଯ୍ୟ ରେ ତ ପୁଣି କେତେବେଳେ ନୂତନ ଟେକ୍ନୋଲୋଜି ସାହାର୍ଯ୍ୟ ରେ ସେମାନେ ଘରେ,ଏଟିଏମ ଏବଂ ବ୍ୟାଙ୍କ ଆଦି ସ୍ଥାନରେ ଚୋରି କରି ପାରୁଛନ୍ତି । ତେବେ ଯଦି ଆପଣଙ୍କ ଘରେ ସଶସ୍ତ୍ର ଡକାୟତ ପଶିଗଲେ ହୁଏତ ବୁଦ୍ଧି କାମ ଦେବନାହିଁ । ଅପରାଧିଙ୍କ କଥା ମାନି ଜୀବନ ରକ୍ଷା କରିବା ପାଇଁ ଟଙ୍କା ସୁନା ଟେକି ଦେଇ ପାରନ୍ତି ।

ହେଲେ କେନ୍ଦ୍ରାପଡ଼ାରୁ ଆସିଛି ଜଣେ ବୁଦ୍ଧିମତୀ ବୋହୂଙ୍କ ସାହସର କାହାଣୀ । ଜିଲ୍ଲାର ବଢ଼ିହ ପଂଚାୟତ କାକଟପୁର ଗାଁରେ ଗତ ୯ ତାରିଖରେ ପଶିଥିଲେ ୬ରୁ ୭ ଡକାୟତ । ହାତରେ ମାରଣାସ୍ତ୍ର ଧରି ଜଣଙ୍କ ଘରେ ଡକାୟତୀ ପାଇଁ ପଶିଥିବା ବେଳେ ଘରର ସମସ୍ତଙ୍କୁ ମାରଧର କରି ବାହାରକୁ ବାହାର କରିଦେଲେ । ଏହାପରେ ଆରମ୍ଭ ହୋଇଥିଲା ଲୁଟ୍ ଉଦ୍ୟମ । ତେବେ ହେଲେ ଘରେ ଥିବା ଜଣେ ଗର୍ଭବତୀ ବୋହୂ ଘଟ ତଳେ ଲୁଚି ଯାଇଥିଲେ ।

ଘରେ ସଶସ୍ତ୍ର ଡକାୟତ ପଶିଥିବା ବେଳେ ଭୟ ନକରି ଖଟତଳେ ଲୁଚି ରହି ଦେଢଶୁରଙ୍କୁ ଫୋନ୍ କଲେ । ତାଙ୍କ ଫୋନ୍ ପାଇ ଗାଁ ଲୋକେ ରୁଣ୍ଡ ହୋଇଯିବା ପରେ ଦୁଇ ଡକାୟତଙ୍କୁ କାବୁ କରିବାରେ ସମର୍ଥ ହେଲେ । ସେମାନଙ୍କୁ ଗିରଫ କରି ଘଟଣାର ତଦନ୍ତ ବେଳେ କେନ୍ଦ୍ରାପଡା ଏସପି ବିିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।

ଫଳରେ ଧରାପଡ଼ିଲେ ୧୮ ଅନ୍ତଃରାଜ୍ୟ ଡକାୟତ । ଏମାନଙ୍କ ଠାରୁ ବିପୁଳ ପରିମାଣରେ ପୁରାତନ ମୁଦ୍ରା ସହ, ୪ଟି ହନୁମାନ ମୁଦ୍ରା, ୧୪୫ ଗ୍ରାମର ସୁନା, ୩୦୦ ଗ୍ରାମର ରୂପା ଅଳଙ୍କାର ସମେତ ନଗଦ ୯୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏଥିସହ ଡକାୟତଙ୍କ ଠାରୁ ଏକ ବାଇକ ଓ କାରକୁ ମଧ୍ୟ ଜବତ କରା ଯାଇଛି । ତେବେ ଏପରି ସାହାସି ମହିଳା ଙ୍କ ବିଷୟରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।