‘2 ବର୍ଷ ଧରି ମଜା ନେଲା, ଟଙ୍କା ଲୁଟିଲା, ବୁଲେଇ ବୁଲେଇ ଛାଡି ଦେଲା, ଆଉ ଏବେ ସେ…’ ଦେଖନ୍ତୁ ଅଭିନେତା Suman ଙ୍କ ବିଷୟରେ କଣ କହିଲେ ଏହି ଅଭିନେତ୍ରୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭଲ ପାଇଥିଲେ ବିବାହ କରିବେ ବୋଲି କଥା ଦେଇ ଲିଭ୍ ଇନ୍ ରେ ରହିଥିଲେ । ୨ ବର୍ଷ ଧରି ଯୁବତୀଙ୍କ ସହିତ ସମ୍ପର୍କରେ ରହିବା ପରେ ଶେଷ ହୋଇ ଯାଇଛି ପ୍ରେମ ଏବଂ ବଢି ଯାଇଛି ଦୂରତା । ଏବେ ଏହି ଦୁରତା ଏତେ ବଢି ଯାଇଛି ଯେ ପ୍ରେମିକଙ୍କୁ ଜେଲରେ ପୁରାଇ ଦେଇଛନ୍ତି ପ୍ରେମିକା । ତେବେ ସୁନ୍ଦର ଚେହେରା,ଷ୍ଟାଇଲିସ ଲୁକ ସାଙ୍ଗକୁ ମିଠା ମିଠା କଥା । ତେବେ ଦେଖିଲେ ଆପଣ ମାନେ ବି ଭାବୁଥିବେ କି କାସ ମୋ ବୟ ଫ୍ରେଣ୍ଡ ବି ଏମିତି ହୋଇ ଥାଆନ୍ତା ।

ତେବେ କିନ୍ତୁ ଆପଣ ଯେତେବେଳେ ସତ୍ୟତା ଜାଣିବେ ସେତେବେଳେ ତାଙ୍କୁ ସେଇଠାରୁ ଦୁରୁ ଜୁହାର କରିବେ । ତେବେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି କି ମିଲନ ମହାରଣାଙ୍କ ସହ ମୋର ୨ ବର୍ଷ ସମ୍ପର୍କ ରହିଛି । ମୋ ସହିତ ସେ ପ୍ରେମ ସମ୍ପର୍କ ରଖିଥିଲେ । ଆମେ ଦୁହେଁ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହି ଆସୁଥିଲୁ । ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏବେ ମୋତେ ଆଭଏଡ୍‌ କରୁଛନ୍ତି ।

କିଛି ଦିନ ହେବ, ସେ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହି ଆସୁଛନ୍ତି । ତେବେ ସେଥିପାଇଁ ମୋତେ ବିବାହ କରିବାକୁ ସେ ମନା କରୁଛନ୍ତି । ମୋ ପୂର୍ବରୁ ସେ ଅନେକ ଝିଅଙ୍କ ସହିତ ରହିଛନ୍ତି । ସେ ମୋର ଗାଡ଼ି କିଣିବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲେ ।

ପୂର୍ବରୁ ବୁଲେଟ୍‌ କିଣିବା ପାଇଁ ମୋ ପାଖରୁ ଟଙ୍କା ନେଇଥିଲେ । ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି । ମୁଁ ମଧ୍ୟ ପୋଲିସକୁ ଜଣାଇଛି । ତେବେ ଅଭିନେତା ଏମ ସୁମନ କୁମାର ଏକାଧିକ ଓଡିଆ ସିରିଏଲରେ ଅଭିନୟ କରିଛନ୍ତି । ହେଲେ ଗତ କିଛି ଦିନ ହେଲା ସେ ଜଣେ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ, ହେଲେ ଏବେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସମ୍ପୃକ୍ତ ଅଭିନେତ୍ରୀ ଜଣକ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ।

ପାହାଳ ପୁଲିସ ଯୁବତୀଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ୩୨୦ ଓ ୩୨୬ ଦଫାରେ ମାମଲା ରୁଜୁ କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।