କେମିତି ଦିଶୁଥିଲେ ଭଗବାନ ଶ୍ରୀରାମ ? ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଅସଲ ରୂପ, ଦେଖିଲେ ଭାବବିହ୍ଵଳ ହୋଇଯିବେ, ଦେଖନ୍ତୁ…

ଭଗବାନ ଶ୍ରୀରାମଙ୍କ ଫଟୋ ଏବଂ ଟିଭି ସିରିଏଲରେ ରାମଙ୍କ ଚରିତ୍ର କରୁଥିବା ଅଭିନେତାଙ୍କୁ ମଧ୍ୟ ଆପଣ ଦେଖିଥିବେ । ହେଲେ କେବେ ଚିନ୍ତା କରିଛନ୍ତି କି ରାମ ପ୍ରକୃତରେ କେମିତି ଦେଖା ଯାଉଥିଲେ ? ବର୍ତ୍ତମାନ ଭଗବାନ ରାମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଘୁରି ବୁଲୁଛି । ଯାହାକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ତିଆରି କରାଯାଇଛି । ଏହି ଫଟୋ ଅନୁସାରେ ରାମ ଯେତେବେଳେ 21 ବର୍ଷ ବୟସର ହୋଇଥିଲେ ସେତେବେଳେ ଏମିତି ଦେଖା ଯାଉଥିଲେ ବୋଲି କୁହାଯାଉଛି ।

ଭଗବାନ ରାମଙ୍କ ଏହି ଚିତ୍ରଟିକୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି । ପ୍ରଭୁ ଶ୍ରୀରାମ 21 ବର୍ଷ ବୟସରେ କେତେ ଚମତ୍କାର ଏବଂ ଆକର୍ଷଣୀୟ ଦେଖା ଯାଉଥିଲେ ଏହି ଫଟୋରୁ ବାରି ହେଉଛି । ପ୍ରଭୁ ଶ୍ରୀରାମ ସ୍ମିତହାସ୍ୟରେ ମଧ୍ୟ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଭଗବାନ ରାମ ମଥାରେ ତିଳକ ଲଗାଇବା ସହ ଗଳାରେ ମାଳୀ ପିନ୍ଧିଛନ୍ତି ଏବଂ ଶରୀରରେ ଗେରୁଆ ବସ୍ତ୍ର ଧାରଣ କରିଛନ୍ତି । କୁହାଯାଉଛି କି ପ୍ରଭୁ ଶ୍ରୀରାମ 21 ବର୍ଷର ହୋଇଥିବା ବେଳେ ଏମିତି ଦେଖା ଯାଉଥିଲେ ।

ଭଗବାନ ରାମଙ୍କ ଏହି ଫଟୋ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗୋଟିଏ ଫଟୋଏଡ଼େ ଭଗବାନ ରାମ ହସି ନଥିବା ବେଳେ ଆଉ ଏକ ଫଟୋରେ ସ୍ମିତହାସ୍ୟ ଦେଇଛନ୍ତି । ଗୋଲ ମୁହଁ ସାଙ୍ଗକୁ ଗୋରାବର୍ଣ୍ଣ, ସୁଢଳ ଆଖି ଏବଂ ସୁନ୍ଦର ଅଧର ସହ ଭଗବାନ ରାମ ବେଶ ସ୍ଵର୍ଗୀୟ ଦିଶୁଛନ୍ତି । ତାଙ୍କ ମୁହଁରେ ମଧ୍ୟ ଈଶ୍ବରୀୟ ଉଜ୍ବଳତା ଦେଖିବାକୁ ମିଳୁଛି ।

ଭଗବାନ ରାମଙ୍କ ରୂପକୁ ନେଇ ପୂର୍ବରୁ ଅନେକ ଟିଭି ସିରିଏଲ ମାନଙ୍କରେ ବିଭିନ୍ନ ରୂପ ସବୁ ଦେଖିବାକୁ ମିଳିଥିଲା । ହେଲେ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ଵାରା ପ୍ରସ୍ତୁତ କରା ଯାଇଥିବା ଭଗବାନ ରାମଙ୍କ ଏହି ଚେହେରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ପ୍ରଭୁ ଶ୍ରୀରାମଙ୍କ ଏହି ଚିତ୍ରକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ତେବେ ସମୟ ସମୟରେଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ଵାରା ପ୍ରସ୍ତୁତ ଏଭଳି ଅନେକ ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯେମିତିକି ନିକଟରେ ବିଶ୍ଵର ପ୍ରମୁଖ ଶିଳ୍ପପତି ମାନେ ଯଦି ଗରିବ ହୋଇଥାନ୍ତେ ତେବେ କେମିତି ଦିଶିଥାନ୍ତେ ତା’ର କିଛି ଝଲକ ବେଶ ଭାଇରାଲ ହୋଇଥିଲା । ଆଉ ଏବେ ଭଗବାନ ଶ୍ରୀରାମଙ୍କ ଫଟୋ ସମସ୍ତଙ୍କ ଦ୍ଵାରା ବେଶ ଆଦୃତ ହେଉଛି । ଆପଣଙ୍କୁ ପ୍ରଭୁ ଶ୍ରୀରାମଙ୍କ ଫଟୋ କେମିତି ଲାଗିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।