ଏହି ମହିଳା ଜଣକ କରିଲେ ଏମିତି କାମ କି ଗୂଗଲ ବାବା ବି ନେଲେ ତାଙ୍କ ନାମ

ଭାରତ ବିବଧତାରେ ନିଜର ଏକତା ପାଇଁ ଜଣା ଯାଇଥାଏ । ନିଜର ଏହି ବିଶେଷତା କାରଣରୁ ଭାରତ ପୁରା ବିଶ୍ଵରେ ନିଜର ଏକ ଅଲଗା ପରିଚୟ କରିପାରିଛି । ଭାରତୀୟ ଭାଷାକୁ କେବଳ ଭାରତୀୟ ମାନେ ନୁହେଁ ବିଦେଶୀମାନେ ବି ସମ୍ମାନ ଦୃଷ୍ଟିରେ ଦେଖିଥାନ୍ତି । ଏହାର ସବୁଠୁ ବଡ ଉଦାହରଣ ହେଉଛି, ଯିଏ ଭାରତର ପ୍ରାଚୀନ ଭାଷା ସଂସ୍କୃତକୁ କମ୍ପିଉଟର କୋଡିଙ୍ଗ ପାଇଁ ସବୁଠୁ ଉତ୍ତମ ଭାଷା ବୋଲି କହିଛନ୍ତି ।

ଏକ ଏମିତି ହିଁ ଉଦାହରଣ ଦେଖିବାକୁ ମିଳିଛି, ଆମେରିକାର ଜଣେ ମହିଳାଙ୍କୁ ନେଇ ଆଜିକାଲି ସୋସିୟାଲ ମିଡିୟାରେ ବହୁତ ପ୍ରଶଂସା କରାଯାଉଛି । ଏହି ମହିଳା ଜଣକ ନିଜର ଇଂସ୍ଟାଗ୍ରାମ ଅକାଉଂଟ ଜରିଆରେ ଲୋକମାନଙ୍କୁ ମଲାୟାଲାମ ଶିଖାଉଛନ୍ତି । ମହିଳାଙ୍କର ନାମ ହେଉଛି ଏଲିଜାବେଥ ମେରୀ କେଟୋନ ଉର୍ଫ ଏଲିଶା । ଏହି ମହିଳାଙ୍କୁ ଭାରତର ଭାଷା ମଲାୟାଲାମ ଭାଷା ଏତେ ଭଲ ଲାଗିଛି କି ସେ @eli.kutty ନାମରେ  ନିଜର ଏକାଉନ୍ଟ ବି କରିଛନ୍ତି ।

ମହିଳାଙ୍କର କହିବା ଅଟେ କି ଯେତେବେଳ ସେ ମଲାୟାଲାମ ଶିଖିଲେ ତେବେ ତାଙ୍କୁ ଜଣା ପଡିଲା କି କେରଲରେ ତାଙ୍କର ନାମ ଏଲିଙ୍କର ଅର୍ଥ ମୂଷା ଅଟେ । ସେ ନିଜ ନାମ ଆଗରେ କୁଟ୍ଟୀ (ଅଳ୍ପ) ଯୋଡି ଏହାକୁ ଆହୁରି ଅଧିକ ଆକର୍ଷକ କରିଦେଲେ । ଏଲିଶା ଦୁବଈରେ ରହୁଥିବା ଆମୀରିକା ନାଗରିକ ଅଟନ୍ତି । ତାଙ୍କର ବିବାହ କେରଲରେ ନିବାସୀ ଅର୍ଜୁନଙ୍କ ସହ ହୋଇଥିଲା । ନିଜର ସ୍ଵାମୀକୁ ଦେଖିବା ପରେ ସେ ମଲାୟାଲାମ ଭାଷା ଆଡକୁ ଆକର୍ଷିତ ହୋଇଥିଲେ ।

ଏଲିଶା କହିଲେ କି ତାଙ୍କୁ ଅନ୍ୟ ଭାଷା ଶିଖିବାର ଇଚ୍ଛା ପିଲାଦିନୁ ହିଁ ଥିଲା । ଏଲିଶାଙ୍କୁ ମଲାୟାଲାମ ସହିତ ଜାପାନୀ, କୋରିୟାଈ ଓ ସ୍ପେନିଶ ଭାଷାର ବି ଜ୍ଞାନ ଅଛି । ଏଲିଶାଙ୍କ ଅନୁସାରେ ମଲାୟାଲାମ ଶିଖିବା ପରେ ସେ ବହୁତ ଏମିତି ଲୋକମାନଙ୍କ ସମ୍ପର୍କରେ ଆସିଲେ ଯେଉଁମାନେ ମଲାୟାଲାମ ବିଷୟରେ ଶିଖିବା ପାଇଁ ଇଚ୍ଛୁକ ଥିଲେ । ଏହା ମଧ୍ୟରେ ସେ କିଛି ଲୋକମାନଙ୍କ ପାଇଁ ଶିକ୍ଷକ ହୋଇ ଯାଇଛନ୍ତି ।

ତାଙ୍କର ଫାଲୋଅର୍ସରେ ସେହି ଲୋକମାନେ ଅଛନ୍ତି, ଯେଉଁମାନେ କେରଲ ଛାଡି ବିଦେଶରେ ରହି ଯାଇଛନ୍ତି ଏବଂ ବର୍ତ୍ତମାନ ନିଜ ପିଲାମାନଙ୍କୁ ମଲାୟାଲାମ ଶିଖାଇବାକୁ ଚାହୁଁଛନ୍ତି । ତାଙ୍କର ଏହିଭଳି ବି ଫାଲୋଅର୍ସ ଅଛନ୍ତି ଯେଉଁମାନେ ପୂରାପୂରି ବିଦେଶୀ ଅଟନ୍ତି । କିନ୍ତୁ ସେମାନଙ୍କର ବାହାଘର ମଲାୟାଳି ବ୍ୟକ୍ତି ସହ ହୋଇଛି । କହିବାକୁ ଗଲେ ଏଲିଶା ଓ ମଲାୟାଲାମ ସମ୍ବନ୍ଧର ପ୍ରଶଂସା ଗୂଗଲରେ ବି ନଜର ଆସିଥାଏ ।

ଏହାର ସବୁଠୁ ବଡ ଉଦାହରଣ ଏହା ଅଟେ କି ଯଦି କେହି ଗୁଗଲରେ ଲର୍ନ ମଲାୟାଲାମ ଇଂସ୍ଟାଗ୍ରାମ ଟାଇପ କରିବେ ତ ଗୂଗଲ ତତ୍କାଲ @eli.kutty ଦେଖାଇ ଥାଏ ।