ହସ୍ପିଟାଲରେ ଭର୍ତ୍ତି ହେଲେ ଟିଭି ଅଭିନେତା ଅଂଶ ଅରୋରା, କହିଲେ – ପୁଲିସ ଗିରଫ୍ତାର କରି ବହୁତ ନିର୍ମମ ଭାବରେ ପିଟିଲେ, କାରଣ ଜାଣିଲେ ଆପଣ ବିଶ୍ଵାସ କରି ପାରିବେନି

ଅଭିନୟ ଦୁନିଆରେ ଜଡିତ ଷ୍ଟାରମାନଙ୍କର ଜୀବନ ସରଳ ହୋଇ ନ ଥାଏ । ସେମାନେ ସାଧାରଣ ମଣିଷଙ୍କ ଭଳି କିଛି ବି କରି ପାରିବେ ନାହିଁ । କିଛି ଏହିଭଳି ହୋଇଛି ଅଭିନେତା ଅଂଶ ଅରୋରାଙ୍କ ସହିତ । ଯାହାଙ୍କର ଝଗଡା ଏକ ମଲର ସପରେ ଥିବା ଲୋକ ସହିତ ହୋଇଗଲା । ଏହି କଥାକୁ ଈଶୂ କରି ଅଂଶ ଅରୋରାଙ୍କୁ ଗାଜିୟାବାଦ ପୁଲିସ ଗିରଫ୍ତାର କରିନେଲେ । ଏହା ପରେ ସେ ପୁଲିସର ଗୁଣ୍ଡାଗର୍ଦ୍ଦିର ଶିକାର ହୋଇଥିଲେ । ବର୍ତ୍ତମାନ ହିଁ ଏକ ଖବର କାଗଜକୁ ସେ ନିଜର ଆପବୀତି କହିଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ହେଲେ ଟିଭି ଅଭିନେତା ଅଂଶ ଅରୋରା

ଅଂଶ ଅରୋରା ନିଜର ଆପବୀତିର କହିଲେ କି, ୧୧ ମେ ରାତିରେ ମୁଁ ଗାଜିୟାବାଦ ବୈଶାଳୀ ସେକ୍ଟର-  ସପିଙ୍ଗ ମଲ ସ୍ଟୋରକୁ ଯାଇଥିଲି । ସେଠି କିଛି ଜିନିଷ କିଣିଲି ଓ ଏକ ବର୍ଗର ବି ଅର୍ଡର କରିଲି, ଯାହାକୁ ଆସିବାରେ ୩୦ – ୪୦ ମିନିଟ ଲାଗିଲା ସେଥିପାଇଁ ମୁଁ ଅର୍ଡର କ୍ୟାନସେଲ କରିଦେଲି । କିନ୍ତୁ ସ୍ଟୋର କୈଶିୟର କହିଲେ କି ଅର୍ଡର କ୍ୟାନସେଲ ହୋଇ ପାରିବ ନାହିଁ କାରଣ ଏହାର ବିଲ ହୋଇ ଯାଇଛି ।

ତେବେ ମୁଁ କହିଲି କି ଆପଣ ଟଙ୍କା ରଖି ଦିଅନ୍ତୁ କିନ୍ତୁ ଅର୍ଡର କ୍ୟାନସେଲ କରି ଦିଅନ୍ତୁ । କାରଣ ମୁଁ ଅପେକ୍ଷା କରି ପାରିବ ନାହିଁ । କିନ୍ତୁ ସେହି ବ୍ୟକ୍ତି ଜଣକ ମୋ ସହିତ ଝଗଡା କରିବାକୁ ଲାଗିଲା କି ଆପଣ ବର୍ଗର ନେଇ ହିଁ ଯିବେ । ଏହା କଥା ଉପରେ ଆମର ଝଗଡା ବଢି ଚାଲିଲା ଓ ମୁଁ ସମସ୍ତ ଜିନିଷ କାଉଣ୍ଟର ଉପରେ ଫୋପାଡି ଦେଇ ଚାଲି ଆସିଲି । ଏହା ପରେ ମୁଁ ତାହା ପର ଦିନ ଝଗଡାକୁ ସମାଧାନ କରିବା ପାଇଁ ଯାଇଥିଲି ।

କିନ୍ତୁ ପୁଲିସ ଅଧିକାରୀମାନେ ମୋତେ ସେକ୍ଶନ S- ୧୫୧ ଅନୁସାରେ ଜବରଦସ୍ତୀ ମୋତେ ଓ ମୋ ସହିତ ଥିବା ମୋ ଭାଇଙ୍କୁ ଗିରଫ୍ତାର କରିନେଲେ । ଏହା ପରେ ଆମେ ଆମ ଘର ଲୋକାମାନଙ୍କୁ ଡାକିବା ପାଇଁ କହିଲୁ କିନ୍ତୁ ପୁଲିସମାନେ ପରେ ଡାକିବେ ବୋଲି କହିଲେ ।

ମୋତେ ପୁଲିସ ଷ୍ଟେସନକୁ ନେଇ ୫ – ୬ ପୁଲିସ ଅଧିକାରୀମାନେ ନିର୍ମମ ଭାବରେ ମାରିବାକୁ ଲାଗିଲେ । ଓ ମୋର ପରିବାର ଲୋକମାନଙ୍କ ବିଷୟରେ ଗାଳି ବି ଦେଉଥିଲେ । ପୁଲିସ ଅଧିକାରୀମାନେ ମୋତେ ଓ ମୋ ଭାଇଙ୍କୁ ଥର୍ଡ ଡିଗ୍ରୀ ଟର୍ଚର ଦେଲେ ଓ ଚମଡା ବେଲ୍ଟ ଓ ପ୍ଲାଷ୍ଟିକ ବାଡିରେ ମଧ୍ୟ ମାରିଲେ । ତାହା ପର ଦିନ ସକାଳେ ମୋର ମାତା – ପିତା ଆସି ଆମର ଜମାନତ କରାଇଲେ ଓ ଆମ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ।