କେହି ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ଜାଣିବାର 7 ଉପାୟ, ଏହି ସହଜ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ଉତ୍ତର ଜାଣିଯିବେ

ଜୀବନରେ ପ୍ରତ୍ଯେକ ବ୍ୟକ୍ତି କେବେ ନା କେବେ ପ୍ରେମରେ ପଡନ୍ତି ବା ତାଙ୍କୁ କେହି ପ୍ରେମ କରିଥାନ୍ତି । ଅନେକ ସମୟରେ ଆମେ ଭଲ ପାଉଥିବା ବ୍ୟକ୍ତିଜଣକ ଆମକୁ ପ୍ରେମ କରନ୍ତି କି ନାହିଁ ଆମେ ଜାଣିପାରି ନଥାଉ । କିନ୍ତୁ ଡକ୍ଟର ଏପିଜେ ଅବଦୁଲ କଲାମ କୁହନ୍ତି ଯଦି ଆପଣ କୌଣସି ବ୍ୟକ୍ତିଙ୍କ ଆପଣଙ୍କ ପ୍ରତି ବ୍ୟବହାର ଓ କଥାବାର୍ତ୍ତା ଉପରେ ନଜର ପକାଇବେ ତେବେ ଜାଣିପାରିବେ କି ସେ ତୁମକୁ ଭଲ ପାଆନ୍ତି କି ନାହିଁ । ଆସନ୍ତୁ ଜାଣିବା ଏହା ଜାଣିବାର ୭ଟି ଉପାୟ ।

କେହି ଜଣେ ତୁମକୁ ଭଲ ପାଉଛନ୍ତି କି ନାହିଁ ତାହା ଜାଣିବା କଷ୍ଟକର ହୋଇଥାଏ । ବେଳେବେଳେ ଆପଣଙ୍କ ସାମ୍ନାରେ ଥିବା ଆପଣଙ୍କ ପ୍ରେମରେ ଥାଇପାରେ କିନ୍ତୁ ଆପଣ ଅନୁଭବ କରିପାରନ୍ତି ନାହିଁ । ତେବେ କେମିତି ଜାଣିବେ ଆପଣଙ୍କୁ କେହି ଭଲ ପାଉଛନ୍ତି କି ନାହିଁ ଜାଣିବାର ୭ଟି ଉପାୟ ଆସନ୍ତୁ ଜାଣିବା ।

ପ୍ରଥମରେ ଆପଣ କରୁଥିବା କାର୍ଯ୍ୟ ସେତେ ମଜାଦାର ନହେଲେ ମଧ୍ୟ ସେ ଆପଣଙ୍କ ସହ ଉକ୍ତ କାର୍ଯ୍ୟଟିକୁ ସଂପୂର୍ଣ୍ଣ ଧ୍ୟାନ ଲଗେଇ କରିବେ ।ସେହି ବ୍ୟକ୍ତିଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ସେ ଆପଣଙ୍କୁ ହସେଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । କାର୍ଯ୍ୟ ସେତେ ମଜାଦାର ନହେଲେ ମଧ୍ୟ ତାଙ୍କ ସହ କାର୍ଯ୍ୟ କରିବା ଆପଣଙ୍କୁ ଖୁସି ଅନୁଭବ କରାଏ ।

ଦ୍ଵିତୀୟରେ ସେ ତୁମକୁ ଅଧିକ ସମୟ ଚାହିଁବେ । କିନ୍ତୁ ତୁମ ନଜର ପଡିଲେ ସେ ନିଜ ନଜର ଅନ୍ୟ ଆଡେ ପକାଇବେ । ସେ ତୁମ ସାମ୍ନାରେ ସବୁ ସମୟ ଉପସ୍ଥିତ ରହିବାକୁ ଚେଷ୍ଟା କରିବେ । ତୃତୀୟରେ ସେ ସବୁବେଳେ ତୁମର ଧ୍ୟାନ ରହିବେ । ଏକଥା ସତ ଯେ ସମସ୍ତେ ବ୍ୟସ୍ତ ରୁହନ୍ତି, କିନ୍ତୁ ଲୋକମାନେ ଯାହାକୁ ଗୁରୁତ୍ୱପୂର୍ଣ୍ଣ ଭାବନ୍ତି ତାଙ୍କ ପାଇଁ ନିଶ୍ଚୟ ସମୟ ବାହାର କରନ୍ତି ।

ତେଣୁ ସବୁ କାର୍ଯ୍ୟକୁ ପଛରେ ପକାଇ ଆପଣଙ୍କୁ ସର୍ବପ୍ରଥମେ ସମୟ ଓ ଧ୍ୟାନ ଦେବେ । ଚତୁର୍ଥରେ ଆପଣଙ୍କ ଭଲ ଓ ଖରାପ ଉଭୟ ସମୟରେ ସେ ଆପଣଙ୍କ ସହ ଠିଆ ହେବେ । ତୁମ ଖୁସିରେ ସେ ଖୁସି ହେବେ ଓ ତୁମ ଦୁଃଖର ଦୁଃଖୀ ମଧ୍ୟ ହେବେ । ପଞ୍ଚମରେ ସେ ତୁମର ଛୋଟରୁ ଛୋଟ କଥା ମନେରଖିବେ ।

ଯେମିତିକି ତୁମ ଦୁହିଁଙ୍କ କିଛି ସ୍ମୃତିର ସମୟ। ତୁମ ଜନ୍ମଦିନ, ତୁମ ପ୍ରିୟ ରଙ୍ଗ ଏବଂ ପ୍ରିୟ ଖାଦ୍ୟ ଆଦି । ଷଷ୍ଠରେ ସେ ନିଜର ବିଶ୍ଵାସୀ ବା ତାଙ୍କ ପାଇଁ ଯିଏ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ସହ ତୁମର ପରିଚିତ କରାଇବେ । ଯେମିତିକି ପରିବାର ସଦସ୍ୟ ଏବଂ ଭଲ ବନ୍ଧୁ । ଭାବପ୍ରବଣର ସହ ସେମାନେ ତୁମର ନିକଟତର ହେବାକୁ ଚାହିଁବେ ।

ସପ୍ତମରେ ସେମାନେ ଭବିଷ୍ୟତ କଥା ଗପିବା ପାଇଁ ଭଲପାନ୍ତି । ଧ୍ୟାନ ରଖନ୍ତୁ ଯଦି ସେମାନେ ହଠାତ ଆପଣଙ୍କ ସହ ଏକ ସମ୍ଭାବ୍ୟ ଭବିଷ୍ୟତ ବିଷୟରେ କଥା ହେବା ଆରମ୍ଭ କରନ୍ତି ତେବେ ଏହା ସତ ଯେ ସେ ଆପଣଙ୍କ ପ୍ରେମରେ ପଡି ସାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।