ସୃଷ୍ଟିର ରଚୟିତା ଭଗବାନ ବ୍ରହ୍ମାଙ୍କର କାହିଁକି କୌଣସି ମନ୍ଦିର ନାହିଁ ? କାହିଁକି ପୂଜା ବେଳେ ଆମେ ତାଙ୍କୁ ମନେପକାଇ ନଥାଉ ? ଜାଣନ୍ତୁ ପୁରା ରହସ୍ୟ

ହିନ୍ଦୁ ଧର୍ମବିଶ୍ବାସ ଅନୁସାରେ ଭଗବାନ ବ୍ରହ୍ମା ଏହି ସଂପୂର୍ଣ୍ଣ ସୃଷ୍ଟିର ରଚନା କରିଛନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ସାରା ସୃଷ୍ଟିର ରଚୟିତା ଭଗବାନ ବ୍ରହ୍ମା ଯାହାଙ୍କ ସ୍ଥାନ ସବୁଠୁ ଉଚ୍ଚରେ ରହିଛି, କଣ ପାଇଁ ତାଙ୍କର ପୂଜା କରାଯାଏ ନାହିଁ ? ପୁରା ବିଶ୍ଵରେ ଭଗବାନ ବ୍ରହ୍ମାଙ୍କର ବହୁତ କମ୍ ମନ୍ଦିରମାନ ରହିଛି । ସେଥିମଧ୍ୟରୁ ରାଜସ୍ଥାନରେ ଥିବା ପୁଷ୍କର ମନ୍ଦିର ବ୍ରହ୍ମାଙ୍କର ବହୁତ ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର ଅଟେ । ତେବେ ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଭଗବାନ ବ୍ରହ୍ମାଙ୍କର ପୂଜା କରାଯାଏ ନାହିଁ ।

ଭଗବାନ ବ୍ରହ୍ମାଙ୍କ ଠାରୁ ହିଁ ଦେବଜ୍ଞାନର ପ୍ରଚାର ହୋଇଛି । ତାଙ୍କର ଚାରୋଟି ହାତରେ ଗୋଟିଏ ଲେଖାଏଁ ବେଦ ଅଛି । ବହୁତ କମ୍ ସମ୍ପ୍ରଦାୟର ଲୋକ ଅଛନ୍ତି ଯେଉଁମାନେ ତାଙ୍କର ଆରାଧନା କରନ୍ତି । ଏକଦା ବ୍ରହ୍ମାଙ୍କୁ ଯଜ୍ଞ କରିବା ପୃଥିବୀ ଉପରେ ଏକ ସ୍ଥାନ ନିରୂପଣ କରିବାର ଥିଲା । ଏଥିପାଇଁ ସେ ତାଙ୍କ ଠାରୁ ବାହାରିଥିବା ଏକ ପଦ୍ମଫୁଲକୁ ପୃଥିବୀକୁ ପଠାଇଥିଲେ । ସେହି ଫୁଲ ରାଜସ୍ଥାନ ପୁଷ୍କରରେ ପଡିଲା ଓ ଏହି ଫୁଲ ପଡିବା କାରଣରୁ ସେଠାରେ ଏକ ପୋଖରୀ ନିର୍ମାଣ ହୋଇଗଲା ।

ବ୍ରହ୍ମାଦେବ ଏହି ସ୍ଥାନରେ ଯଜ୍ଞ କରିବାକୁ ପହଞ୍ଚିଲେ, କିନ୍ତୁ ଯଜ୍ଞ ପାଇଁ ତାଙ୍କ ପତ୍ନୀ ସାବିତ୍ରୀ ଠିକ ସମୟରେ ପହଞ୍ଚି ପାରିଲେ ନାହିଁ । ଯଜ୍ଞ ସମ୍ପନ୍ନ ହେବା ପାଇଁ ଜଣେ ସ୍ତ୍ରୀଙ୍କର ଆବଶ୍ୟକତା ଥିଲା । ସେପଟେ ଯଜ୍ଞର ସମୟ ମଧ୍ୟ ଶେଷ ହୋଇ ଆସୁଥିଲା । ଯଜ୍ଞର ସଠିକ ସମୟରେ ଶେଷ ହୋଇ ନଥିଲେ ଏହାର ପ୍ରକୃତ ଲାଭ ମିଳି ନଥାନ୍ତା ।

ସେଥିପାଇଁ ବ୍ରହ୍ମା ଜଣେ ସ୍ଥାନୀୟ ମହିଳାଙ୍କୁ ବିବାହ କରି ଯଜ୍ଞର ବସିଗଲେ । କିନ୍ତୁ ଯଜ୍ଞ ଆରମ୍ଭ ହେବାର ଅଳ୍ପ ସମୟ ପରେ ଯେତେବେଳେ ସାବିତ୍ରୀ ପହଞ୍ଚିଲେ ସେ ନିଜ ସ୍ଥାନରେ ଅନ୍ୟ ସ୍ତ୍ରୀକୁ ଦେଖି ରାଗିଗଲେ । ଯାହାପରେ ସେ ବ୍ରହ୍ମାଙ୍କୁ ଅଭିଶାପ ଦେଲେ ଏହି ସଂପୂର୍ଣ୍ଣ ପୃଥିବୀରେ ତୁମର କୌଣସି ସ୍ଥାନରେ ପୂଜା ହେବନାହିଁ କି କୌଣସି ବ୍ୟକ୍ତି ତୁମକୁ ପୂଜା ସମୟରେ ମନେ ପକାଇବେ ନାହିଁ ।

ସାବିତ୍ରୀଙ୍କ କ୍ରୋଧ ଦେଖି ରାଗିଗଲେ, କିନ୍ତୁ ସେ ତାଙ୍କ ଅଭିଶାପ ଫେରାଇ ନିଅନ୍ତୁ ବୋଲି ସମସ୍ତେ ତାଙ୍କୁ ଅନୁରୋଧ କଲେ । ସାବିତ୍ରୀଙ୍କ କ୍ରୋଧ ଟିକିଏ ଶାନ୍ତ ହେବା ପରେ ସେ କହିଲେ ଯେଉଁ ସ୍ଥାନରେ ଏହି ଯଜ୍ଞ ହୋଇଛି କେବଳ ସେହି ସ୍ଥାନରେ ତୁମର ପୂଜା ହେବ ।

ଏହି କାରଣରୁ କେବଳ ପୁଷ୍କରରେ ହିଁ ଭଗବାନ ବ୍ରହ୍ମାଦେବଙ୍କର ପୂଜା କରାଯାଏ । କୁହାଯାଏ କି କ୍ରୋଧ ଶାନ୍ତ ହେବା ପରେ ସାବିତ୍ରୀ ଏକ ପାହାଡକୁ ଯାଇ ତପସ୍ୟାରେ ଲୀନ ହୋଇଗଲେ ଓ ଆଜୀବ୍ୟ ସେ ସେଠାରେ ଉପସ୍ଥିତ ଅଛନ୍ତି । ଆଜିବି ମହିଳାମାନେ ସେ ସ୍ଥାନକୁ ଯାଇ ନିଜ ସଫଳ ଓ ସୁଖମୟ ବୈବାହିକ ଜୀବନ ପାଇଁ ମନୋସ୍କାମନା କରିଥାନ୍ତି ।

ସେମାନଙ୍କ ମନୋସ୍କାମନା ବହୁତ ଶୀଘ୍ର ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ ଜାଣିଲେ ତ କାହିଁକି ଭଗବାନ ବ୍ରହ୍ମାଙ୍କର କୌଣସି ମନ୍ଦିର ନାହିଁ କି କୌଣସି ପୂଜାରେ ଆମେ ତାଙ୍କୁ କାହିଁକି ମନେପକାଇ ନଥାଉ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।